ଓଜନ କମାଇବା ପାଇଁ ଲୋକେ କ’ଣ କ’ଣ ଉପାୟ ନ ଆପଣେଇ ଥାନ୍ତି । ସ୍ପେଶାଲ ଡାଇଟ୍ରୁ ସହ ଜିମ୍ ଟ୍ରେନିଂ, କ୍ୟାଲୋରୀ ବର୍ନ କରୁଥିବା ସପ୍ଲିମେଣ୍ଟ ଓ ଅନେକ ଔଷଧଗୁଡ଼ିକର ବ୍ୟବହାର ମଧ୍ୟ କରିଥାନ୍ତି । କିଛି ଏମିତି ବି ବ୍ୟବସ୍ଥା ରହିଛି , ଯାହା ସ୍ଲିମ୍ –ଫିଟ୍ ଶରୀର ଚାହୁଁଥିବା ଲୋକେ ‘ସ୍ଲିଭ ଗେଷ୍ଟ୍ରୋକ୍ଟୋମି’ ନାମକ କମନ୍ ବାରିଏଟ୍ରିକ୍ ସର୍ଜରୀର ସାହାଯ୍ୟ ନେଇଥାନ୍ତି। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଏହି ସର୍ଜରୀର ଭୟାନକ କ୍ଷତି ସମ୍ପର୍କିତ ଖବର ସାମନାକୁ ଆସିଛି ।
ସ୍ଲିଭ ଗେଷ୍ଟ୍ରୋକ୍ଟୋମି’ ରେ ମଣିଷର ଓଜନ କମ୍ କରିବା ସହ ପେଟର ପାଖାପାଖି ୭୫ ପ୍ରତିଶତ କମାଇ ଦିଆଯାଇଥାଏ । ଏକ ରିପୋର୍ଟ ମୁତାବକ, ଯୁବକ-ଯୁବତୀଙ୍କ ମଧ୍ୟରେ ଗେଷ୍ଟ୍ରୋକ୍ଟୋମି ମାଧ୍ୟମରେ ଓଜନ ହଟାଇବା ମାମଲା ୨୦୦୫ ରୁ ୨୦୧୪ ମସିହା ମଧ୍ୟରେ ୧୦୦ ଗୁଣା ଅଧିକ ହୋଇଛି । ହେଲଥ୍ ଏକ୍ସପର୍ଟ ଦାବି କରିଛନ୍ତି କି, ଓଜନ ହଟାଇବାର ଏହି ଉପାୟ ହାଡ଼ ଉପରେ ଖରାପ ପ୍ରଭାବ ପକାଇଥାଏ।
ହାର୍ଭଡ଼ା ମେଡିକଲ ସ୍କୁଲ୍ (ବୋଷ୍ଟନ୍) ର ରେଡିୟୋଲଜି ପ୍ରଫେସର ମିରିୟମ ଏ.ବ୍ରେଡେଲା କୁହନ୍ତି , ଓଜନ ହଟା ଯାଉଥିବା ଏହି ବ୍ୟାକେରିୟଲ ସର୍ଜରୀରେ ମଣିଷର ହାଡ଼ ଗୁଡ଼ିକରେ ଦୀର୍ଘ ସମୟ ଯାଏ ଖରାପ ପ୍ରଭାବ ପଡ଼ିପାରେ। ଏହି ଅଧ୍ୟୟନରେ ମୋଟାପା ଗ୍ରସ୍ତ ୫୨ଜଣ ଯୁବକଙ୍କ ଶରୀରର ଯାଞ୍ଚ କରାଯାଇଛି । ଏଥିରୁ ୨୬ଜଣଙ୍କୁ ସ୍ଲିଭ ଗେଷ୍ଟ୍ରୋକ୍ଟୋମି’ ର ଅନ୍ତର୍ଗତ ରଖାଯାଇଥିଲା ।
ପାଖାପାଖି ୧ବର୍ଷ ଯାଏ ଯୁବକ ଯୁବତୀଙ୍କ ସ୍ୱାସ୍ଥ୍ୟକୁ ନିରୀକ୍ଷଣ କରିବା ପରେ ଗବେଷକମାନେ ତାଙ୍କର ଓଜନରେ ୧୩ରୁ ୨୮ କିଲୋଗ୍ରାମ ହ୍ରାସ୍ ପାଇଥିବା ଦେଖିଥିଲେ । ଏହାସହ ତାଙ୍କର ହାଡ଼ରେ ମ୍ୟାରୋ ଫ୍ୟାଟ୍ ଅଧିକ ମିଳିଥିଲା ଏବଂ ଲୁମ୍ୱର ସ୍ପାଇନ୍ରେ ଲସ୍ ଅଫ୍ ବୋନ୍ ଡେନସିଟି ସମସ୍ୟା ଦେଖିବାକୁ ପାଇଥିଲେ।
ହାଡ଼ ଓ ମାଂସପେଶୀଗୁଡ଼ିକର ବିକାଶ ପାଇଁ କିଶୋରାବସ୍ଥା ବହୁତ ମହତ୍ତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ସ୍ୱାସ୍ଥ୍ୟ ସହ କରାଯାଇଥିବା ଭୁଲ୍ ପ୍ରୟୋଗ ଭବିଷ୍ୟତରେ ଭୟଙ୍କର କ୍ଷତି ପହଞ୍ଚାଇପାରେ ।