ବର୍ତ୍ତମାନ ସମୟରେ ଓଜନ କମାଇବା ଚିନ୍ତା ପ୍ରାୟ ସମସ୍ତଙ୍କର । କିଏ ଏଲୋପ୍ୟାଥିକ ତ ଆଉ କିଏ ହୋମିଓପ୍ୟାଥିକ ଔଷଧ ଖାଉଛନ୍ତି । ଆଉ କେହି ବିନା ଡାକ୍ତରୀ ପରାମର୍ଶରେ ଆୟୁର୍ବେଦିକ ଔଷଧ ଖାଇ ସମସ୍ୟାରେ ପଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଆମେ କିଛି ସରଳ ଆୟୁର୍ବେଦିକ ଉପଚାର ବତଉଛୁ । ଯାହାକୁ ଅଭ୍ୟାସ କଲେ ଓଜନ କମ୍ କରି ପାରିବେ ।
୧-ସକାଳେ ଶେଯରୁ ଉଠିବା ପରେ ଉଷୁମ ପାଣି ପିଅନ୍ତୁ । ଦିନ ସାରା ମଧ୍ୟ ଅଧିକ ଥର ଉଷୁମ ପାଣି ପିଇବାର ଅଭ୍ୟାସ କରନ୍ତୁ ।
୨-ହଜମ ପ୍ରକ୍ରିୟା ଭଲ ରହିଲେ ଶରୀର ଓଜନ ମଧ୍ୟ ଠିକ୍ ରହିବ । ତା ସହିତ ଦୈନିକ ଖାଦ୍ୟ ଖାଇବା ପ୍ରକ୍ରିୟାକୁ ମଧ୍ୟ ଶୃଙ୍ଖଳିତ କରିବାକୁ ହେବ । ତେଣୁ ମଧ୍ୟାନ୍ନ ଭୋଜନ ବା ଲଞ୍ଚକୁ ଭଲ ଭାବେ ଖାଆନ୍ତୁ । ସକାଳେ କିମ୍ବା ରାତିରେ ଅଧିକ ଖାଆନ୍ତୁ ନାହିଁ ।
୩-ଘରେ ଅଦା ସବୁବେଳେ ରହିଥାଏ । ତେଣୁ ପ୍ରତ୍ୟେକ ମିଲ୍ ପୂର୍ବରୁ ଖଣ୍ଡିଏ ଛୋଟ ଅଦା ସାଙ୍ଗରେ ଅଳ୍ପ କେଇ ଟୋପା ଲେମ୍ବୁ ରସ ଏବଂ ଟିକିଏ ଲୁଣ ମିଶାଇ ଚୋବାଇ ଖାଇ ଦିଅନ୍ତୁ । ଓଜନ କମାଇବାରେ ଏହା ସାହାଯ୍ୟ କରେ ।
୪-ଭସ୍ତ୍ରିକା ପ୍ରାଣାୟମ କଲେ ଶରୀରରୁ ଚର୍ବି କମି ଯାଏ । ତେବେ ଠିକ୍ ଭାବେ ଏହାକୁ ଶିକ୍ଷା କରି ପ୍ରାଣାୟାମ କରିବା ଉଚିତ ।
୫-ଜଲଜୀରା, ହଳଦୀ ଦୁଧ ଆଦି ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରେ ।