ନଡିଆ ତେଲ ଏବଂ ଭିଟାମିନ୍ E କ୍ୟାପସୁଲ ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ, ଏହି ଉପାୟରେ କରନ୍ତୁ ବ୍ୟବହାର

ନଡିଆ ତେଲ ଏବଂ ଭିଟାମିନ୍ E, ଉଭୟ ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି, ତେବେ ଏହା ସ୍କିନ୍‌ ବହୁତ ଭଲ ହୋଇଥାଏ । ନଡ଼ିଆ ତେଲ ସ୍କିନ୍‌କୁ ମଶ୍ଚରାଇଜ୍ କରୁଥିବାବେଳେ ଭିଟାମିନ୍ E ବ୍ରଣ ଏବଂ ରିଙ୍କଲ୍ସ ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା ନଡ଼ିଆ ତେଲ ସହିତ ଭିଟାମିନ୍ E କ୍ୟାପସୁଲ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ପାଇଁ କ’ଣ ଲାଭ ପାଇବେ ? ଏଥି ସହିତ ସେଗୁଡିକକୁ କେବେ ଏବଂ କିପରି ବ୍ୟବହାର କରିବେ ?

ନଡ଼ିଆ ତେଲ ଏବଂ ଭିଟାମିନ୍ E ବ୍ୟବହାର କରିବାର ଫାଇଦା :
ରିଙ୍କଲ୍ସ କମ୍‌ କରିଥାଏ : ମୁହଁରେ ରିଙ୍କଲ୍ସକୁ କମାଇବା ପାଇଁ ଭିଟାମିନ୍ E ସହିତ ନଡିଆ ତେଲ ମିଶାଇ ଲଗାନ୍ତୁ । ଭିଟାମିନ୍ E ତେଲ ସ୍କିନ୍‌କୁ ହାଇଡ୍ରେଟ୍ ରଖେ ଏବଂ ରିଙ୍କଲ୍ସ ହେବର ଲକ୍ଷଣକୁ କମ୍‌ କରେ । ଏଥିପାଇଁ ଗୋଟିଏ ଚାମଚ ନଡ଼ିଆ ତେଲରେ ଗୋଟିଏ ଭିଟାମିନ୍ E କ୍ୟାପସୁଲର ତେଲ ମିଶାନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଧୀରେ ଧୀରେ ମାଲିସ୍ କରନ୍ତୁ ।

ଚେହେରାର ଚମକ ବଢାଇଥାଏ : ଚେହେରାର ଚମକ ବଢାଇବା ପାଇଁ ଆପଣ ନଡିଆ ତେଲ ଏବଂ ଭିଟାମିନ୍ E ବ୍ୟବହାର କରିପାରିବେ । ଏହି ଦୁଇଟି ଜିନିଷକୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ପ୍ରଥମତଃ ବିଷାକ୍ତ ପଦାର୍ଥ ବାହାର କରିବା ସହ ଚେହେରାର ଚମକ ବଢାଇଥାଏ । ତେଣୁ ଏହିସବୁ କାରଣରୁ ନଡ଼ିଆ ତେଲ ଏବଂ ଭିଟାମିନ୍ E ବ୍ୟବହାର କରାଯାଇପାରିବ ।

ବ୍ରଣ ସମସ୍ୟା କମ୍‌ କରିଥାଏ : ବ୍ରଣ ହେବା ଯୋଗୁ ଆମ ସ୍କିନ୍‌ ବହୁତ ଖରାପ ଦେଖାଯାଏ । ଏଭଳି ପରିସ୍ଥିତିରେ ନଡ଼ିଆ ତେଲ ଏବଂ ଭିଟାମିନ୍ E କ୍ୟାପସୁଲ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟାକୁ ନିୟନ୍ତ୍ରଣ କରାଯାଇଥାଏ ।

ସେଥିପାଇଁ ଆସନ୍ତୁ ଜାଣିବା ନଡ଼ିଆ ତେଲ ଏବଂ ଭିଟାମିନ୍ E କ୍ୟାପସୁଲ୍ କେବେ ବ୍ୟବହାର କରିବେ । ତେବେ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲରେ ଭିଟାମିନ୍ E କ୍ୟାପସୁଲ ମିଶାଇ ଲଗାନ୍ତୁ । ଏପରି ଭାବେ ଏହା ସହଜରେ ସ୍କିନ୍‌ରେ ଅବଶୋଷିତ ହୋଇଥାଏ । ଯାହାଫଳରେ ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର ହେବ ।

Leave A Reply

Your email address will not be published.