ଗୋଡ଼ମୁଦି ପିନ୍ଧିବାରେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ ନିୟମିତ!

ବିବାହ ପରେ ସାଧାରଣତଃ ମହିଳାମାନେ ଗୋଡ଼ ଆଙ୍ଗୁଠିରେ ଗୋଡ଼ମୁଦି ପିନ୍ଧିଥାଆନ୍ତି। ବିଶ୍ୱାସ କରାଯାଏ, ଏହା ସେମାନଙ୍କ ଷୋହଳ ଶୃଙ୍ଗାର ମଧ୍ୟରୁ ଗୋଟିଏ। କିନ୍ତୁ ଯଦି ଆପଣ ଭାବୁଛନ୍ତି କି, ଗୋଡ଼ମୁଦି ପିନ୍ଧିବା କେବଳ ସଧବାର ଚିହ୍ନ, ତା’ହେଲେ ଆପଣ ଭୁଲ୍‌ ଭାବୁଛନ୍ତି। ପ୍ରକୃତରେ ଗୋଡ଼ମୁଦି ପିନ୍ଧିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି?

ଆପଣଙ୍କୁ ଏହାଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦୁଇଟି ଗୋଡ଼ରେ ଗୋଡ଼ମୁଦି ପିନ୍ଧିବାରେ ମାସିକ ଧର୍ମ ନିୟମିତ ହୋଇଥାଏ। ଭାରତୀୟ ବେଦରେ ମଧ୍ୟ ଏହି କଥା ଉଲ୍ଲେଖ କରାଯାଇଛି। ଏହା ଏକ ଆକ୍ୟୁପ୍ରେସର ଭଳି କାମ କରିଥାଏ। ଏହାଦ୍ୱାରା ପାଦର ତଳଭାଗରୁ ଆରମ୍ଭ କରି ନାଭି ପଯ୍ୟର୍ନ୍ତ ଆପଣଙ୍କ ସ୍ନାୟୁ ଏବଂ ମାଂସପେଶୀ ସୁସ୍ଥ ରହିଥାଏ।

ଏହାସହ ପଢ଼ନ୍ତୁ: ଲବଙ୍ଗ ଚା’ ପିଅନ୍ତୁ, ସୁସ୍ଥ ରୁହନ୍ତୁ

ସେହିପରି ଗୋଡ଼ମୁଦି ପିନ୍ଧିଲେ, ମହିଳାଙ୍କ ପ୍ରଜନନ କ୍ଷମତା ମଧ୍ୟ ବଢ଼ିଥାଏ। କାରଣ, ପାଦର ଦ୍ୱିତୀୟ ଆଙ୍ଗୁଠିର ସ୍ନାୟୁ ଗର୍ଭାଶୟ ସହ ସଂଯୋଗ ହୋଇଥାଏ। ଯଦି ଆପଣ ଏହି ଆଙ୍ଗୁଠିରେ ଗୋଡ଼ମୁଦି ପିନ୍ଧିବେ, ତା’ହେଲେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବ। ଏହାସହିତ ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.