ଲାଇଫ୍ ଷ୍ଟାଇଲ୍

କରୋନା ଭାଇରସରୁ ବଞ୍ଚିବାକୁ ଚାହୁଁଥିଲେ ଶରୀରରେ କମିବାକୁ ଦିଅନ୍ତୁନି ଏହି ଭିଟାମିନ୍‌

ନୂଆଦିଲ୍ଲୀ : କରୋନା ଭାଇରସରୁ ବଞ୍ଚିବାକୁ ହେଲେ ଶରୀରର ଇମ୍ୟୁନିଟି ପାଓ୍ଵାର ବଢ଼ାଇବାକୁ ହେବ । କରୋନାର ୩ୟ ଲହରରେ ନିଜକୁ ସୁରକ୍ଷିତ ରଖିବା ସହ ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ଜରୁରୀ । କରୋନା ଭାଇରସ ସହ ଲଢ଼ିବାକୁ ହେଲେ ଶରୀରରେ ଭିଟାମିନର ମାତ୍ରା କମ୍‌ ନହେବା ଆବଶ୍ୟକ । ଶରୀରକୁ ମଜବୁତ ରଖିବାକୁ ହେଲେ କେଉଁ ଭିଟାମିନ ଅତ୍ୟନ୍ତ ଜରୁରୀ ତାହା ଜାଣିବା ଜରୁରୀ । ବିଶେଷକରି ଯଦି ଆପଣଙ୍କ ଶରୀରରେ ଭିଟାମିନ ସି, ଭିଟାମିନ୍‌ ବି-୬, ଭିଟାମିନ ଡି ଏବଂ ଜିଙ୍କ୍‌ ର ମାତ୍ରା ଠିକ୍‌ ରହିବା ଉଚିତ୍‌ ।

ଭିଟାମିନ ସି :

ଯଦି ଆପଣ ଠିକ୍‌ ମାତ୍ରାରେ ଭିଟାମିନ୍‌ ସି ର ସେବନ କରୁଛନ୍ତି ତାହାଲେ ଆପଣଙ୍କ ଇମ୍ୟୁନିଟି ମଜବୁତ ରହିଥାଏ । ଭିଟାମିନ ସି ଅଭାବରେ ଫୁସଫୁସରେ ଫୁଲାପଣ ଆସିଯାଇଥାଏ । ଫଳରେ ଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ତେଣୁ ଖାଦ୍ୟରେ ସର୍ବଦା ଖଟା ଫଳ ଓ ସବୁଜ ପରିବା ନିଅନ୍ତୁ ଯେଉଁଥିରୁ ଆପଣ ପ୍ରଚୁର ଭିଟାମିନ ସି ପାଇ ପାରିବେ ।

ଭିଟାମିନ ବି-୬ :

ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଭିଟାମିନ ବି-୬ ଅତ୍ୟନ୍ତ ଜରୁରୀ । ଏଥିରେ ଥିବା ବାୟୋ କେମିକାଲ ରିଏକ୍ସନ ଇମ୍ୟୁନିଟିକୁ ମଜବୁତ କରିଥାଏ । ନନ୍‌ ଭେଜିଟାରିଆନ ଲୋକେ ଖାଦ୍ୟରେ ଅଣ୍ଡା, ଚିକେନ, ସାଲମନ୍‌ ଫିସ ନିଅନ୍ତୁ ।

ଭିଟାମିନ ଡି :

ଶରୀରରେ କ୍ୟାଲସିୟମ ଓ ଫସଫରସ ଅଭାବ ପୂରଣ କରିବା ପାଇଁ ଭିଟାମିନ ଡି ର ସେବନ ଅତ୍ୟନ୍ତ ଜରୁରୀ । ସୂର୍ଯ୍ୟ କିରଣରୁ ଆପଣଙ୍କୁ ନାଚୁରାଲ ଭିଟାମିନ ଡି ମିଳିଥାଏ । ଏହାଛଡ଼ା ଭିଟାମିନ ଡି ର ସପ୍ଲିମେଣ୍ଟ ମଧ୍ୟ ନିଆଯାଇଥାଏ । ଉପଯୁକ୍ତ ମାତ୍ରାର ଭିଟାମିନ୍‌ ଡି ନେଲେ ଶ୍ୱାସ ସଂକ୍ରମଣରୁ ରକ୍ଷା ମିଳିଥାଏ । କରୋନା ସମୟରେ ଶରୀରରେ ଭିଟାମିନ ଡି ଉପଯୁକ୍ତ ମାତ୍ରାରେ ହେବା ଦରକାର ।

ଜିଙ୍କ୍‌ :

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଶରୀରରେ ଜିଙ୍କ ମାତ୍ରା ଠିକ୍‌ ରହିବା ଜରୁରୀ । ଜିଙ୍କର ଅଭାବ ଶରୀରର ଇମ୍ୟୁନିଟି ଉପରେ ପ୍ରଭାବ ପକାଇଥାଏ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago