ମୋଟାପଣ କମାଇବାକୁ ଚାହୁଁଛନ୍ତି କି? ବ୍ରେକଫାଷ୍ଟରେ ଖାଆନ୍ତୁ ଦହି କାକୁଡି ସାଲାଡ଼
ମୋଟାପା ବୃଦ୍ଧି ହେତୁ ଶରୀର ଅନେକ ରୋଗର ଘର ହୋଇଯାଏ । ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଓଜନ କମାଇବା ପାଇଁ ଡାଏଟ୍ ଏବଂ ବ୍ୟାୟାମ ଆରମ୍ଭ କରନ୍ତି । କିନ୍ତୁ ମୋଟାପଣ ହ୍ରାସ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଠିକ୍ ଭାବରେ ଡାଏଟ୍ କରିବା । ପ୍ରତିଦିନ ସକାଳେ ହେଲଦି ଜଳଖିଆ ଖାଆନ୍ତୁ । ତେଣୁ, ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ସାଲାଡ ରେସିପି ଆଣିଛୁ ।
ଏହି ସାଲାଡ କାକୁଡି ଏବଂ ଦହିରୁ ପ୍ରସ୍ତୁତ । ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ତାଙ୍କ ଫିଲ୍ମ ‘ ଚନ୍ଦୁ ଚାମ୍ପିଅନ୍’ରେ ବଡି ଟ୍ରାନ୍ସଫରମେସନ ପାଇଁ ସକାଳେ ଦହି କାକୁଡି ସାଲାଡ ଖାଉଥିଲେ । ତେଣୁ ଆଜି ଆମେ ଆମେ ଆପଣଙ୍କୁ ଏହି ଟେଷ୍ଟି ଏବଂ ହେଲ୍ଦି ଦହି କାକୁଡି ସାଲାଡ଼ର ରେସିପି ବିଷୟରେ ଜଣାଇବୁ ।
ଆବଶ୍ୟକୀୟ ସାମଗ୍ରୀ:
ଦହି ଅଧା କପ୍ , ୨ଟି କାକୁଡି, କଞ୍ଚାଲଙ୍କା – ୧, ଭଜା ଜିରା – ଅଧା ଚାମଚ, ଗୋଲମରିଚ- ଅଧା ଚାମଚ, ପୋଦିନା ପତ୍ର- ଅଧା ଚାମଚ, କଳା ଲୁଣ- ଅଧା ଚାମଚ, ଚିନି – ଅଧା ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଦହି କାକୁଡି ସାଲାଡ୍ ତିଆରି କରିବା ପାଇଁ ପ୍ରଥମେ ଦହିକୁ ଏକ ପାତ୍ରରେ ରଖନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳେଇଦିଅନ୍ତୁ ଏବଂ କାକୁଡି ଧୋଇ ଦିଅନ୍ତୁ । ଏହା ପରେ କାକୁଡିକୁ ଗ୍ରେଟ୍ କରିଦିଅନ୍ତୁ । ଯେତେବେଳେ ଦହି କ୍ରିମ୍ ପରି ଦେଖାଯିବା ଆରମ୍ଭ କରିବ ତା’ପରେ କଞ୍ଚା ଲଙ୍କା, ଭଜା ଜିରା, କଳା ଲୁଣ, ପୋଦିନା ପତ୍ର, ଗୋଲମରିଚ ସବୁକୁ ଭଲ ଭାବରେ ମିଶାନ୍ତୁ ।
ବର୍ତ୍ତମାନ ଗ୍ରେଟ୍ ହୋଇଥିବା କାକୁଡିକୁ ଦହିରେ ମିଶାଇ ଏକ ଚାମଚ ସାହାଯ୍ୟରେ ଏହାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଏହାପରେ ଆପଣଙ୍କ ଟେଷ୍ଟି ଦହି – କାକୁଡି ସାଲାଡ୍ ପ୍ରସ୍ତୁତ । ଯଦି ଆପଣ ଚାହାଁନ୍ତି , ଖାଇବା ପୂର୍ବରୁ ସାଲାଡକୁ କିଛି ସମୟ ଫ୍ରିଜରେ ମଧ୍ୟ ରଖିପାରିବେ । ଆପଣ ନିଜ ସ୍ୱାଦ ଅନୁଯାୟୀ ଗାଜର, ବିଟ, ପିଆଜ ମଧ୍ୟ ପକାଇପାରିବ ।