ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ଡାଏଟ୍ ଓ ଏକ୍ସରସାଇଜ୍ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍ କରିବା ପରେ ମଧ୍ୟ ଓଜନ କମ୍ ହେଉନାହିଁ । ତେବେ ଏହା ପଛରେ କିଛି କାରଣ ଥାଇପାରେ । ସେଥିପାଇଁ ଆପଣ ନିଜର ଡେଲି ଲାଇଫ୍ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହା ବ୍ୟତୀତ ଆପଣ କିଛି ଏପରି ଏକ୍ସରସାଇଜ୍ କରିବା ଉଚିତ, ଯାହା ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା ଏନେଇ କିପରି ନିଜ ଏକ୍ସରସାଇଜ୍ ଏବଂ ଡାଏଟ୍ରେ ପରିବର୍ତ୍ତନ କରିବା ।
ଅନ୍ଡେଲଦି ଡାଏଟ୍ ପ୍ଲାନ୍ରେ ପରିବର୍ତ୍ତନ କରିବା ଉଚିତ :
ଓଜନ କମ୍ କରିବା ପାଇଁ ଆପଣ ନିଜ ଡାଏଟ୍ ପ୍ଲାନ୍ରେ ପରିବର୍ତ୍ତନ କରିବା ଉଚିତ । ଯେପରି ପ୍ରୋଟିନ୍ ସମୃଦ୍ଧ ଡାଏଟ୍ ଯୋଜନା ଆପଣଙ୍କ ଓଜନ କମ୍ କରିବାରେ ବହୁତ ପରିମାଣରେ ସହଜ କରିପାରେ । ମେଦବହୁଳତାରୁ ମୁକ୍ତି ପାଇବା ପାଇଁ, ଆପଣ ରୁଟି ଏବଂ ଭାତ ଖାଇବା କମ୍ କରିବା ଉଚିତ ଏବଂ ଫଳ ଏବଂ ପନିପରିବା ଖାଇବା ଅଧିକ କରିବା ଉଚିତ୍ ।
ସଠିକ୍ ଭାବେ ଶୋଇବା ଉଚିତ :
ଓଜନ କମ୍ କରିବାକୁ ଦିନକୁ ୭ ରୁ ୮ ଘଣ୍ଟା ନିଦ ଅତ୍ୟନ୍ତ ଜରୁରୀ । ନିଦର ଅଭାବ ଆପଣଙ୍କ ଓଜନ କମ୍ କରିବାରେ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ପ୍ରତିଦିନ ଅତ୍ୟଧିକ ଚାଲିବା ମଧ୍ୟ ଉଚିତ । ଏହି ଉପାୟରେ ଆପଣଙ୍କ ଶରୀରରେ ଜମା ହୋଇଥିବା ଫ୍ୟାଟ୍ କମ୍ ହୋଇପାରେ । ସେଥିପାଇଁ ଏହି ସବୁ ଜିନିଷ ନିଜ ପ୍ରତିଦିନ କାର୍ଯ୍ୟରେ ସାମିଲ କରିବା ଉଚିତ ।
ଶରୀରକୁ ହାଇଡ୍ରେଟ୍ ରଖନ୍ତୁ :
ଓଜନ କମ୍ କରିବାକୁ, ଆପଣ ନିଜ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ଯଥାସମ୍ଭବ ପାଣି ପିଇ ନିଜ ଶରୀରକୁ ହାଇଡ୍ରେଟ୍ ରଖିବାକୁ ଚେଷ୍ଟା କରିବା ଉଚିତ୍ । ଆପଣଙ୍କ ଶରୀରର ମେଟାବୋଲିଜିମ୍ ବୃଦ୍ଧିରେ ଜଳ ପ୍ରଭାବଶାଳୀ ହୋଇପାରେ । ଏହା ବ୍ୟତୀତ ଆପଣ ଉଷୁମ ପାଣି ପିଇ ନିଜ ଦିନ ଆରମ୍ଭ କରିବା ଉଚିତ । ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା କ୍ୟାଲୋରୀ କମ୍ ହୋଇଥାଏ । ସେଥିପାଇଁ ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଉଚିତ ।
ତେବେ ଏକ୍ସରସାଇଜ୍ କରିବା ସହ ଯଦି ଆପଣ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବେ, ତେବେ ଆପଣଙ୍କ ଓଜନ ବହୁତ ଶୀଘ୍ର କମ୍ ହୋଇପାରିବ । ଏହା ବ୍ୟତୀତ ଆପଣ ଓଜନ କମ୍ କରିବା ପାଇଁ ଏକ୍ସରସାଇଜ୍ କରିବା ସହ ଡାଏଟ ପ୍ଲାନ୍ରେ ମଧ୍ୟ ପରିବର୍ତ୍ତନ କରିବା ଉଚିତ । ଏପରି ଭାବେ ଆପଣ ବହୁତ ଶୀଘ୍ର ଓଜନ କମ୍ କରିପାରିବେ ।