ମିଳିଯିବ ମନ ଚାହୁଁଥିବା ଜୀବନସାଥୀ, ଆପଣାନ୍ତୁ ବାସ୍ତୁର ଏହି ସହଜ ଉପାୟ

ଯଦି ଆପଣଙ୍କର ବିବାହର ବୟସ ହୋଇଗଲାଣି ଏବଂ ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତେବେ ବାସ୍ତୁର ଏହି ନିୟମ ଗୁଡିକର ପାଳନ କରନ୍ତୁ । ଏହି ନିୟମ ପାଳନ କରିବା ଦ୍ବାରା ଶିଘ୍ର ବିବାହ ହେବା ସହ ଆପଣଙ୍କୁ ମିଳିଯିବ ମନଚାହୁଁଥିବା    ଜିବନସାଥୀ ।

ବାସ୍ତୁ ଏବଂ ଜ୍ଯୋତିଷଶାସ୍ତ୍ର ଅନୁସାରେ ବିବାହ କରିବାକୁ ଇଛୁକ ଥିବା ଯୁବକ ଯୁବତୀମାନେ କଳା ରଙ୍ଗର ବସ୍ତ୍ର ପରିଧାନ କମ୍ କରିବା ଉଚିତ୍ । ଏହାର କାରଣ ହେଉଛି କି, କଳା ରଙ୍ଗ ଶନି,ରାହୁ ଏବଂ କେତୁ ଏହି ତିନୋଟି ଗ୍ରହର ପ୍ରତିନିଧିତ୍ବ କରିଥାଏ ଯାହା ବିବାହରେ ବାଧକ ସୃଷ୍ଟି  କରିଥାଏ । ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି କିମ୍ବା ପାରମ୍ପାରିକ ବିବାହ, ଉଭୟ ସ୍ଥଳରେ ଏହି ନିୟମର ପାଳନ କରିବା ଦରକାର ପଡିଥାଏ ।

ଅବିବାହିତା ଯୁବକ,ଯୁବତୀମାନେ ଯିଏ ଘରଠାରୁ ଦୁରରେ ରହି ଚାକିରୀ କିମ୍ବା ପଢାପଢି କରୁଛନ୍ତି, ପ୍ରାୟତଃ ସେମାନେ ସେୟାର କରି ସାଙ୍ଗ ମାନଙ୍କ ସହିତ ରୁମ୍ ରେ ଭଡାରେ ରହିଥାନ୍ତି । ଯଦି ଆପଣ ଏହି ପରି ଅବସ୍ଥାରେ ରହୁଥାନ୍ତି, ତେବେ ଏପରିସ୍ଥଳେ ବିବାହ ବିଳମ୍ବ ସମସ୍ଯାକୁ ଦୂର କରିବା ପାଇଁ ତଥା ମନମୁତାବକ ଜୀବନସାଥୀ ପାଇବା ପାଇଁ ଆପଣଙ୍କ ବେଡ୍ କବାଟ ପାଖରେ ରହିବା ଲାଭପ୍ରଦ ହୋଇଥାଏ ।

ବିବାହ କରିବାକୁ ଚାହୁଁଥିବା ବ୍ଯକ୍ତିମାନଙ୍କୁ ଏହି ବିଷୟରେ ଧ୍ଯାନ ଦେବା ଉଚିତ୍ କି ବିବାହର ପ୍ରସ୍ତାବ ନେଇ ଆସୁଥିବା ଲୋକଙ୍କୁ ଏହି ପ୍ରକାରରେ ଘରେ ବସାନ୍ତୁ କି ତାଙ୍କ ମୁହଁ ଘରର ଭିତରପଟୁକୁ ଯେଭଳି ରହୁଥିବ । ଯଦି ସେମାନଙ୍କ ମୁହଁ ଘରର ବାହାର ପଟକୁ ରହୁଥିବ ତେବେ ବିବାହ ପ୍ରସ୍ତାବ ଠିକ୍ ହେବାର ସମ୍ଭାବନା କମି ଯାଇଥାଏ । ଯାହାର ବିବାହରେ ବାଧା ଆସୁଛି ତେବେ ସେମାନଙ୍କୁ ଏହି ଦିଗ ପ୍ରତି ବିଶେଷ ଭାବେ ଧ୍ଯାନ ଦେବା ନିହାତୀ ଜରୁରୀ ।

ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ଯରେ ଗୋଲାପ ଫୁଲର ଆଦାନ ପ୍ରଦାନ ସାମାନ୍ଯ କଥା ଅଟେ । ହେଲେ ଆପଣ ମଧ୍ଯ ଆପଣଙ୍କ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଗୋଲାପ ଫୁଲ ଦେଉଛନ୍ତି ତେବେ ଲାଭଦାୟକ ଏବଂ ଉନ୍ନତି ପାଇଁ ଫୁଲରୁ କଣ୍ଟାଗୁଡିକ କାଢିଦିଅନ୍ତୁ । ଏହା ଦ୍ବାରା ବିବାହ ପରେ ମଧ୍ଯ ଆପଣଙ୍କ ବୈବାହିକ ଜୀବନ ଖୁସିମୟ ହେବ। ଗୋଲାପ ବ୍ଯତିତ ଆପଣ କଇଁ ଫୁଲର ଗୋଚ୍ଛା ମଧ୍ଯ ଉପହାର ସ୍ବରୂପ ଦେଇପାରିବେ କିମ୍ବା ନିଜର ଶୟନ କକ୍ଷରେ ସଜାଇ ପାରିବେ ।

ବିବାହର କରିବାକୁ ଚାହୁଁଥିବା ବ୍ଯକ୍ତିମାନେ ଶୋଇବା ସମୟରେ ନିଜର ଗୋଡ ଉତ୍ତର ଦିଗ ଏବଂ ମୁଣ୍ଡକୁ ଦକ୍ଷିଣ ଦିଗ ପଟେ ରଖି ଶୋଇବା ନିହାତି ଆବଶ୍ଯକ ।

ମନଚାହୁଁଥିବା ଜୀବନସାଥୀ କିମ୍ବା ଶିଘ୍ର ବିବାହ କରିବାକୁ ଚାହୁଁଥିବା ଯୁବକ ଯୁବତୀମାନେ ଏମିତି ରୁମ୍ ରେ ଶୋଇବା ଆବଶ୍ଯକ ଯେଉଁ ରୁମ୍ ରେ ଗୋଟିଏରୁ ଅଧିକ କବାଟ ଥିବ ।

ବାସ୍ତୁଶାସ୍ତ୍ର ଅନୁସାରେ ବିବାହ କରିବାକୁ ଉଛୁକ ଥିବା ବ୍ଯକ୍ତିମାନେ ନିଜ ରୁମରେ ଗୋଲାପି, ହଲକା ହଳଦିଆ, ଧଳା ଚମକୁଥିବା ରଙ୍ଗ ଦେବା ଦରକାର ।

ବିବାହ କରିବାକୁ ଇଛୁକ ଥିବା ବ୍ଯକ୍ତିମାନେ ନିଜର ଘରର ଦକ୍ଷିଣ ପଶ୍ଚିମ ଭାଗରେ ଲାଲ ରଙ୍ଗର ଫୁଲର ପେଣ୍ଟିଙ୍ଗ ଲଗାଇବା ଲାଭପ୍ରଦ ହୋଇଥାଏ ।

 

 

 

 

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago