ଶରୀରରେ ଭିଟାମିନ ‘ଡି’ ର ଅଭାବ ହେଲେ ଦେଖାଯିବ ଏହି ୫ ଲକ୍ଷଣ, ଜାଣନ୍ତୁ କ’ଣ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭିଟାମିନ ‘ଡି’ ର ମୁଖ୍ୟ ଭୂମିକା ରହିଛି । ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଭିଟାମିନ ଭଳି ଭିଟାମିନ ‘ଡି’ କୁ ମଧ୍ୟ ଖାଦ୍ୟର ସାମିଲ କରନ୍ତୁ । ଭିଟାମିନ ‘ଡି’ ର ସବୁଠୁ ବଡ଼ ପ୍ରାକୃତିକ ଉତ୍ସ ହେଉଛି ସୂର୍ଯ୍ୟ କିରଣ ।

ହାଡ଼, ମାଂସପେଶୀ ଓ ଦାନ୍ତର ମଜଭୁତ ପାଇଁ ଭିଟାମିନ ‘ଡି’ ର ଆବଶ୍ୟକତା ଅଧିକ । ଏକ ପରିସଂଖ୍ୟାନ ଅନୁଯାୟୀ ଭାରତରେ ୭୦ ରୁ ୯୦ ପ୍ରତିଶତ ଲୋକ ଭିଟାମିନ ‘ଡି’ ଅଭାବ ଜନିତ ରୋଗରେ ପୀଡିତ ଅଛନ୍ତି । ଆଜି ଆସନ୍ତୁ ଜାଣିବା ଭିଟାମିନ ‘ଡି’ ଅଭାବ ହେଲେ ଶରୀରରେ କେଉଁ କେଉଁ ଲକ୍ଷଣ ସବୁ ଦେଖାଯାଏ ।

ଭିଟାମିନି ‘ଡି’ ଅଭାବ ଜନିତ ଲକ୍ଷଣ :

୧. ଦିନସାରା ଥକ୍କାପଣ ଅନୁଭବ କରିବା : ଶରୀରରେ ଭିଟାମିନ ‘ଡି’ ର ଅଭାବ ହେଲେ ଦିନସାରା ଥକ୍କାପଣ ଅନୁଭବ କରିବେ । ଯଦି ଆପଣଙ୍କ ଖାଦ୍ୟ ଓ ବିଶ୍ରାମ ଠିକ୍‌ ଅଛି ଓ ତଥାପି ଆପଣ ଥକ୍କା ଅନୁଭବ କରୁଛନ୍ତି । ତେବେ ଭିଟାମିନ ‘ଡି’ ଆପଣଙ୍କ ଶରୀରରେ କମ୍‌ ହେବାର ମୁଖ୍ୟ କାରଣ ।

୨. ହାଡ଼ ଓ ପିଠିରେ ଦରଜ : ହାଡ଼, ଦାନ୍ତ ଓ ମାଂସପେଶୀକୁ ମଜଭୁତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ ରହିଛି । ଯଦି ଶରୀରରେ ଭିଟାମିନ ଡି ର ଅଭାବ ହୁଏ ତେବେ ଶରୀର କ୍ୟାଲସିୟମ ଗ୍ରହଣ କରିନଥାଏ । ଏପରି ସ୍ଥିତିରେ ଆପଣଙ୍କ ହାଡ଼ ଓ ପିଠିରେ ଦରଜ ରହିବ ।

୩. ବାଳ ଝଡ଼ିବା : ଭିଟାମିନ ଡି ର ଅଭାବରେ ବାଳ ଖୁବ୍‌ ଝଡ଼ିଥାଏ । ଆମେ ଏଥିପାଇଁ ହେୟାର ଫଲ ର ଚିକିତ୍ସା କରିଥାଉ । ବାସ୍ତବରେ ଏହା ଭିଟାମିନ ଡି ଅଭାବ ଜନିତ କାରଣରୁ ହୋଇଥାଏ ।

୪. ଡିପ୍ରେସନ ଓ ମୁଡ଼ ଖରାବ ରହିଥାଏ : ଯଦି ଆପଣ ସର୍ବଦା ମାନସିକ ଅବସାଦ ଅନୁଭବ କରୁଛନ୍ତି ତେବେ ଏହା ମଧ୍ୟ ଭିଟାମିନ ଡି ଅଭାବରୁ ହୋଇପାରେ । କେବେ କେବେ ଘରକୁ ସୂର୍ଯ୍ୟ କିରଣ ନଆସିବା ଯୋଗୁ ମଧ୍ୟ ଡିପ୍ରେସନ ର କାରଣ ହୋଇଥାଏ । ତେଣୁ ନିୟମିତ ସୂର୍ଯ୍ୟ କିରଣରେ କିଛି ସମୟ ବିତାନ୍ତୁ ।

୫. ଘା’ ଶୀଘ୍ର ଭଲ ନ ହେବା : ସେହିପରି ଶରୀରରେ ଯଦି ଘା’ ଶୀଘ୍ର ଭଲ ନହୁଏ ତାହା ଭିଟାମିନ ଡି ଅଭାବ ବୋଲି ଧରି ନେବାକୁ ହେବ । ଭିଟାମିନ ଡି ଶରୀରରେ ଜ୍ୱଳନ, ବିନ୍ଧାବିନ୍ଧି ଓ ସଂକ୍ରମଣକୁ ମଧ୍ୟ କମ୍‌ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.