ଶାକାହାରୀ ମାନେ ନିହାତି ଖାଇବା ଦରକାର ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଭିଟାମିନ ବି 12

ବିଭିନ୍ନ ଭିଟାମିନ୍ସ ତଥା ମିନେରାଲ୍ସ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ।  ଶରୀରରେ ଏଗୁଡିକର ସନ୍ତୁଳନ ରକ୍ଷା ହେବା ହେବା ନିହାତି ଜରୁରୀ ।  ଶରୀରରେ ବିଟାମିନ 12 କମ ହେବା କାରଣରୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ ।  ଯେଉଁମାନେ ଅମିଶାଷୀ ସେମାନଙ୍କୁ ତ ଅନେକ ସ୍ରୋତରୁ ଭିଟାମିନ ବି 12 ମିଳିଯାଏ ।  କିନ୍ତୁ ଯେଉଁମାନେ କେବେ ବି ଆମିଷ ଖାଇନଥାନ୍ତି ସେମାନଙ୍କ ଠାରେ ଏହି ଭିଟାମିନର ଅଭାବ ଦେଖାଦିଏ ।  ତେବେ ଚାଲନ୍ତୁ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିରଖିବି ଯାହାକୁ ନିୟମିତ ଖାଇଲେ ନିରାମିଷାଶୀଙ୍କୁ ବି ଭିଟାମିନ ବି 12 ମିଳିଯିବ ।

ଭିଟାମିନ ବି 12 ଅଭାବ ହେଲେ କେଉଁ ରୋଗ ଦେଖାଦିଏ ?

ଶରୀରର କୋଷିକା ମାନଙ୍କ ପାଇଁ ଏହି ଭିଟାମିନ ଖୁବ ଲାଭଦାୟୀ ।  ଏହା ନର୍ଭସ, ବ୍ଲଡ଼ ସେଲ୍ସ ତଥା ଡିଏନଏକୁ ବି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।  କିନ୍ତୁ ଜାଣନ୍ତିକି ଯଦି ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ନମିଳେ ତେବେ ଅନେକ ରୋଗ ଦେଖାଦିଏ ।  ଏମିତିକି ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖାଦେଇପାରେ ।  ଏସବୁ ବ୍ୟତୀତ କୋଷିକା ମାନଙ୍କ କାର୍ଯ୍ୟଦକ୍ଷତା ବି ଧୀରେ ଧୀରେ କମିବାକୁ ଲାଗେ | ଯାହା ଫଳରେ ମଣିଷର ସ୍ୱାସ୍ଥ୍ୟ ଉପରେ ବି ଅନେକ କୁପ୍ରଭାବ ପଡିପାରେ ।  ତେବେ ଆସନ୍ତୁ ଦେଖିବା ଏଗୁଡିକର କଣ ସବୁ ଲକ୍ଷଣ ରହିଛି ।

– ଯଦି ଆପଣ ଖୁବ ଥକି ଯାଇଛନ୍ତି ଓ ଅସୁସ୍ଥ ଅନୁଭବ କରୁଛନ୍ତି ।  ତେବେ ଜାଣିରଖନ୍ତୁ ଆପଣଙ୍କ ଶରୀରରେ ବି 12ର ଅଭାବ ହୋଇଛି ।

– ସବୁବେଳେ ଭୋକ ଲାଗିପାରେ ।  ଆଉ ଏହି କାରଣରୁ ଆପଣଙ୍କ ଧ୍ୟାନ ବାରମ୍ବାର ବିଗିଡି ଯାଇପାରେ ।

vitamin b 12

image credit: Diet

– ନିଦ ସମ୍ପୂର୍ଣ୍ଣ ନ ହେବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।  ଅଧିକ ଚଲାଚଲି କଲେ ବି ହାଲିଆ ଲାଗିପାରେ ।

– ପାଚନରେ ବି ସମସ୍ୟା ଦେଖାଦେଇପାରେ ।

– ଆପଣଙ୍କ ତ୍ୱଚା ହଳଦିଆ ପଡିଯାଇପାରେ ।

ତେବେ ଜାଣନ୍ତୁ କଣ କଣ ଖାଇଲେ ଆପଣଙ୍କୁ ମିଳିବ ଭିଟାମିନ ବି 12:

– ଆୟୁର୍ବେଦ ଅନୁସାରେ କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବେ ଧରାଯାଏ ।  ଏଥିରେ ମଧ୍ୟ ପୋଷକ ତତ୍ତ୍ୱ ଭରି ରହିଛି ।  ଆପଣ ପନିର, ଦହି, ଘୋଳଦହି ଆଦି ଖାଇଲେ ମଧ୍ୟ ଆପଣଙ୍କୁ ଭିଟାମିନ ବି 12 ମିଳିପାରିବ ।

-ଟେଂପେଡ଼ ଖୁବ ସ୍ୱାଦିଷ୍ଟ ହେବା ସହ ଏଥିରେ ଭରପୁର ପୋଷକ ତତ୍ତ୍ୱ ମିଳିଥାଏ ।  ଏହା କିଛି ପରିମାଣରେ ଟୋଫୁ ପରି ହୋଇଥାଏ ।  ଏଥିରେ କ୍ୟାଲସିୟମ, ଭିଟାମିନ, ମିନେରାଲସ, ଜିଙ୍କ ପରି ପୋଷକ ତତ୍ତ୍ୱ ବି ଭରପୁର ଥାଏ ।  ଆପଣ ଏହାକୁ ସୁପ ଆକାରରେ ପିଇପାରିବେ ।

– ଆପଣ ଫୋର୍ଟଇଫାଏଡ ଫୁଡକୁ ନିଜ ଡାଏଟରେ ସାମିଲ କରିପାରିବେ ।  ଏଥିରେ ବି ଭିଟାମିନ ବି 12 ମିଳିଥାଏ ।  ଆପଣ ଦଲୀୟା, ଭାତ ପରି ଖାଦ୍ୟ ଖାଇ ନିଜ ଶରୀରର ଭିଟାମିନ 12 ଅଭାବକୁ ପୁରା କରିପାରିବେ ।  ଆପଣଙ୍କୁ କହିରଖୁଛୁକି ଭାରତ ସରକାର ୨୦୨୪ ଯାଏଁ ମଧ୍ୟାହ୍ନ ଭୋଜନରେ ଦିଯାଉଥିବା ଶସ୍ୟକୁ ଫୋର୍ଟଇଫାଏଡ କରି ବାଣ୍ଟିବା ନେଇ ଲକ୍ଷ ରଖିଛନ୍ତି ।  ଆପଣଙ୍କୁ ବଜାରରେ ମଧ୍ୟ ଅନେକ ପ୍ରକାରର ଫୋର୍ଟଇଫାଏଡ ଯୁକ୍ତ ଖାଦ୍ୟ ମିଳିଯିବ ।

Leave A Reply

Your email address will not be published.