ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ତରଭୁଜ, ଏଭଳି କରନ୍ତୁ ବ୍ୟବହାର

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ । ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ । ତେଣୁ ଅଧିକାଂଶ ଲୋକେ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ଏହା କେବଳ ଆମ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆମ ସ୍କିନ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଖରାଦିନ ସମୟରେ ତରଭୁଜ ରସ ଆମ ଚର୍ମକୁ ସୁନ୍ଦର ଏବଂ ହାଇଡ୍ରେଟ୍ ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

ତରଭୁଜ ରସ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ମୁହଁରୁ କୁଞ୍ଚନକୁ ହ୍ରାସ କରିଥାଏ ଏବଂ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଖରାଦିନେ ତରଭୁଜ କେବଳ ଶରୀରକୁ ଥଣ୍ଡା କରେ ନାହିଁ ବରଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ନିୟମିତ ଭାବେ ତରଭୁଜ ରସ ବ୍ୟବହାର କରି ଆପଣ ଚମକଦାର ତ୍ୱଚା ପାଇପାରିବେ । ତରଭୁଜରେ ୯୨% ଜଳ ଥାଏ, ଯାହା ଚର୍ମକୁ ହାଇଡ୍ରେଟ୍ ରଖିବାରେ ବହୁତ ସାହାଯ୍ୟ କରିଥାଏ । ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ ।

ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କାରୋଟିନ୍ ଲେବଲ ଆମ ସ୍କିନକୁ ସୁସ୍ଥ ରଖିଥାଏ ଏବଂ କେଶ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ । ସୂଚନା ଅନୁଯାୟୀ, ତରଭୁଜରେ ଲାଇକୋପିନ୍ ଥାଏ, ଯାହା ଚର୍ମକୁ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରିଥାଏ । ଆପଣ ତରଭୁଜ ରସକୁ ସିଧାସଳଖ କିମ୍ବା ଏଥିରେ ଅଳ୍ପ ଦହି କିମ୍ବା ମହୁ ମିଶାଇ ଆପଣଙ୍କ ମୁହଁରେ ଲଗାଇ ପାରିବେ ।

ସୂଚନାଯୋଗ୍ୟ, ତରଭୁଜ ଚୋପା ଠାରୁ ପ୍ରସ୍ତୁତ ଜୁସ ମଧ୍ୟ ସୁସ୍ଥ ଶରୀର ଏବଂ ଓଜନ କମାଇବା ସହିତ ଚର୍ମ ଏବଂ କେଶ ପାଇଁ ଭଲ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଜରୁରୀ ମଧ୍ୟ ହୋଇଥାଏ। ଗ୍ରୀଷ୍ମ ଋତୁରେ ତରଭୁଜ ଚୋପା ଜୁସ ପିଇବା ଦ୍ୱାରା ଆପଣଙ୍କ ଶରୀର ହାଇଡ୍ରେଟ୍ ରହିଥାଏ । ଏହା ଆପଣଙ୍କ ଶରୀରକୁ ସତେଜ ଅନୁଭବ କରାଇଥାଏ । ଏହାସହ ଶରୀରକୁ ଥଣ୍ଡା ମଧ୍ୟ ଦେଇଥାଏ । ମନେରଖନ୍ତୁ ଯେ କିଛି ଲୋକ ତରଭୁଜ ପାଇଁ ଆଲର୍ଜି ହୋଇପାରନ୍ତି । ଯଦି ଏଭଳି କିଛି ଆପଣଙ୍କ ସହିତ ଘଟୁଛି, ତେବେ ତୁରନ୍ତ ଏହାକୁ ବ୍ୟବହାର କରିବା ବନ୍ଦ କରନ୍ତୁ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

You might also like