ବର୍ଷାରେ ସ୍କିନ୍‌ରୁ ପିମ୍ପଲ୍ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବ ଏହି ୪ଟି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର

ମୌସୁମୀ ସମୟରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ସ୍କିନ୍‌ର ଟିକିଏ ଅଧିକ ଯତ୍ନ ନେବା ଉଚିତ । ବାସ୍ତବରେ, ଏହି ସମୟ ମଧ୍ୟରେ ଅଧିକାଂଶ ଲୋକଙ୍କର ପିମ୍ପଲ୍ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ଯଦି ବର୍ଷାରେ ଆପଣ ନିଜ ସ୍କିନ୍‌ର ଯତ୍ନ ନେଉନାହାନ୍ତି, ତେବେ ଅନେକ ପ୍ରକାରର ସସମ୍ୟା ଦେଖାଦେଇପାରେ । ତେବେ ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ବ୍ୟବହାର କରନ୍ତି । କିନ୍ତୁ କେତେବେଳେ ଏହି ସବୁ ଜିନିଷ ସ୍କିନ୍‌ ପାଇଁ ଭଲ ହୋଇଥାଏ ତ ଆଉ କେତେବେଳେ ଏହା ସ୍କିନ୍‌ ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ବର୍ଷା ଋତୁରେ ସ୍କିନ୍‌କୁ ଭଲ ରଖିପାରିବେ । ତେବେ ଏପରି କିଛି ପତ୍ର ଅଛି ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟା ମୁକ୍ତି ପାଇ ପାରିବେ । ସେଥିପାଇଁ କେବଳ ଆପଣ ଏହି ସବୁ ପତ୍ରର ପାଣିରେ ମୁହଁକୁ ଧୋଇବେ । ଏପରି କରିବା ଦ୍ୱାରା ଆପଣ ବ୍ରଣ ଏବଂ ଅନେକ ସ୍କିନ୍‌ ସମସ୍ୟାରୁ ମୁକ୍ତି ପାଇପାରିବେ ।

ବର୍ଷା ଋତୁରେ ଆର୍ଦ୍ରତା ହେତୁ ମୁହଁରେ ପିମ୍ପଲ୍ ଦେଖାଯାଏ ଏବଂ ସ୍କିନ୍‌ ଡ୍ରାଏ ଦେଖାଯିବାକୁ ଆରମ୍ଭ କରେ । ଯାହା ଆତ୍ମବିଶ୍ୱାସ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ଏବଂ ଚେହେରାରେ ପ୍ରାକୃତିକ ଚମକ ବଢାଇବା ପାଇଁ ଜାଣନ୍ତୁ କେଉଁ ପତ୍ରର ପାଣି ମୁହଁ ଧୋଇବା ପାଇଁ ଲାଭଦାୟକ ହୋଇଥାଏ ।

ଭୃସଙ୍ଗ ପତ୍ର :
ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆପଣ ଘରେ ଘରେ ଭୃସଙ୍ଗ ପତ୍ର ବ୍ୟବହାର କରୁଥିବାର ଦେଖିଥିବେ । ଏହି ପତ୍ର ଆପଣଙ୍କ ହେୟାର ଏବଂ ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଚୋବେଇ ଖାଇବା ଦ୍ୱାରା ଅନେକ ପ୍ରକାରର ଉପକାର ମିଳିଥାଏ । ଏହା ବ୍ୟତୀତ ମୁହଁକୁ ନିୟମିତ ଭାବେ ଏହି ପାଣିରେ ଧୋଇବା ଦ୍ୱାରା ବ୍ରଣ, ଦାଗ ଦୂର ହେବାରେ ସାହାଯ୍ୟ କରିଥାଏ ଏବଂ ପ୍ରାକୃତିକ ଚମକ ମଧ୍ୟ ବଢାଇଥାଏ ।

ନିମ୍ବ ପତ୍ର :
ବ୍ରଣ, ଡ୍ରାଏ ସ୍କିନ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ନିମ୍ବ ପତ୍ରଗୁଡିକ ବହୁତ ଭଲ ଭାବେ କାମ କରେ । ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ନିଶ୍ଚିତ ଭାବରେ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ନିମ୍ବ ପତ୍ରକୁ ଫୁଟାଇ ଏହାର ପାଣିରେ ମୁହଁ ଧୋଇବା ଦ୍ୱାରା ସ୍କିନ୍‌ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଗ୍ରୀଷ୍ମ ଋତୁରେ ଗାଧୋଇବା ପାଇଁ ନିମ୍ବ ପତ୍ରର ପାଣି ବ୍ୟବହାର କରିବା ଭଲ ହୋଇଥାଏ ।

ପାନ ପତ୍ର :
ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାନ ପତ୍ର ମଧ୍ୟ ବହୁତ ଭଲ ଭାବେ କାମ କରିଥାଏ । ଏହି ପତ୍ରର ପାଣିରେ ଆପଣ ମୁହଁ ଧୋଇ ପାରିବେ । ଯାହା ଚେହେରାର ଦାଗ, ବ୍ରଣକୁ କମ୍‌ କରିଥାଏ ଏବଂ କୁଣ୍ଡେଇ ହେବାରୁ ମୁକ୍ତି ମଧ୍ୟ ଦେଇଥାଏ । ପ୍ରତିଦିନ ପାନ ପତ୍ର ସହିତ ମୁହଁ ଧୋଇବା ଦ୍ୱାରା ସ୍କିନ୍‌ରୁ ଦାଗ ମଧ୍ୟ କମିବାକୁ ଆରମ୍ଭ କରେ ।

ତେଜ ପତ୍ର :
ରୋଷେଇ ଘରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିବା ସମୟରେ ତେଜ ପତ୍ର ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ପତ୍ର ସ୍କିନ୍‌ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇପାରେ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ସ୍କିନ୍‌ର ଫୁଲା ଏବଂ ପିମ୍ପଲ୍ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହା ସ୍କିନ୍‌ ଡ୍ରାଏନେସ୍‌ ଦୂର କରିବା ସହିତ ଚେହେରାକୁ କୋମଳ କରିଥାଏ । ତେବେ ତେଜ ପତ୍ର ପାଣିରେ ପ୍ରତିଦିନ ମୁହଁ ଧୋଇବା ଦ୍ୱାରା ସ୍କିନ୍‌ର ଅନେକ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ଯଦି ଆପଣ ସ୍କିନ୍‌ର ଏହି ସବୁ ସମସ୍ୟା ମକ୍ତି ଚାହୁଁଛନ୍ତି, ତାହେଲେ ଆପଣ ଏହି ୪ଟି ପତ୍ରରେ ପ୍ରତିଦିନ ମୁହଁ ଧୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.