ବାସ୍ତୁ ଟିପ୍ସ : ରୋଷେଇ ଘରେ କେବେ ବି କରନ୍ତୁ ନାହିଁ ଏପରି ଭୁଲ୍‌, ପାପ ଗ୍ରହ ଦିଅନ୍ତି ଏପରି କଷ୍ଟ, ଘରେ ରହେନାହିଁ ଧନ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରୋଷେଇ ସ୍ଥାନକୁ ମହତ୍ତ୍ୱ ଦିଆଯାଇଥାଏ । ରୋଷେଇ ଘରକୁ ସ୍ୱଚ୍ଛ ଓ ସଫା ରଖିବା ଉଚିତ୍‌ । ରୋଷେଇ ଘର ସଫା ରଖିବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ନୁହେଁ ଘରର ବାସ୍ତୁ ମଧ୍ୟ ଠିକ୍‌ ହୋଇଥାଏ ।

କିଚେନ ପାଇଁ ବାସ୍ତୁ ଟିପ୍ସ :

ରୋଷେଇ ଘର ପାଇଁ ବାସ୍ତୁ ଶାସ୍ତ୍ରକୁ ମହତ୍ତ୍ୱ ଦିଆଯାଇଛି । ରୋଷେଇ ଘରର ସମ୍ବନ୍ଧ କେବଳ ସ୍ୱାସ୍ଥ୍ୟ ନୁହେଁ ଘରର ସୁଖ ସମୃଦ୍ଧି ସହିତ ଜଡ଼ିତ ରହିଥାଏ । ତେଣୁ ରୋଷେଇ ଘରକୁ ସର୍ବଦା ସଫା ସୁତର ରଖିବା ଉଚିତ୍‌ । କାରଣ ରୋଷେଇ ଘରର ସମ୍ପର୍କ ଆପଣଙ୍କ ଭାଗ୍ୟ ସହ ମଧ୍ୟ ଜଡିତ ରହିଥାଏ ।

ରୋଷେଇ ଘର କେଉଁଠି ହେବା ଦରକାର :

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଆଗ୍ନେୟ କୋଣ (ପୂର୍ବ-ଦକ୍ଷିଣ) ରେ ହେବା ଦରକାର । ଏହି ସ୍ଥାନରେ ରୋଷେଇ ହେବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ଏଥିସହ ମଙ୍ଗଳ ଗ୍ରହର ଅଶୁଭତ୍ୱ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳକୁ ଶକ୍ତି କାରକ ମନାଯାଏ । ଅଗ୍ନି ସହ ମଙ୍ଗଳର ସମ୍ପର୍କ ରହିଥାଏ । ତେଣୁ ଏହି ସ୍ତାନରେ ରୋଷେଇ କରିବା ଘର ପାଇଁ ଶୁଭ ହୋଇଥାଏ ।

ରୋଷେଇ ଘରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ :

ରୋଷେଇ ଘରେ କିଛି କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍‌ । ଯଦି ଆପଣ ଏହି କଥା ପ୍ରତି ଧ୍ୟାନ ରଖିନ୍ତି ତ ଆଗାମୀରେ ଘରକୁ ଆସୁଥିବା ବହୁତ ଅସୁବିଧା ଦୂର ହୋଇଥାଏ ।

ଅଇଁଠା ବାସନ :

ବାସ୍ତୁ ଶାସ୍ତ୍ର ଅନୁସାରେ ଅଇଁଠା ବାସନକୁ ଅଧିକ ସମୟ ପର୍ଯ୍ୟନ୍ତ ଘରେ ରଖିବା ଉଚିତ ନୁହେଁ । ଏହି ବାସନକୁ ସଫା କରି ଠିକ୍‌ ସ୍ଥାନରେ ରଖିବା ଉଚିତ୍‌ । ରାତ୍ରିରେ ଭୋଜନ କରିବା ପରେ ବାସନକୁ ଅଇଁଠା ଭାବେ ପକାଇ ରଖନ୍ତୁ ନାହିଁ । ପାପ ଗ୍ରହ ରାହୁର ପ୍ରଭାବ ବଢ଼ିଥାଏ । ଘରେ ଆର୍ଥିକ ସଂକଟ ସୃଷ୍ଟି ହୋଇଥାଏ । ଅର୍ଥାତ ଧନର ଅଭାବ ସର୍ବଦା ରହିଥାଏ । ଜମା ପୁଞ୍ଜି ନଷ୍ଟ ହେବା ସହ କରଜ ବଢ଼ିଥାଏ ।

ଛୁରୀକୁ ଏଣେ ତେଣେ ରଖନ୍ତୁ ନାହିଁ :

ରୋଷେଇ ଘରେ ଛୁରୀ ବା ପନିକକୁ ଏଣେ ତେଣେ ରଖନ୍ତୁ ନାହିଁ । ଏଣେ ତେଣେ ଛୁରୀ ରଖିବା ଦ୍ୱାରା ଘରେ କ୍ରୋଧ ବଢ଼ିଥାଏ । ଦୁଶ୍ଚିନ୍ତା ସୃଷ୍ଟି ହେବା ସହ ସମ୍ପର୍କରେ ତିକ୍ତତା ଦେଖା ଦେଇଥାଏ ।

ଅଇଁଠାକୁ ଡଷ୍ଟବିନ ରେ ପକାନ୍ତୁ :

ବାସ୍ତୁ ଶାସ୍ତ୍ର ଅନୁସାରେ ଅଇଁଠାକୁ କେବେ ବି ରୋଷେଇ ଘରର ସିଙ୍କରେ ଛାଡନ୍ତୁ ନାହିଁ । ଅଇଁଠାକୁ ସର୍ବଦା ଡଷ୍ଟବିନରେ ପକାନ୍ତୁ । ଖାଦ୍ୟ ତିଆରି କରି ସାରିବା ପରେ ରୋଷେଇ ଘରକୁ ସଫା ନିଶ୍ଚୟ କରନ୍ତୁ । ଯଦି ବାଲଟିର ପ୍ରୟୋଗ କରୁଛନ୍ତି ତାହାକୁ ଖାଲି ରଖନ୍ତୁ ନାହିଁ । ଏହାକୁ ପାଣି ଭରିକରି ରଖନ୍ତୁ । ଏମିତି କରିବା ଦ୍ୱାରା ରାହୁ, ଶନି ଓ ଚନ୍ଦ୍ରଙ୍କର ଅଶୁଭତ୍ୱ କମିଥାଏ । ବାଲତିରେ ପାଣି ଭରି ରଖିବା ଦ୍ୱାରା ସକରାତ୍ମକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.