ବଂଶୀ ମଧ୍ୟ ବଦଳାଇ ପାରେ ଆପଣଙ୍କ ଭାଗ୍ୟ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭଗବାନ କୃଷ୍ଣଙ୍କର ସବୁଠାରୁ ଅଧିକ ପ୍ରିୟ ବଂଶୀ। ତେବେ ଏନେଇ ବାସ୍ତୁ ଶାସ୍ତ୍ରରେ ଅନେକ ମହତ୍ତ୍ବ ରହିଛି। କାହ୍ନାଙ୍କର ଏହି ବାଦ୍ୟ ଯନ୍ତ୍ର କେବଳ ଶାନ୍ତିର ବାର୍ତ୍ତା ଦେଇନଥାଏ ବରଂ ଘର ସହ ସମସ୍ଯାର ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ। ଏହା ଜୀବନ ଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି କାରଣରୁ ଏହାକୁ ବାସ୍ତୁଦୋଷ ନିବାରକ କୁହାଯାଇଥାଏ।

ଜାଣନ୍ତୁ ବଂଶୀରେ କେଉଁ ପ୍ରଭାବଶାଳୀ ଗୁଣ ରହିଥାଏ:

ବେପାର କ୍ଷେତ୍ରରେ ଲାଭ ହୋଇଥାଏ

ସନାତନ ପରମ୍ପରା ଅନୁଯାୟୀ ବଂଶୀ ଗଛ ଶୁଭ ହୋଇଥାଏ। ଯଦି ଆପଣ ବେପାର କ୍ଷେତ୍ରରେ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ ଏହି ଚିନ୍ତା ଦୂର କରିବା ପାଇଁ ବଂଶୀ ଗଛର ରଖିପାରିବେ। ବାଣିଜ୍ୟ କ୍ଷେତ୍ରରେ ଲାଭ ପାଇବା ପାଇଁ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ନିଜ ଦୋକାନ କିମ୍ବା ଅଫିସରେ ବଂଶୀ ରଖନ୍ତୁ। ଏହା ଦ୍ବାରା ଆପଣ ଅନେକ ଲାଭ ପାଇପାରିବେ।

ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ

ସର୍ବଦା କଳହ ଲାଗି ରହିଲେ ଆପଣ ବଂଶୀର ବ୍ୟବହାର କରି ଖୁସି ଆଣିପାରିବେ।ଶୋଇବା ଖଟର ଉପର ପାର୍ଶ୍ବରେ ଘରର ପିଲର ରହିବାକୁ ଅଶୁଭ କହାଯାଇଥାଏ। ଏଣୁ ଏହାକୁ ଦୂର କରିବା ପାଇଁ ସ୍ତମ୍ବର ଦୁଇ ପାଶ୍ବରେ ନାଲି ଫିତାରେ ବଂଶୀ ବାନ୍ଧି ଦିଅନ୍ତୁ। ଦେଖିବେ ସସସ୍ତ ସମସ୍ଯା ଦୂର ହୋଇଯିବ।

ଆର୍ଥିକ ସମସ୍ୟା ଦୂର ହୋଇଥାଏ

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ରୂପା ବଂଶୀ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ରୂପା ବଂଶୀ ରଖିବା ଦ୍ବାରା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ସହ ଜଡ଼ିତ ଏହି ଉପାୟ ପାଳନ କରିବା ଦ୍ବାରା ଘରର ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ହୋଇଥାଏ।

ଆଧ୍ୟାତ୍ମିକ ଶକ୍ତିରେ ଉନ୍ନତି ହୁଏ

ଯଦି ଆପଣ ଧାର୍ମିକ ବା ଆଧ୍ୟାତ୍ମିକ ସାଧନାରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ବଂଶୀର ଉପଯୋଗ କରି ଏହି କ୍ଷେତ୍ରରେ ସଫଳ ହୋଇପାରିବେ। ଆଧ୍ୟାତ୍ମିକ ସାଧନାରେ ସଫଳ ହେବା ପାଇଁ ଆପଣ ସାଧନା ସ୍ଥଳ, ମନ୍ଦିର ଆଦିରେ ୨୧ ବା ୫୧ଟି ବଂଶୀରେ ତିଆରି ହୋଇଥିବା ଝାଲର ଲଗାନ୍ତୁ।

ଏହି ଉପାୟରେ ଘରର ବାସ୍ତୁଦୋଷ ଦୂର ହୋଇଥାଏ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାହାର କବାଟ ମୁନିଆ ହୋଇଥିଲେ ବାସ୍ତୁ ଦୋଷ ରହିଥାଏ। ଏଣୁ ଏହି ବାସ୍ତୁ ଦୋଷରୁ ରକ୍ଷା ପାଇବା ପାଇଁ ଘର ବାହାର କବାଟ ଗୋଲାକାର ଆକୃତିର ତିଆରି କରିବା ଉଚିତ। ଯଦି ଏହା ସମ୍ଭବ ହୋଇନଥାଏ, ତେବେ କବାଟର ଦୁଇ ପାଶ୍ବରେ ବଂଶୀ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

8 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

18 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

29 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

58 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago