ନୂଆ ବର୍ଷରେ ଚମକଦାର ତ୍ୱଚା ପାଇବାକୁ ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ୍ ପ୍ୟାକ୍

ଶୀତଦିନେ ପ୍ରାୟତଃ ତ୍ୱଚାର ଚମକ ହଜିଯାଏ । ଆଗକୁ ନୂଆ ବର୍ଷ ଆସିବାକୁ ଯାଉଛି । ଯଦି ଆପଣ ମଧ୍ୟ ନୂଆ ବର୍ଷରେ ଆପଣଙ୍କ ଚେହେରାର ହଜିଯାଇଥିବା ଚମକକୁ ଫେରାଇବାକୁ ଚାହାଁନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଫେସ୍ ପ୍ୟାକ୍ ବିଷୟରେ କହିବାକୁ ଯାଉଛୁ ଯାହା କିଛି ମିନିଟ୍ ମଧ୍ୟରେ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ ଏବଂ ଆପଣଙ୍କ ହଜିଯାଇଥିବା ଚମକ ମଧ୍ୟ ଫେରାଇଆଣିବ । ଆମେ କହୁଛୁ ଚନ୍ଦନ ପାଉଡ଼ର୍ ଫେସ୍ ପ୍ୟାକ୍ କଥା ।

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ । ଚନ୍ଦନ ଅତ୍ୟନ୍ତ ପବିତ୍ର ବୋଲି ମଧ୍ୟ ବିବେଚନା କରାଯାଏ । ଆୟୁର୍ବେଦରେ ମଧ୍ୟ ଏହାର ବହୁତ ଭଲ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାକୁ ବ୍ୟବହାର କରି ଅନେକ ପ୍ରକାରର ସ୍କିନ୍‌ ସମସ୍ୟା ଯେପରିକି ପିମ୍ପଲ୍, ଫ୍ରେକ୍ଲେସ୍ ଇତ୍ୟାଦି ଦୂର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କିପରି ତିଆରି କରାଯାଏ ଏହି ଫେସ୍ ପ୍ୟାକ୍ ।

ଶୁଷ୍କ ଏବଂ ଡ଼ଲ୍ ତ୍ୱଚାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଚନ୍ଦନ ପାଉଡର, କ୍ଷୀର ଏବଂ ଗୋଲାପ ଜଳ ଦରକାର । ସର୍ବପ୍ରଥମେ, ଏକ ପାତ୍ରରେ ଏକ ଚାମଚ ଚନ୍ଦନ ପାଉଡର ନିଅନ୍ତୁ । ବର୍ତ୍ତମାନ ଏଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାନ୍ତୁ ଏବଂ ସବୁକିଛି ଭଲ ଭାବରେ ମିଶାନ୍ତୁ । ମନେରଖନ୍ତୁ ଯେ ଏହି ମିଶ୍ରଣଟି ଅତ୍ୟଧିକ ମୋଟା କିମ୍ବା ଅଧିକ ପତଳା ହେବା ଉଚିତ୍ ନୁହେଁ । ଆପଣ ଏହି କେମିକାଲ୍ ଫ୍ରି ଫେସ୍ ପ୍ୟାକ୍ ଆପଣଙ୍କ ମୁହଁ ଏବଂ ବେକରେ ପ୍ରୟୋଗ କରିପାରିବେ ।

ଉତ୍ତମ ଫଳାଫଳ ପାଇବାକୁ, ଆପଣଙ୍କୁ ଏହି ଫେସ୍ ପ୍ୟାକ୍ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବାକୁ ପଡିବ । ଯେତେବେଳେ ଫେସ୍ ପ୍ୟାକ୍ ଶୁଖିଯିବ ଏହାପରେ ଆପଣ ଥଣ୍ଡା ପାଣିରେ ମୁହଁ ଧୋଇ ପାରିବେ । ମୁହଁ ଧୋଇବା ପରେ, ମୁହଁରେ ମଶ୍ଚରାଇଜର ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏହି ଫେସ୍ ପ୍ୟାକ୍ ସପ୍ତାହରେ ଥରେ କିମ୍ବା ଦୁଇଥର ବ୍ୟବହାର କରାଯାଇପାରିବ । ସୂଚନାଯୋଗ୍ୟ, ଚନ୍ଦନ କାଠରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ତ୍ୱଚା ପାଇଁ ଏକ ବରଦାନ ସଦୃଶ ହୋଇଥାଏ ।

ଚନ୍ଦନ କାଠରେ ନିର୍ମିତ ଫେସ୍ ପ୍ୟାକ୍ କେବଳ ଆପଣଙ୍କ ଚର୍ମର ରଙ୍ଗକୁ ଉନ୍ନତ କରେ ନାହିଁ ବରଂ ଚର୍ମ ସମ୍ବନ୍ଧୀୟ କିଛି ସମସ୍ୟାକୁ ମଧ୍ୟ ରୋକିପାରେ । ଏହାର ବ୍ୟବହାର ଆପଣଙ୍କ ସ୍କିନକୁ ଏକ ନ୍ୟାଚୁରାଲ୍ ଗ୍ଲୋ ଦେଇଥାଏ । ଏହାର ଥଣ୍ଡା ଗୁଣ ସନ୍‌ ଟାନ୍ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ତଥାପି, ଆପଣ ନିଜ ପୁରା ଚେହେରାରେ ଏହି ଫେସ୍ ପ୍ୟାକ୍ ଲଗାଇବା ପୂର୍ବରୁ ପ୍ରଥମେ ଏକ ପ୍ୟାଚ୍ ଟେଷ୍ଟ କରିବାକୁ ଭୁଲନ୍ତୁ ନାହିଁ ।