ଲାଇଫ୍ ଷ୍ଟାଇଲ୍

ବାସ୍ତୁ ଟିପ୍ସ: ଗଛ କାଟିବା ପୂର୍ବରୁ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ବଢ଼ିବ ଧନସମ୍ପତ୍ତି

କେବଳ ପ୍ରକୃତି ପାଇଁ ନୁହେଁ ଘର ପାଇଁ ମଧ୍ୟ ଗଛ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବଞ୍ଚିବା ବେଳେ ଗଛ ଅମ୍ଳଜାନ ଯୋଗାଉଥିବା ବେଳେ କଟାଯିବ ପରେ ବି ଘର ଉପରେ ଗଛର ପ୍ରଭାବ ରହିଥାଏ। ଗଛ କାଟିବା ବେଳେ କେଉଁ ଦିଗକୁ ଏହାର ଗଣ୍ଡି ପଡ଼ିବ ତାହା ଉପରେ ବି ପରିବାର ଲୋକଙ୍କ ଭାଗ୍ୟ ନିର୍ଭର କରେ। କାରଣ ଭିନ୍ନ ଭିନ୍ନ ଦିଗକୁ ଗଛ ପଡ଼ିଲେ ଭିନ୍ନ ଭିନ୍ନ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା କଟା ହେବା ପରେ ଗଛ କେଉଁ ଦିଗକୁ ପଡ଼ିବା ଶୁଭ ହୋଇଥାଏ…

  • ଯଦି ଗଛ କଟା ହୋଇସାରିବା ପରେ ପୂର୍ବ ଦିଗକୁ ପଡ଼ୁଛି ତେବେ ଧନଧାନ୍ୟ ବୃଦ୍ଧି ହୋଇଥାଏ।
  • ଯଦି ଅଗ୍ନି କୋଣ ବା ଦକ୍ଷିଣ-ପୂର୍ବ ଦିଗକୁ ଗଛ ପଡ଼ୁଛି ତେବେ ନିଆଁର ଭୟ ରହିଥାଏ।
  • ଦକ୍ଷିଣ ଦିଗରେ ଗଛ ପଡ଼ିଲେ ବିଭିନ୍ନ ପ୍ରକାରର ସମସ୍ୟା ଆସିପାରେ
  • ନୈଋତ ବା ଦକ୍ଷିଣ-ପଶ୍ଚିମ ଦିଗରେ କଟା ଗଛ ପଡ଼ିଲେ ପରିବାରରେ କଳହ ଦେଖାଦେଇପାରେ।
  • ପଶ୍ଚିମ ଦିଗରେ ପଡ଼ିଲେ ଚୋର ଭୟ ରହିଥାଏ।
  • ଉତ୍ତର ଦିଗରେ ପଡ଼ିଲେ ଧନର ଆଗମନ ହୋଇଥାଏ।
  • ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ଗଛ ପଡ଼ିଲେ ସର୍ବଶ୍ରେଷ୍ଠ ଫଳ ମିଳେ।

ବାସ୍ତୁବିତ୍‌ଙ୍କ ମତରେ ସବୁବେଳେ ଗଛ କାଟିବା ପୂର୍ବରୁ ପୂଜା କରିବା ଉଚିତ। ପୂଜା କରିବା ବେଳେ ଗଛରେ ବାସ କରୁଥିବା ପଶୁପକ୍ଷୀଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। କାରଣ ଆପଣ ଗଛ କାଟିବା ପରେ ସେମାନେ ବାସହରା ହୋଇଯିବେ। ଏଥିସହ ଗଛକୁ କ୍ଷମା ମାଗିବା ପରେ ହିଁ କାଟିବା ନିୟମ ରହିଛି। ଏହା ଦ୍ୱାରା ପରିବାର ଉପରେ କୌଣସି ବିପଦ ଆସେ ନାହିଁ।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago