ଲାଇଫ୍ ଷ୍ଟାଇଲ୍

ଦୀର୍ଘ ଦିନ ଧରି ବିବାହ ହୋଇପାରୁନଥିଲେ ଗୁଆକୁ ଏମିତି କରନ୍ତୁ ବ୍ଯବହାର, ପାଇବେ ମନଲାଖି ଜୀବନସାଥୀ

ସାଧାରଣତଃ ଗୁଆ ଶୁଭ ବୋଲି କୁହାଯାଇଥାଏ। ଏହାକୁ ପୂଜା ସମୟରେ ବ୍ଯବହାର କରାଯାଇଥାଏ। ଗୁଆ ଅନେକ ଚମତ୍କାରୀ ଗୁଣରେ ଭରପୁର ରହିଥାଏ। ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ ପାଖରେ ଗୁଆ ରଖିବା ଦ୍ବାରା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ। ଘରେ ହସ-ଖୁସି ଲାଗି ରହିଥାଏ। ବିଶେଷରୂପେ ଗୁଆ ଅବିବାହିତା ଝିଅମାନଙ୍କ ବିବାହ ସଂଯୋଗ ମଧ୍ଯ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା ଗୁଆ ସହ ଜଡିତ କିଛି ଖାସ୍ ଟିପ୍ସ।

-ଗୁଆକୁ ସୁତାରେ ବାନ୍ଧି ଚାଉଳ ଏବଂ କୁଙ୍କୁମ ଦ୍ବାରା ପୂଜା କରନ୍ତୁ। ଏହାପରେ ଏହାକୁ ଆପଣ ଘରର ଟ୍ରେଜରିରେ ରଖନ୍ତୁ। ଏହାଦ୍ବାରା ଘରେ ଧନର ଆଗମନ ହୋଇଥାଏ। ଏଥିସହ ସକାରାତ୍ମକ ଶକ୍ତି ମିଳିଥାଏ।

-କୌଣସି ଜରୁରୀ କାମରେ ଯିବା ପୂର୍ବରୁ ନିଜ ପର୍ସରେ ଗୋଟିଏ ଲବଙ୍ଗ ଏବଂ ଗୋଟିଏ ଗୁଆ ରଖନ୍ତୁ। ଏହାପରେ କୌଣସି ଶୁଭ କାର୍ଯ୍ଯ ପୂର୍ବରୁ ଲବଙ୍ଗକୁ ଚୋବାଇ ଖାଆନ୍ତୁ। ସେହିଭଳି ଗୁଆକୁ ଘରକୁ ଆସିବା ପରେ ଭଗବାନ ଗଣେଶଙ୍କ ପାଖରେ ରଖନ୍ତୁ। ଏହାଦ୍ବାରା ଅଟକି ଯାଇଥିବା କାମ ବହୁତ ଜଲଦି ହୋଇଥାଏ।

-ଯେଉଁ ଲୋକମାନଙ୍କ ବିବାହରେ ସମସ୍ଯା ଦେଖାଯାଇଥାଏ ସେହି ଲୋକମାନେ ଏହି ଉପାୟ ଆପଣାଇବା ଉଚିତ। ଏଥିପାଇଁ ଗୁରୁବାର ଦିନ ହଳଦୀ, କୁଙ୍କୁମ ଏବଂ ଚାଉଳକୁ ଗୁଆରେ ଲଗାଇ ମାଳ ଲଗାନ୍ତୁ। ଏହାପରେ ତାହାକୁ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ଲୁଚାଇ ରଖିଆସନ୍ତୁ। ଏଭଳି କରିବା ଦ୍ବାରା ଅବିବାହିତା ଝିଅମାନଙ୍କ ବିବାହ ଯୋଗ ବହୁତ ଜଲଦି ଖୋଲିଯାଇଥାଏ। ଏହାପରେ ସମ୍ପର୍କ ଠିକ୍ ହେବା ପର୍ଯ୍ଯନ୍ତ ସେହି ଗୁଆକୁ ନିଜ ପାଖରେ ରଖନ୍ତୁ ପରେ ଏହାକୁ ଜଳାଶୟରେ ବିସର୍ଜନ କରିଦିଅନ୍ତୁ।

-ଗୋଟିଏ ଗୁଆରେ ଅବିର ଲଗାଇ ରୁପା ଡବାରେ ବନ୍ଦ କରି ରଖିଦିଅନ୍ତୁ। ପରେ ଏହାକୁ ପୂର୍ଣ୍ଣିମା ଦିନ ପୂଜା ଘରେ ରଖନ୍ତୁ। ଏହାଦ୍ବାରା ଘରେ ଖୁସି ପରିବେଶ ଦେଖାଯାଇଥାଏ। ଏଥିସହ ବହୁତ ଜଲଦି ମାଙ୍ଗଳିକ କାର୍ଯ୍ଯ ହୋଇଥାଏ।

-କୌଣସି ବ୍ଯକ୍ତିଙ୍କୁ ନଜର ଲାଗିଥିଲେ ଗୋଟିଏ ଗୁଆକୁ ନେଇ ତାହାକୁ ୭ଥର ଯଜ୍ଞ କୁଣ୍ଡରେ ପକାନ୍ତୁ। ଏହାଦ୍ବାରା ନଜର ଦୋଷ ଦୂର ହେବା ସହ ସମସ୍ତ ପ୍ରକାର ସମସ୍ଯାରୁ ମୁକ୍ତି ମିଳିଥାଏ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

28 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

42 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

57 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago