ଏକୁଟିଆ ରହୁଥିଲେ ହୋଇପାରେ ବଡ଼ କ୍ଷତି,ଜାଣନ୍ତୁ ନଚେତ ପଡିବେ ଅସୁବିଧାରେ

ଆଜିର ଆଧୁନିକ ସମୟରେ ସମ୍ପର୍କ ଧିରେ ଧିରେ ଶେଷ ହେବାକୁ ଯାଉଛି । ଲୋକେ ଏତେ ଆତ୍ମକୈନ୍ଦ୍ରିକ ହୋଇଗଲେଣି ଯେ ନିଜ କାମରୁ ଫୁରୁସତ ନାହିଁ କାହା ସହ ଟିକେ ସମ୍ପର୍କ ଯୋଡିବାକୁ । ସମ୍ପର୍କ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଗଲାଣି । ଖାଲି ସେତିକି ନୁହେଁ ଜୀବନକୁ ସ୍ୱାଧୀନ ଭାବେ ଚଳାଇବାର ଇଚ୍ଛା ମଧ୍ୟ ବ୍ୟକ୍ତିକୁ ଏକୁଟିଆ ରହିବାକୁ ଉତ୍ସାହ ଯୋଗାଇଥାଏ । ହେଲେ ଆପଣ ଜାଣନ୍ତି କି ଏକୁଟିଆ ରହିବା ଦ୍ୱାରା କ’ଣ କ୍ଷତି ହୋଇଥାଏ । ଏହାଦ୍ୱାରା ବହୁ ପ୍ରକାର ସମସ୍ୟା ହେବାର ଆଶଙ୍କା ଦେଖା ଦେଇଥାଏ । ଆସନ୍ତୁ ଜାଣିବା କ’ଣ ସେହିସବୁ ଅସୁବିଧା ।

ଭାବନାତ୍ମକ ଭାବେ ଦୁର୍ବଳ

ଏକୁଟିଆ ରହୁଥିବା ବ୍ୟକ୍ତି ଭାବନାତ୍ମକ ଭାବେ ଦୁର୍ବଳ ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କେଇ ପ୍ରକାର ଅସୁବିଧା ଆସିଥାଏ । ଯଦି ଆପଣଙ୍କ ପାଖରେ କେହି ରହିଥାନ୍ତି,ତେବେ ଆପଣ ଆପଣଙ୍କ କଷ୍ଟ ତାଙ୍କ ସହ ବାଣ୍ଟି ଥାନ୍ତି । ଯାହାଦ୍ୱାର ଇମୋସନାଲ ସପୋର୍ଟ ମିଳିଥାଏ । ହେଲେ ସିଙ୍ଗଲ ବା ଏକୁଟିଆ ରହିବା ଦ୍ୱାରା ଏହି ସପୋର୍ଟ ମିଳିନଥାଏ । ଆପଣଙ୍କ ଦୁଶ୍ଚିନ୍ତା ବଢ଼ିଥାଏ ।

ବଢ଼ିଥାଏ ଚିଡଚିଡା ସ୍ୱଭାବ

ବହୁବାର ଏକୁଟିଆ ରହୁଥିବା ବ୍ୟକ୍ତି ଚିଡଚିଡା ସ୍ୱଭାବର ହୋଇଥିବା ଦେଖାଯାଏ । ଏହାର କାରଣ କେବଳ ଏକୁଟିଆ ରହିବା ଯୋଗୁ ହୋଇଥାଏ । ଏକୁଟିଆ ରହିବା ଦ୍ୱାରା ଅନ୍ୟ ସହ ରହିବାର ଆଦତ ନଷ୍ଟ ହୋଇଯାଇଥାଏ । ଏମିତିରେ ଆପଣ ଅନ୍ୟ ସହ ଆଡଜଷ୍ଟ କରି ପାରନ୍ତି ନାହିଁ ।

ହୋଇଥାନ୍ତି ଡିପ୍ରେସନର ଶିକାର

ସିଙ୍ଗଲ ବା ଏକୁଟିଆ ରହିବା ଦ୍ୱାରା ଆପଣ ବାହାରକୁ ଖୁସି ଜଣାପଡୁଥିଲେ ମଧ୍ୟ ଭିତରେଆପଣ ଖୁସି ନଥାନ୍ତି । ଏକାକୀ ରହିବା ଦ୍ୱାରା ଆପଣ ନିଜର କଷ୍ଟ ଓ ଅସୁବିଧା ଅନ୍ୟ ସହ ବାଣ୍ଟି ପାରନ୍ତି ନାହିଁ । ଏହି ସ୍ଥିତିରେ ଧିରେ ଧିରେ ଆପଣ ଡିପ୍ରେସନ ଆଡକୁ ଗତି କରିଥାନ୍ତି ।

Leave A Reply

Your email address will not be published.