ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ, ତୁରନ୍ତ ଦୂର ହେବ ସବୁ ବାଧାବିଘ୍ନ

ଆପଣ ନିହାତି ଭାବେ ଜାଣିଥିବେ ଯେ ବୁଧବାର ଦିନ ଭଗବାନ ଶ୍ରୀ ଗଶେଷଙ୍କୁ ସମର୍ପିତ କରାଯାଏ। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହେବ। ତେବେ ଆସନ୍ତୁ ଜାଣିବା ବୁଧବାର କରାଯାଉଥିବା କିଛି ଉପାୟ, ଯାହାକୁ ଆପଣ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିପାରିବେ। ତାଙ୍କର ଆଶିର୍ବାଦ ପ୍ରାପ୍ତ କରିପାରିବେ ଏବଂ ନିଜ ଜୀବନରେ ପ୍ରଚଳିତ ସମସ୍ତ ଦୁଃଖରୁ ମୁକ୍ତି ମିଳିପାରିବ।

ganeshବୁଧବାରର ଦିନ ଏହି ଉପାୟକୁ କରି ପାଆନ୍ତୁ ଜୀବନରେ ଖୁସି

  • ଜୀବନରେ ଆସୁଥିବା ବାଧାବିଘ୍ନ ଏବଂ ସମସ୍ୟାକୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ସିନ୍ଦୁର କିମ୍ବା ସିନ୍ଦୁର ବଢ଼ାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଏବଂ ଅସୁବିଧା ଦୂର ହୋଇଯିବ।
  • ଭଗବାନ ଗଶେଷଙ୍କ ମନ୍ଦିରକୁ ଯାଇ ତାଙ୍କ ପୂଜା କରିବା ଦ୍ୱାରା ଜୀବନରେ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
  • ବୁଧବାର ଦିନ ଭଗବାନ ଶ୍ରୀ ଗଣେଶଙ୍କୁ ଦୁବ ଘାସ ଚଢ଼ାନ୍ତୁ ଏହା ଦ୍ୱାରା ଲାଭବାନ୍‌ ହୋଇପାରିବେ।
  • ବୁଧବାର ଦିନ କୌଣସି ଏକ ଗଣେଶ ମନ୍ଦିରକୁ ଯାଇ ଭଗବାନଙ୍କୁ ଗୁଡ ଭୋଗ ଲଗାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ମନୋକାମନା ଅବଶ୍ୟ ପୂର୍ଣ୍ଣ ହେବ।
  • କାର୍ଯାଳୟ ବା ଅଫିସରେ କିମ୍ବା ବ୍ୟବସାୟରେ ଆସୁଥିବା ବାଧାରୁ ମୁକ୍ତି ପାଇବା ପାଇଁ ଗଣେଷ ରୂଦ୍ରାକ୍ଷ ଧାରଣ କରନ୍ତୁ।
  • ନିଜ ଜୀବନର ବିଭିନ୍ନ ଦିଗରେ ସଫଳତା ପାଇବା ପାଇଁ ବୁଧବାର ଦିନ ଗାଈକୁ ସବୁଜ ଘାସ ଖୁଆନ୍ତୁ।
  • ଗଣେଶ ମନ୍ଦିରରେ ଦୁବରେ ଏଗାରଟି ଗଣ୍ଠି ପକାନ୍ତୁ। ଏମିତି କରିବା ଦ୍ୱାରା ଭଗବାନ ଗଣେଶ ପ୍ରସନ୍ନ ହେବେ ଏବଂ ବୁଧ ଦୋଷ ସମାପ୍ତ ହେବ।
  • ବୁଧବାର ଦିନ ସକାଳୁ ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତ୍ରୋତ୍ର ଜପ କରିବା ଲାଭକାରୀ ହୋଇଥାଏ। ଏହାଦ୍ୱାରା ମଧ୍ୟ ବୁଧ ଦୋଷ ଦୂର ହୋଇଥାଏ।
  • ବୁଧବାର ଦିନ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜୀବନରେ ସମୃଦ୍ଧି ପ୍ରାପ୍ତ କରିବାରେ ସାହାଯ୍ୟ ମିଳିଥାଏ। ଏବଂ ସବୁ ବାଧା ବିଘ୍ନ କମ୍‌ ହୋଇଥାଏ ଏବଂ ସଫଳତା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.