ସାଧାରଣ କ୍ଷୀର ଚା’ରେ ବି କମିବ ଓଜନ, ଜାଣନ୍ତୁ ଏହାକୁ ପିଇବାର ଠିକ୍‌ ସମୟ ଓ ଉପାୟ

ଓଜନ କମ୍‌ କରିବାକୁ ଚାହୁଁଥିଲେ ଆପଣ ଘରେ ତିଆରି ହେଉଥିବା ଚା’ ମଧ୍ୟ ପିଇପାରିବେ। ସାଧାରଣରେ ଏକ ଧାରଣା ରହିଛି ଯେ ଘରେ ତିଆରି ହେଉଥିବା କ୍ଷୀର ଚା’ ପିଇଲେ ଓଜନ କମିନଥାଏ, ବରଂ ବଢ଼େ। କିନ୍ତୁ ଏହା ଏକ ଭୁଲ ଧାରଣା। ଯଦି ଆପଣ ଠିକ୍‌ ଉପାୟରେ ଚା’ ପିଇବେ ତେବେ ଚା’ ଆପଣଙ୍କ ଓଜନକୁ କମ୍‌ ମଧ୍ୟ କରିପାରିବ। ଏହି ଚା’ ପେଟର କବ୍ଜ ସମସ୍ୟା, କୋଷ୍ଠ କାଠିନ୍ୟ ଓ ଉଚ୍ଚ ରକ୍ତ ଚାପ ଆଦି ମଧ୍ୟ ନିୟନ୍ତ୍ରଣରେ ରଖିବ।

ଓଜନ କମାଇବା ପାଇଁ ଏହି ସମୟରେ ପିଅନ୍ତୁ ଚା’:

କେବେ ବି ଖାଲି ପେଟରେ ଚା’ ପିଅନ୍ତୁ ନାହିଁ। ଏଥିସହ କେବେ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ଚା’ ପିଅନ୍ତୁ ନାହିଁ। ଶରୀରର ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଥକି ଯାଇଥିବ ଓ ଅବଶ ଲାଗୁଥିବ, ସେତେବେଳେ ହିଁ ଚା’ ପିଇବା ଉଚିତ। ଏହି ସମୟରେ ଚା’ ପିଇଲେ ଶରୀରକୁ ଏନର୍ଜି ମିଳିଥାଏ ଓ ଥକାପଣ ଦୂର ହୁଏ। ଫଳରେ ଫୂର୍ତ୍ତି ଲାଗେ।

ଓଜନ କମ୍‌ କରିବାକୁ ଏମିତି ତିଆରି କରନ୍ତୁ ଚା’:

ଆବଶ୍ୟକୀୟ ସାମଗ୍ରୀ:

ଚା’ ଗୁଣ୍ଡ, ଲେମନ୍‌ ଗ୍ରାସ୍‌ ପତ୍ର, ଖଣ୍ଡେ ଅଦା, କୋକୋଆ ପାଉଡର ୨ ଚାମଚ, କ୍ଷୀର, ସୁଗାର ଫ୍ରି ୨ ଚାମଚ, ଏକ କପ୍‌ ପାଣି

ଏମିତି ବନାନ୍ତୁ ଚା’:

ପ୍ରଥମେ ଗ୍ୟାସ୍‌ରେ ଚା’ ପ୍ୟାନ୍‌ ବସାଇ ସେଥିରେ ପାଣି ଫୁଟାନ୍ତୁ। ଏବେ ଲେମନ୍‌ ଗ୍ରାସ୍‌ ପତ୍ରକୁ ଭଲ ଭାବେ ଛେଚି ଦେଇ ପାଣିରେ ମିଶାଇ ଦିଅନ୍ତୁ। ଏବେ ସେଥିରେ ଅଦାକୁ ଛେଚି ପକାନ୍ତୁ। ବର୍ତ୍ତମାନ ଆଉ ଏକ କପ୍‌ରେ କୋକୋଆ ପାଉଡର ଓ ଚିନି ମିଶାନ୍ତୁ। ଏହା ପରେ ପାଣି ଫୁଟିଗଲେ, ସେଥିରେ ଚା’ ଗୁଣ୍ଡ ମିଶାନ୍ତୁ। ଏବେ ସେଥିରେ କ୍ଷୀର ଗୋଳାଇ ଭଲ ଭାବେ ଫୁଟାନ୍ତୁ। ଏବେ ଚା’କୁ କୋକୋଆ ଓ ଚିନି ଥିବା କପ୍‌ରେ ଛାଣି ଦିଅନ୍ତୁ। ଏହାକୁ ଚାମଚରେ ଭଲ ଭାବେ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ୟାଟ୍‌ ଫ୍ରି ଚା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.