ଆଜି କାଲିର ଲୋକମାନଙ୍କ କ୍ଷେତ୍ରରେ ଅନେକ ପ୍ରକାରର ରୋଗ ଦେଖାଦେଉଛି । ଏମିତି କିଛି ରୋଗ ରହିଛି ଯାହାକୁ ଯେତେ ପ୍ରକାରର ଔଷଧ ଖାଇଲେ ମଧ୍ୟ ଠିକ୍ ହୋଇନଥାଏ । କିନ୍ତୁ ଆଜି କାଲି ଡାଇବେଟିସର ରୋଗ ବୃଦ୍ଧି ପାଇବାରେ ଲାଗିଛି । ଡାଇବେଟିସ୍ ରୋଗରେ ପ୍ରଭାବିତ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି । କାହିଁକି ନା ସେମାନେ କୌଣସି ମିଠା ଖାଦ୍ୟ ଖାଇ ପାରନ୍ତି ନାହିଁ ଏବଂ ଇଚ୍ଛା କରୁଥିବା ଜିନିଷକୁ ମଧ୍ୟ ଖାଇପାରନ୍ତି ନାହିଁ । ଯାହା ଗୋଟିଏ ମଣିଷ ପକ୍ଷେ ସବୁଠୁ ବଡ କଷ୍ଟକର କାମ ହୋଇଥାଏ । ଏହା ସହ ଡାଇବେଟିସ୍ ହୋଇଥିଲେ ରାତି ଏବଂ ଦିନ ସମୟରେ ଇଞ୍ଜେକ୍ସନ ନେବାକୁ ପଡିଥାଏ, ଯାହା କିଛି ଲୋକଙ୍କୁ ବହୁତ କଷ୍ଟ ଦେଇଥାଏ । କିନ୍ତୁ ଏହି ସବୁ କରିବା ପରେ ମଧ୍ୟ ଏହି ରୋଗ ଭଲ ହୋଇନଥାଏ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ରୋଗର ଔଷଧ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ରହୁଛି । ଯାହା ଏକ ପତ୍ର ସଦୃଶ୍ୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ପତ୍ର ବିଷୟରେ, ଯାହାକୁ ଖାଇଲେ ଡାଇବେଟିସ ରୋଗରୁ ମୁକ୍ତି ମିଳିଥାଏ ।
ସେହି ପତ୍ରର ନାମ ହେଉଛି ତେଜପତ୍ର । ଯାହା ଅନେକ ଗୁଣରେ ଭରପୂର ହୋଇ ରହିଥାଏ ଏବଂ ପ୍ରତ୍ୟକ ରୋଷେଇରେ ଏହାକୁ ସାମିଲ୍ କରିପାରିବେ । କାହିଁକି ନା ଏହାର ବାସ୍ନା ବହୁତ ସୁନ୍ଦର ହୋଇଥାଏ । ଯେଉଁ ତରକାରୀରେ ପକାଇଲେ ତାହାର ଟେଷ୍ଟକୁ ଆହୁରି ଦ୍ୱିଗୁଣ ଅଧିକ ବଢ଼ାଇଥାଏ । ଏହା ସହ ଏହାର ସ୍ୱାଦ ଭଲ ହୋଇଥିବାରୁ ଖାଇବାକୁ ମଧ୍ୟ ବହୁତ ଭଲ ଲାଗିଥାଏ । ଏହା ବ୍ୟତୀତ, ତେଜପତ୍ର ଖାଲି ସ୍ୱାଦ ଗୁଣରେ ନୁହେଁ ବରଂ ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୂର ହୋଇ ରହିଥାଏ ।
ଡାଇବେଟିସରେ ବଢୁଥିବା ବ୍ଲଡ ଶୁଗାରକୁ ଏହି ତେଜପତ୍ର କମ୍ କରିବାରେ ସାହାଯ୍ୟ କରିଥାଏ । ଏହାର କାରଣ ହେଉଛି ତେଜପତ୍ରରୁ ମିଳୁଥିବା ପୃଷ୍ଟିକର ଖାଦ୍ୟ ଏବଂ ଭିଟାମିନ୍ । ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେଜପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ତେଜପତ୍ରରେ ଆଇରନ, ପୋଟାସିୟମ, ସେଲେନିୟମ, କ୍ୟାଲସିୟମ ଏବଂ କପର ରହିଥାଏ । ଯାହା ଶୁଗାରକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
ପନିପରିବାର ସ୍ୱାଦକୁ ବଢ଼ାଇବା ପାଇଁ ତେଜପତ୍ର ବ୍ୟବହାର କରାଯାଏ । ଏହା ବ୍ୟତୀତ ଆପଣ ତେଜପତ୍ରର ଚା’ମଧ୍ୟ ପିଇପାରିବେ । ଏହି ଚା’କୁ ପିଇବା ଫଳରେ ପେଟ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ । ଏହା ସହ ଆପଣ ଖାଲି ପେଟରେ ସକାଳୁ ତେଜପତ୍ରର ପାଣି ମଧ୍ୟ ପିଇପାରିବେ । ତେଜପତ୍ରକୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ସେହି ପାଣିକୁ ହାଲୁକା ଉଷୁମ କରି ପିଅନ୍ତୁ । ଏହାକୁ ନିୟମିତ ଭାବରେ ପିଇଲେ ଆପଣଙ୍କ ଡାଇବେଟିସ୍ ରୋଗ ଦୂର ହେବ ।
ତେଜପତ୍ରର ଫାଇଦା:
୧. ତେଜପତ୍ର କୋଷ୍ଠକାଠିନ୍ୟ , ଅମ୍ଳତା ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
୨. କିଡନିରେ ଷ୍ଟୋନ ହେବା ପରେ ମଧ୍ୟ ତେଜପତ୍ରର ପାଣି ପିଇବା ନିହାତି ଆବଶ୍ୟକ ।
୩. ଆପଣଙ୍କୁ ଯଦି ନିଦ କମ୍ ହେଉଛି ଏବଂ ଅନେକ ଚେଷ୍ଟା ପରେ ମଧ୍ୟ ଆପଣ ବିଫଳ ହେଉଛନ୍ତି ତେବେ ନିଶ୍ଚିତ ଭାବରେ ଏହି ତେଜପତ୍ରର ପାଣିକୁ ପିଅନ୍ତୁ, ଯାହା ନିଦକୁ ଭଲ କରିବ ।
୪. ଏହା ସହ ତେଜପତ୍ରକୁ ତେଲରେ ସାମିଲ କରି ଆଣ୍ଠୁଗଣ୍ଠୀ ଯଦି ଯନ୍ତ୍ରଣା ହେଉଥାଏ, ତାହାଲେ ଏହି ତେଲକୁ ଆପଣ ଲଗାଇପାରିବେ ।