ଚମକଦାର ତ୍ୱଚା ଚାହୁଁଛନ୍ତି କି? ଏଭଳି ବ୍ୟବହାର କରନ୍ତୁ ଗୋଲାପ ଜଳ

ଶୀତ ହେଉ କିମ୍ବା ଗ୍ରୀଷ୍ମ ହେଉ, ଆମେ ନିଜର ସମସ୍ତ ସ୍କିନ ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟ ପ୍ରତ୍ୟେକ ଋତୁରେ ଗୋଲାପ ଜଳ ବ୍ୟବହାର କରୁ । ଗୋଲାପ ଜଳ କେବଳ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଭଲ କରେ ନାହିଁ ବରଂ ଏହାର ଦୈନନ୍ଦିନ ବ୍ୟବହାର ସ୍କିନ ଗ୍ଲୋ ମଧ୍ୟ କରାଇଥାଏ । ଏହା ଆପଣଙ୍କ ସ୍କିନକୁ ସବୁବେବେଳେ ସତେଜ କରିଥାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଯଦିଓ ଆପଣ ବଜାରରେ ଅନେକ ପ୍ରଡକ୍ଟ ପାଇବେ, ତଥାପି ଗୋଲାପ ଜଳର ବ୍ୟବହାର ସର୍ବାଧିକ ହୋଇଥାଏ ।
ଯଦି ଦେଖାଯାଏ, ଗୋଲାପ ଜଳ ଏକ ପ୍ରକାର ପ୍ରାକୃତିକ ଦ୍ରବ୍ୟ ଯାହା ସାହାଯ୍ୟରେ ଚର୍ମକୁ ସୁସ୍ଥ ରଖାଯାଇପାରିବ । ଗୋଲାପ ଜଳ ବ୍ୟବହାର କରିବାର ସମସ୍ତଙ୍କର ନିଜସ୍ୱ ପଦ୍ଧତି ଅଛି । କେହି କେହି ଏହାକୁ ଟୋନିଂ ପାଇଁ ବ୍ୟବହାର କରୁଥିବାବେଳେ ଅନ୍ୟମାନେ ଏହାକୁ ଫେସ୍ ମାସ୍କରେ ମିଶାଇ ଏହାକୁ ପ୍ରୟୋଗ କରନ୍ତି । ଚର୍ମ ସଫା କରିବା ପାଇଁ କିଛି ଲୋକ ଗୋଲାପ ଜଳ ମଧ୍ୟ ବ୍ୟବହାର କରନ୍ତି ।
ଗୋଲାପ ଜଳରେ ଟୋନର ପ୍ରସ୍ତୁତ କରନ୍ତୁ:
ସତେଜ ଗୋଲାପ ଫୁଲରୁ ଆପଣ ନିଜ ଚେହେରା ପାଇଁ ସତେଜ ଟୋନର ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ଗୋଲାପ ଫୁଲକୁ ପାଣିରେ ଫୁଟାଇବାକୁ ପଡିବ । ଯେତେବେଳେ ଏହା ଥଣ୍ଡା ହୋଇଯିବା, ଏହାକୁ ଫିଲ୍ଟର୍ କରି ଫ୍ରିଜରେ ରଖିଦିଅନ୍ତୁ । ବର୍ତ୍ତମାନ ଆପଣ ଏହି ହାଇଡ୍ରେଟିଂ ଏବଂ ସତେଜ ଟୋନର ଯେକୌଣସି ସମୟରେ ବ୍ୟବହାର କରିପାରିବେ ।
ମେକଅପ୍ ରିମୁଭ କରିବା ପାଇଁ ବ୍ୟବହାର କରନ୍ତୁ:
ଯଦିଓ ମେକଅପ୍ ହଟାଇବା ପାଇଁ ଆଜିକାଲି ମାର୍କେଟରେ ଅନେକ ପ୍ରକାରର ପ୍ରଡକ୍ଟ ମିଳୁଛି, କିନ୍ତୁ ଏହି ପ୍ରଡକ୍ଟ ତିଆରିରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ ଯାହା ଆପଣଙ୍କ ତ୍ୱଚା ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଏହା ବଦଳରେ ଆପଣ ଗୋଲାପ ଜଳ ସାହାଯ୍ୟରେ ମେକଅପ୍ ମଧ୍ୟ ସଫା କରିପାରିବେ । ମେକଅପ୍ ସଫା କରିବା ସହିତ ଏହା ଆପଣଙ୍କ ତ୍ୱଚାକୁ ଚମକଦାର ମଧ୍ୟ କରିଥାଏ ।
ଫେସ୍ ପ୍ୟାକରେ ମିଶାନ୍ତୁ:
ଗୋଲାପ ଜଳକୁ ମୁଲତାନି ମିଟି ଏବଂ ଚନ୍ଦନ ପାଉଡର ସହିତ ମିଶାଇ ଗ୍ଳୋଇଂ ସ୍କିନ ପାଇଁ ଆପଣ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିପାରିବେ । ଏହା ଆପଣଙ୍କ ତ୍ୱଚାକୁ ଡ଼ିପ୍ କ୍ଳୀଞ୍ଜିଙ୍ଗ କରିବାରେ ସାହାଯ୍ୟ କରିବ । ଏହା ସହିତ, ଗୋଲାପ ଜଳ ଆପଣଙ୍କ ତ୍ୱଚାକୁ ନରମ ରଖିବା ଏବଂ ଭିତରୁ ଏହାର ପ୍ରାକୃତିକ ରଙ୍ଗ ବଢ଼ାଇବାରେ ସହାୟକ ହୋଇଥାଏ ।