ବାସ୍ତୁ ଟିପ୍ସ : ଜାଣନ୍ତୁ, ଘରର କେଉଁ ଦିଗରେ ରଜନୀଗନ୍ଧା ଗଛ ଲଗାଇଲେ ଆର୍ଥିକ ସୁବିଧା ସହ ମିଳିଥାଏ ମାନ ସମ୍ମାନ

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ |

ଘରେ ଯଦି କଷ୍ଟ, ଆର୍ଥିକ ଅସୁବିଧା, ଶାରିରୀକ ପିଡା ଓ ରୋଗ ଆଦି ଲଗାତାର ଲାଗି ରହୁଥାଏ । ତେବେ ଘରେ ବାସ୍ତୁ ଅନୁସାରେ କିଛି ଗଛ ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ଅସୁବିଧା ଦୂର ହେବ । ଆଜି ଆମେ ଆପଣଙ୍କୁ ବାସ୍ତୁ ବିଷୟରେ କିଛି କହିବୁ ଯେଉଁ ଗଛକୁ ଘରେ ଲଗାଇବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିବା ସହ ଅର୍ଥ ଓ ମାନ ସମ୍ମାନ ବୃଦ୍ଧି ଘଟିବ । ଲୋକେ ଘରେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି ।

ଏହା ମଧ୍ୟରେ ରଜନୀଗନ୍ଧା ଗଛ ଏପରି ଏକ ଗଛ ଯାହା ଫୁଲର ବାସ୍ନା ସାର ଘରକୁ ମହକିତ କରିଥାଏ । ଏହି ଗଛ କେବଳ ଘରର ଶୋଭା ବଢ଼ାଇ ନଥାଏ ବରଂ ଘରକୁ ଧନ ଧାନ୍ୟରେ ଭରିଦେଇଥାଏ । ତେବେ ଏହାକୁ ଘରେ ଲଗାଇବା ସମୟରେ ଠିକ ଦିଗ ଚୟନ କରିବା ଉଚିତ୍‌ ।

tuberose
photo credit: flipkart

ଏହି ଦିଗରେ ଲଗାନ୍ତୁ ରଜନୀ ଗନ୍ଧା ଗଛ :

ବାସ୍ତୁ ଶାସ୍ତ୍ର ଅନୁସାରେ, ରଜନୀଗନ୍ଧା ଗଛ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍‌ । ଏହି ଗଛ ସୌଭଗ୍ୟ ଆଣିଥାଏ । କୁହାଯାଏ ଏହି ଗଛ ଲଗାଇବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ପ୍ରଭାବରେ ଘରେ ସଂଚୟ ବୃଦ୍ଧି ପାଇଥାଏ । ଧନର ଆଗମନ ହୋଇଥାଏ ।

ରଜନୀଗନ୍ଧା ଗଛ ଘରର ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଦ୍ୱାରା ଘରର ସଦସ୍ୟଙ୍କ ଉନ୍ନତି ହୋଇଥାଏ । ତାଙ୍କର ସବୁ କାମ ଶୁଭ ଓ ଫଳଦାୟୀ ହୋଇଥାଏ । ବୈବାହିକ ଜୀବନରେ ମଧୂରତା ଆସିଥାଏ । ରଜନୀ ଗନ୍ଧା ଫୁଲର ସୁଗନ୍ଧରେ ପୁରା ଘରର ମାହୋଲ ପଜିଟିଭ ହୋଇଯାଇଥାଏ ।

Leave A Reply

Your email address will not be published.