ଦୁର୍ବଳପଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ, ଶୀଘ୍ର ବଢ଼ିବ ଓଜନ

କିଛି ଲୋକ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବେଳେ ଆଉ କିଛି ଓଜନ କମୁଥିବାରୁ ଚିନ୍ତାରେ ଅଛନ୍ତି। ଦୁର୍ବଳ ତଥା ପତଳା ଲୋକମାନେ ଓଜନ ବଢାଇବା ପାଇଁ ବିଭିନ୍ନ ପ୍ରକାର ଔଷଧଠାରୁ ଆରମ୍ଭ କରି ଖାଦ୍ୟ ଖାଉଛନ୍ତି। କିନ୍ତୁ ସଠିକ୍‌ ଉପାୟରେ ବ୍ୟବହାର ଜାଣିନଥିବାରୁ ସେମାନେ ଓଜନ ବଢ଼ାଇବାରେ ଅସମର୍ଥ ହେଉଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ବଢ଼ାଇବେ ଓଜନ:

ଜିରା:

ଓଜନ ବଢ଼ାଇବାରେ ଜିରା ସାହାଯ୍ୟ କରେ। ଜିରାରେ ଥିବା ପୋଷକ ତତ୍ତ୍ୱ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ସହ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। ଜିରା ଖାଇବା ଦ୍ୱାରା ଭୋକ ଲାଗିଥାଏ ଫଳରେ ଜଣେ ଅଧିକ ଖାଇବାକୁ ଇଚ୍ଛା ପ୍ରକାଶ କରେ। ଉଚିତ ପୋଷକ ତତ୍ତ୍ୱ ଖାଇବା ଦ୍ୱାରା ଶରୀରର ଓଜନ ମଧ୍ୟ ବୃଦ୍ଧି ପାଏ।

ଶତାବରୀ:

ସାଧାରଣତଃ ସ୍ତ୍ରୀ ରୋଗରୁ ମୁକ୍ତି ପାଇଁ ଶତାବରୀ ବ୍ୟବହାର କରାଯାଏ। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଓଜନ ବଢ଼ାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଶତାବରୀ ସେବନ ଦ୍ୱାରା ଥକାପଣ ମଧ୍ୟ ଦୂର ହୋଇଥାଏ।

ପାନମଧୁରୀ:

ଭୋକ ବଢ଼ାଇବାକୁ ଆବଶ୍ୟକୀୟ ସମସ୍ତ ପୋଷକ ତତ୍ତ୍ୱ ପାନମଧୁରୀରେ ରହିଛି। ଏହା ଏନୋରେକ୍ସିଆ ବା ଭୋକ ନଲାଗିବା ସମସ୍ୟାକୁ ଦୂର କରେ। ଆପଣ ଚାହିଁଲେ ପାନ ମଧୁରୀକୁ ଫ୍ରି ଟାଇମ୍‌ରେ ଚୋବାଇ ମଧ୍ୟ ପାରିବେ।

ଧଳା ମୁସଲୀ:

ଶରୀରର ଶକ୍ତି ବୃଦ୍ଧି କରିବାରେ ମୁସଲୀ ସାହାଯ୍ୟ କରେ। ଦୁର୍ବଳତା କମ୍‌ କରି ଏହା ମାଂସପେଶୀକୁ ମଜଭୁତ କରିଥାଏ। ମୁସଲୀ ସେବନ ଦ୍ୱାରା ମାନସିକ ଚିନ୍ତା ତଥା ଅବସାଦ ଦୂର ହୋଇଥାଏ। ଡାକ୍ତରଙ୍କ ମତରେ ଅବସାଦ ଯୋଗୁ ମଧ୍ୟ ଭୋକ ହୋଇନଥାଏ ଫଳରେ ବ୍ୟକ୍ତି ଦୁର୍ବଳ ହୋଇଯାଏ। ଏଥିରୁ ମୁକ୍ତି ପାଇବାକୁ ପ୍ରାକୃତିକ ଉପଚାର ଭାବେ ମୁସଲୀ ବ୍ୟବହାର କରାଯାଏ।