ଶରୀରରେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଏହା ସତ କି, ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । କିନ୍ତୁ ଶରୀରର ପ୍ରତି କୋଷିକା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଖାସ୍ କରି ସୁସ୍ଥ ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କ୍ୟାଲସିୟମ ଅଭାବରେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ।
-ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, କ୍ୟାଲସିୟମ ଅଭାବର ପ୍ରାଥମିକ ସଙ୍କେତ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଚାଲିବା ସମୟରେ ବା ହାତ ଗୋଡ଼ ମୋଡ଼ିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
-କ୍ୟାଲସିୟମ ଅଭାବ ହେଲେ, ଲୋକେ ଅଳସୁଆ ହୋଇଯିବା ସହ କମ କାମ କରି ଥକି ଯାଇଥାନ୍ତି । ନିଦ ନ ଆସିବା ମଧ୍ୟ କ୍ୟାଲସିୟମ ଅଭାବର ଏକ ଲକ୍ଷଣ ।
-ଏହା ବ୍ୟତୀତ ମୁଣ୍ଡ ବୁଲାଇବା, କୌଣସି ଜିନିଷ ସହଜରେ ଭୁଲିଯିବା ବା କୌଣସି ଜିନିଷକୁ ନେଇ ଦ୍ୱନ୍ଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।
-ସେହିଭଳି କ୍ୟାଲସିୟମର ଅଭାବରୁ ଦାନ୍ତରୁ ରକ୍ତ ବାହାରିବା ବା ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ଏଥିସହ ଛୋଟ ପିଲାମାନଙ୍କର ଦାନ୍ତ ମଧ୍ୟ କ୍ୟାଲସିୟମର ଅଭାବରୁ ବିଳମ୍ବରେ ଉଠିଥାଏ।