ବିଦୁର ନୀତି:ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଈର୍ଷା କରୁଥିବା ବ୍ୟକ୍ତି କେବେ ବି ରହିପାରନ୍ତିନି ସୁଖୀ

ମହାଭାରତ ଯୁଗର ମହାନ ଦାର୍ଶନିକ ଏବଂ ନୀତିଜ୍ଞ ବିଦୁରଙ୍କୁ ଧର୍ମରାଜର ମାନ୍ୟତା ଦିଆଯାଇଛି। ସେ ଉଭୟ କୌରବ ଓ ପାଣ୍ଡବଙ୍କ ମହାମନ୍ତ୍ରୀ ଥିଲେ। ସେ ରାଜନୈତିକ ଜ୍ଞାନ ସମେତ ମନୁଷ୍ୟ ସୁଖୀ ରହିବା ଉପାୟ ଆଦି ବିଷୟରେ ମଧ୍ୟ ବହୁ ମୂଲ୍ୟବାନ ମତ ଦେଇଥିଲେ। ଆସନ୍ତୁ ଜାଣିବା ବିଦୁରଙ୍କ କଥିତ କେତେକ ନୀତି ସମ୍ବନ୍ଧରେ…

  • ବିଦୁର ନିଜ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ ସବୁବେଳେ ଅନ୍ୟମାନଙ୍କ ଖୁସିରେ ଖୁସି ହେବା ଉଚିତ। ପର ଉପରେ ଈର୍ଷା ମନୋଭାବ ରଖିବା ଅନୁଚିତ। କାରଣ ଧନ ସମ୍ପତ୍ତି, ଟଙ୍କା ପଇସା ସବୁବେଳେ ରହେ ନାହିଁ, ସମୟ ସହ ତାହା ବଦଳିଯାଏ। କିନ୍ତୁ ସମ୍ପର୍କ ସବୁଦିନ ପାଇଁ ରହିଥାଏ।

  • ବିଦୁର କହିଛନ୍ତି ଯେ ବ୍ୟକ୍ତି ଉଚ୍ଚ କୁଳରେ ଜନ୍ମ ହୋଇନଥିଲେ ମଧ୍ୟ ଯଦି ସେ କଠିନ ପରିଶ୍ରମ କରିବ ତେବେ ନିଶ୍ଚୟ ଲକ୍ଷ୍ୟ ହାସଲ କରିବ। ଥରେ ବ୍ୟକ୍ତି ସଫଳତା ଲାଭ କଲେ ତାକୁ ଲୋକେ ଆପେ ସମ୍ମାନ ଦେବେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ିବାକୁ ସାହସ ଓ ଧୈର୍ଯ୍ୟ ରଖୁଥିବା ବ୍ୟକ୍ତି ପ୍ରକୃତ ଯୋଦ୍ଧା।

ଏହାସହ ପଢନ୍ତୁ:  ଚାଣକ୍ୟ ନୀତି: ଏହି ୪ଟି ଜିନିଷ ଛଡ଼ା ଦୁନିଆରେ ଆଉ କିଛି ବଡ଼ ନୁହେଁ

  • ସବୁବେଳେ ନିଜେ ଖୁସି ରହି ଅନ୍ୟମାନଙ୍କୁ ମଧ୍ୟ ଖୁସି ରଖିବା ଆବଶ୍ୟକ। ଯେଉଁ ବ୍ୟକ୍ତି ନିଜେ ଖୁସି ରହି ଅନ୍ୟମାନଙ୍କୁ ଖୁସି ଦେଇଥାଏ ତାଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳେ। ସୁଖ ଓ ସୌଭାଗ୍ୟ ବ୍ୟକ୍ତିର କର୍ମ ଉପରେ ନିର୍ଭର କରେ ଏବଂ ଏହା କର୍ମ ଅନୁସାରେ ପ୍ରାପ୍ତ ହୋଇଥାଏ। ପର ଉପରେ ଆଦୌ ଈର୍ଷା କରିବା ଉଚିତ ନୁହେଁ।
WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

45 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago