ଇମ୍ଯୁନିଟି ବଢାଇବା ପାଇଁ ଅଧିକ ମାତ୍ରାରେ ଭିଟାମିନ ସି ଔଷଧ ଖାଉଛନ୍ତି କି ? ହୋଇପାରେ ଅନେକ କ୍ଷତି

୨୦୨୦ ମସିହାରେ କରୋନା ଭାଇରସ ଲୋକଙ୍କୁ ସ୍ବାସ୍ଥ୍ଯ ସଚେତନ କରିଦେଲା। ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଇମ୍ଯୁନିଟି। ଆଉ ଏହି ଇମ୍ଯୁନିଟି ବଢାଇବା ପାଇଁ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଇବାକୁ ଲାଗିଲେ। ଯେଉଁ ଲୋକ ଫଳ ଖାଇବାକୁ ପସନ୍ଦ କରନ୍ତି ନାହିଁ, ସେମାନେ ମଧ୍ୟ ଫଳ ଏବଂ ସପ୍ଲିମେଣ୍ଟ ଭୋଜନ କରିବାକୁ ଲାଗିଲେ। କରୋନା କାଳରେ ଭିଟାମିନ ସି ଯୁକ୍ତ ଫଳ ଏବଂ ସପ୍ଲିମେଣ୍ଟ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷଜ୍ଞଙ୍କ ମତାନୁଯାୟୀ, ଭିଟାମିନ ସି ଇମ୍ଯୁନିଟିକୁ ମଜବୁତ କରିଥାଏ।

ଭିଟାମିନ ସି ଇମ୍ଯୁନିଟିକୁ ମଜବୁତ କରିଥାଏ ସତ କିନ୍ତୁ ଶରୀର ପାଇଁ ବିପଦ ହୋଇଥାଏ। ଅଧିକ ମାତ୍ରାରେ ଭିଟାମିନ ସି ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।

ଅଧିକ ମାତ୍ରାରେ ଭିଟାମିନ ସି ଖାଇବା ଦ୍ବାରା ମନ ବିଚଳିତ ହୋଇଥାଏ। ତେଣୁ ଇମ୍ଯୁନିଟି ବଢାଇବା ଔଷଧ ଅପେକ୍ଷା ଭିଟାମିନ ସି ଯୁକ୍ତ ଫଳ ଖାଆନ୍ତୁ। ଫଳ ଖାଇବା ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ହେବା କମ୍ ରହିଥାଏ।

vitamic c

ଭିଟାମିନ ସି ଔଷଧ ଅଧିକ ଖାଇବା ଦ୍ବାରା ଡାଇରିଆ ଭଳି ସମସ୍ଯା ଦେଖାଦିଏ। ଆପଣଙ୍କ ପେଟ ଖରାପ ହୋଇପାରେ। ବାନ୍ତି- ଝାଡା ଇତାଦି ହୋଇପାରେ। ଆପଣଙ୍କର ଡିହାଇଡ୍ରେସନ ହୋଇପାରେ।

ଭିଟାମିନ ସି ଔଷଧ ଅଧିକ ଖାଇଲେ ହାର୍ଟ ବର୍ନ, ଅନିଦ୍ରା, ମୁଣ୍ଡବ୍ଯଥା ଇତ୍ଯାଦିର ସାମ୍ନା କରିବାକୁ ପଡିଥାଏ। ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ୬୫-୯୦ ମିଲିଗ୍ରାମ ଭିଟାମିନି ସି ଖାଇବା ଉଚିତ। ଗୋଟେ ଦିନରେ ୨୦୦୦ରୁ ଅଧିକ ମାତ୍ରାର ଭିଟାମିନ ସି ଖାଇବା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.