ମାଠିଆର ପାଣି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ !

ଆଜିକା ଦିନରେ ରୋଗର ନୂଆ ନୂଆ ପ୍ରକାର ନାଁ ଶୁଣିବାକୁ ମିଳୁଛି । ଯଦି ଆପଣ ଚାହୁଁଛନ୍ତି କି କୌଣସି ବି ରୋଗ ଆପଣଙ୍କ ପାଖ ନମାଡୁ ତ ଆପଣାଇବାକୁ ପଡିବ ଏକ ସରଳ ଓ ସସ୍ତା ଉପାୟ । ଆପଣ ଶୁଣି ଥିବେ କିଛି ଲୋକ ମାନେ କୁହନ୍ତି ଫ୍ରିଜ୍ ପାଣି ନପିଇ ମାଠିଆ ପାଣି ପିଇବା ଉଚିତ୍ । ଆଜିବି ଅନେକ ଲୋକ ପାଣି ପାଇଁ ମାଠିଆ ବ୍ୟବହାର କରୁଛନ୍ତି । ମାଠିଆର କିଛି ଜରୁରୀ କଥା ଜାଣନ୍ତୁ ଟ୍ଟ
ମାଠିଆରେ ରଖା ଯାଉଥିବା ପାଣି ପିଇବା ଦ୍ବାରା ଶରୀରରେ କୌଣସି ରୋଗ ହୋଇ ନଥାଏ କାହିଁକି ନା ଏହାର କିଛି ଖାସ୍ କାରଣ ରହିଅଛି । ଏହାର ଫାଇଦା ବିଷୟରେ ଜାଣିବା ପୂର୍ବରୁ ଜାଣି ନିଅନ୍ତୁ କି ଏକ ଅନୁସନ୍ଧାନରୁ ଜଣା ପଡିଛି କି ମାଠିଆ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ ।

ପଢନ୍ତୁ କିଛି ଖାସ୍ କଥା –

• ମାଠିଆରେ ରଖା ଯାଉଥିବା ପାଣିର ତାପମାତ୍ରା ସମୟ ଅନୁଶାରେ କମ୍ ହୋଇଥାଏ । ଏହି ପାଣି ପିଇବା ଦ୍ବାରା ଶରୀରର ମାଂଶପେସୀ ସୁସ୍ଥ ରହିଥାଏ ।

• ମାଠିଆର ପାଣି ପିଇବା ଦ୍ବାରା ଶରୀରରେ ଟେଷ୍ଟୋଷ୍ଟିରନର ମାତ୍ରା ବଢିଥାଏ । ଏହା ପ୍ରାକୃତିକ ଉପାୟରେ ପାଣିକୁ ସୁଧ କରିଥାଏ ।

• ଘଡିର ମାଟିରେ ଥିବା ଖାରିୟ ତତ୍ବ ଓ ପାଣିର ତତ୍ବ ଏକାଠି ମିଶିବା ଦ୍ବାରା ପାଣିର  PH ମାତ୍ରା ବଢିଥାଏ । PH ଲବଣ ଶରୀର ପାଇଁ ହିତକର ହୋଇଥାଏ ।

• ଶରୀରର ବିଷାକ୍ତ ତତ୍ବକୁ କାଢି ଫିଙ୍ଗି ଥାଏ । ପ୍ରତ୍ୟେକ ଦିନ ମାଠିଆର ପାଣି ପିଇବା ଉଚିତ୍ ।

ରୋଗ ସହ ଲଡିବା ପାଇଁ ଆପଣ ଡେରି କରନ୍ତୁ ନାହିଁ । ଆପଣବି ମାଠିଆ କିଣି ନିଅନ୍ତୁ ଏବଂ ଏଥିରେ ପାଣି ରଖି ନିୟମିତି ପିଅନ୍ତୁ । ସମୟ ସମୟରେ ମାଠିଆକୁ ସଫା କରିବା ପାଇଁ ଯେମିତି ନଭୁଲନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.