ବର୍ଷା ଋତୁରେ ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା
ବର୍ଷା ଋତୁରେ ଅନେକ ରୋଗର ଆଶଙ୍କା ବଢିଯାଏ । ଏହି ଋତୁରେ ପରିଷ୍କାର ପରିଚ୍ଛନ୍ନତା ବ୍ୟତୀତ ଖାଦ୍ୟକୁ ମଧ୍ୟ ପରିବର୍ତ୍ତନ କରିବା ଉଚିତ । ଯେପରି ଏହି ଦିନରେ ଖାଇବା ଏବଂ ପିଇବା ସମୟରେ କିଛି ଜିନିଷକୁ ଏଡ଼ାଇବା ଉଚିତ୍ । ଆୟୁର୍ବେଦ ଅନୁଯାୟୀ ବର୍ଷା ସମୟରେ ଶରୀରରେ ରୋଗ ହେବାର ଆଶଙ୍କା ବହୁତ ବଢିଥାଏ । ସେଥିପାଇଁ ଖାଇବା ଏବଂ ପିଇବା ପ୍ରତି ଧ୍ୟାନ ଦେବା ଦ୍ୱାରା ଅନେକ ସମସ୍ୟାରୁ ରକ୍ଷା ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ସବୁ ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ।
ବର୍ଷାରେ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ?
ସବୁଜ ପନିପରିବା : ବର୍ଷା ସମୟରେ ସବୁଜ ପନିପରିବା ଖାଇବା ଉଚିତ୍ ନୁହେଁ । ଏହି ଋତୁରେ, ସବୁଜ ପନିପରିବା ଦୂଷିତ ଜଳ ଏବଂ କେମିକାଲ ଦ୍ୱାରା ପ୍ରଭାବିତ ହେବାକୁ ଲାଗେ । ଏପରି ପୋକ ଯାହା ଦୃଶ୍ୟମାନ ହୁଏ ନାହିଁ, ସବୁଜ ପନିପରିବାରେ ରହିଥାନ୍ତି ଏବଂ ପତ୍ରଯୁକ୍ତ ପନିପରିବାକୁ ଖରାପ କରିଥାନ୍ତି । ତେଣୁ, ଶାଗ, ଅମୃତଭଣ୍ଡା କିମ୍ବା ଅନ୍ୟ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ ନୁହେଁ ।
ନନ୍ ଭେଜ୍ ଠାରୁ ଦୂରରେ ରୁହନ୍ତୁ : ବର୍ଷା ସମୟରେ ନନ୍ ଭେଜ୍ ଖାଦ୍ୟକୁ ମଧ୍ୟ ଏଡାଇବା ଉଚିତ୍ । ଏହି ଋତୁରେ, ଜୀବାଣୁଙ୍କର ପ୍ରଜନନ ବଢିଥାଏ । ଯେଉଁଥିପାଇଁ ନନ୍ ଭେଜ୍ ଖାଇବା ଦ୍ୱାରା ଇନ୍ଫେକ୍ସନ୍ ହେବାର ଆଶଙ୍କା ବଢିଥାଏ । ନନ୍ ଭେଜ୍ ହଜମ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଏ, ଯାହା ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ନନ୍ ଭେଜ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ଦହି : ବର୍ଷାରେ ଦହି ଖାଇବା ଉଚିତ୍ ନୁହେଁ । ଏହି ଋତୁରେ ଗୁଡ଼ ବ୍ୟାକ୍ଟେରିଆ ସହିତ ବ୍ୟାଡ଼ ବ୍ୟାକ୍ଟେରିଆ ମଧ୍ୟ ଦହିରେ ରହିଥାଏ । ଏହା ପେଟରେ ବ୍ୟାଡ଼ ବ୍ୟାକ୍ଟେରିଆ ବଢାଇପାରେ ଏବଂ ଆପଣଙ୍କର ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ବିଶେଷକରି ଖଟା ଦହି ଖାଆନ୍ତୁ ନାହିଁ ।
ଦୁଗ୍ଧଜାତ ଦ୍ରବ୍ୟ : ବର୍ଷା ଋତୁରେ, ଆପଣ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାରକୁ କମ୍ କରିବା ଉଚିତ୍ । ଯେପରି କ୍ଷୀର, ଦହି, ପନିର ଇତ୍ୟାଦି । ଏହି ଋତୁରେ, ମେଟାବୋଲିଜିମ୍ ଲେବଲ କମ୍ ହୋଇଯାଏ ଏବଂ ଏହି ଖାଦ୍ୟ ସଠିକ୍ ଭାବେ ହଜମ ହୁଏ ନାହିଁ । ଯେଉଁ କାରଣରୁ ଆପଣ ଅନେକ ରୋଗରେ ଶିକାର ହୋଇପାରନ୍ତି ।
ଜଙ୍କ୍ ଫୁଡ୍ : ବର୍ଷା ସମୟରେ ବାହାରେ ଖାଦ୍ୟ କିମ୍ବା ଜଙ୍କ୍ ଫୁଡ ଖାଇବା ଉଚିତ୍ ନୁହେଁ । ଯାହା ହଜମ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ସେଥିପାଇଁ ଆପଣ ବ୍ରେଡ୍, ଚିପ୍ସ କିମ୍ବା ଅନ୍ୟାନ୍ୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ସେହିପରି ବାହାରୁ ଜୁସ୍ ପିଇବା ଉଚିତ ନୁହେଁ କାରଣ ଏହା ଇନ୍ଫେକ୍ସନ୍ର କାରଣ ପଲଟିପାରେ । ଏଥିସହ, ତେଲିଆ ଏବଂ ଛଣା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।