ଖାଇବାର ଭୁଲ ତରିକା ଯୋଗୁ ବିଗିଡି ଯାଇପାରେ ସ୍ୱାସ୍ଥ୍ୟ, ଜାଣନ୍ତୁ ଠିକ ତରିକା

ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଜରୁରୀ ହୋଇଥାଏ । କେବେ କେବେ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ତ ଆମ ଭୋଜନରେ ସାମିଲ କରୁ, ହେଲେ ଏହାକୁ ଖାଇବାର ଭୁଲ୍‌ ତରିକା ଯୋଗୁ ଏହାର ଭରପୁର ପୋଷଣ ଆମ ଶରୀରକୁ ମିଳିପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏମି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଭୁଲ୍‌ ତରିକାରେ ଖାଇବା ଦ୍ୱାରା ଶରୀର ବିଗିଡି ଯାଇଥାଏ । ଆସନ୍ତୁ ଜାଣିବା ଏହି ଖାଦ୍ୟ ସମ୍ପର୍କରେ ।

ଏହି ଖାଦ୍ୟକୁ ଭୁଲ୍‌ ତରିକାରେ କରିଥାନ୍ତି ଭୋଜନ

ମହୁ :

ମହୁ ସ୍ୱାସ୍ଥ୍ୟ ପାଇଁ ବହୁତ ସ୍ୱାସ୍ଥ୍ୟକର ମନାଯାଇଥାଏ । ହେଲେ କିଛି ଲୋକ ଏହାକୁ ଆବଶ୍ୟକତା ଠାରୁ ଅଧିକ ଖାଇଥାନ୍ତି । ଯେଉଁଥି ପାଇଁ ଶରୀରରେ ପୀତ ଦୋଷ ବଢ଼ିଥାଏ । ମହୁ ଗରମ ପ୍ରକୃତିର ହୋଇଥାଏ । ତେଣୁ ଗରମ ଋତୁରେ ଏହାକୁ କମ ଖାଇବା କଥା । ଗରମ ପାଣିରେ ମହୁ ପକାଇ ଖାଇବା ଅସ୍ୱାସ୍ଥ୍ୟକର ହୋଇଥାଏ । ଏହା ଶରୀର ପାଇଁ ଟକ୍ସିକ ହୋଇଥାଏ ।

ରୁଟି :

ଭାତ ତୁଳନାରେ ରୁଟିକୁ ଅଧିକ ସ୍ୱାସ୍ଥ୍ୟକର ମନାଯାଇଥାଏ । କିଛି ଲୋକଙ୍କୁ ରୁଟି ଖାଇବାରେ ପେଟ ଦରଜ ଲାଗିଥାଏ । ଆପଣଙ୍କୁ ଏପରି ଅସୁବିଧା ହେଉଛି କି ? ଯଦି ଏପରି ହେଉଥାଏ, ତେବେ ଆପଣ ଭୁଲ ତରିକାରେ ରୁଟି ଖାଉଛନ୍ତି । କିଛି ଲୋକ ରୁଟିକୁ ତାଉରେ କଞ୍ଚା ପକାଇ ସିଧା ଗ୍ୟାସରେ ସେକିଥାନ୍ତି । ଏହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

କଦଳୀ :

କଦଳୀ ପୋଷକ ତତ୍ତ୍ୱରେ ଭରପୁର ହୋଇଥାଏ । ଅଧିକାଂଶ ଲୋକ କଦଳୀକୁ ସେକ ବା ଡେଜର୍ଟ ଭାବେ ସେବନ କରିଥାନ୍ତି । କଞ୍ଚା ଦେଖାଯାଉଥିବା କଦଳୀ ପାଚିଲା ହୋଇଥିଲେ,ଏହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ।

Leave A Reply

Your email address will not be published.