ତ୍ୱଚାରେ ମହୁ ଲଗାଇଲେ କ’ଣ ହୁଏ? ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମିଳିବ ମୁକ୍ତି
ଚାଲିଛି ଶୀତଋତୁ । ପ୍ରାୟତଃ ଏହି ଋତୁରେ ଅଧିକାଂଶ ଲୋକଙ୍କ ସ୍କିନ୍ ଡ୍ରାଏ ହୋଇଯାଏ । ଏଥିପାଇଁ ଆମେ ବଜାରରେ ଉପଲବ୍ଧ ଅନେକ ମୂଲ୍ୟବାନ ବ୍ୟୁଟି କିମ୍ବା ସ୍କିନକେୟାର ପ୍ରଡକ୍ଟ ବ୍ୟବହାର କରୁ । ଏହି ପ୍ରଡକ୍ଟଗୁଡ଼ିକ କେମିକାଲରେ ଭରପୂର ହୋଇଥାଏ ତେଣୁ ଏହା ଆମ ତ୍ୱଚାକୁ ଆହୁରି ଖରାପ କରିଥାଏ । ଏଭଳି ପରିସ୍ଥିତିରେ, ପ୍ରାକୃତିକ ଉପାୟରେ ଡ୍ରାଏ ସ୍କିନକୁ ମଶ୍ଚରାଇଜ୍ କରିବା ପାଇଁ ମହୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ ।
କାହିଁ କେଉଁ ଅନାଦି କାଳରୁ ସୁନ୍ଦର ସ୍କିନ୍ ପାଇଁ ମହୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଔଷଧୀୟ ଗୁଣରେ ଭରପୂର ମହୁ ଆପଣଙ୍କ ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ । ମହୁରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଉପାଦାନ ମିଳିଥାଏ । ମହୁରେ ମିଳୁଥିବା ଭିଟାମିନ୍ ଏବଂ ମିନେରାଲ୍ସ ଆପଣଙ୍କ ସ୍କିନ୍ ହେଲ୍ଥରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଆପଣ ନିଜ ସ୍କିନକେୟାର ରୁଟିନରେ ମହୁ ସାମିଲ କରି କିଛି ସପ୍ତାହ ମଧ୍ୟରେ ହିଁ ଏହାର ସକରାତ୍ମକ ପ୍ରଭାବ ଦେଖିପାରିବେ ।
ମହୁରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ । ଏହା ସହିତ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର । ଆପଣଙ୍କ ତ୍ୱଚାକୁ କେମିକାଲ ପ୍ରଡକ୍ଟର ସାଇଡ୍ ଇଫେକ୍ଟରୁ ରକ୍ଷା କରିବା ଏବଂ ଏହାକୁ ପ୍ରାକୃତିକ ଭାବରେ ମଶ୍ଚରାଇଜ୍ କରିବା ପାଇଁ ମହୁ ବେଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମହୁର ଉପକାରିତା ବିଷୟରେ….
ଡ୍ରାଏ ସ୍କିନରୁ ମିଳିବ ଛୁଟକାରା:
ମହୁ ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍ କରିବା ପାଇଁ କାମ କରେ । ଯଦି ଆପଣଙ୍କ ସ୍କିନ୍ ବହୁତ ଡ୍ରାଏ, ତେବେ ଆପଣ ନିଶ୍ଚିତ ଭାବରେ ମହୁ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ମହୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ତ୍ୱଚାରୁ କେବଳ ଡ୍ରାଏନେସ ଦୂର ହେବ ନାହିଁ ବରଂ ଆପଣଙ୍କ ତ୍ୱଚା ନରମ ଏବଂ ମୁଲାୟମ ମଧ୍ୟ ହେବ ।
ତ୍ୱଚାର ରଙ୍ଗରେ ଉନ୍ନତି:
ଶୀତଦିନେ ତ୍ୱଚାର ରଙ୍ଗ ପ୍ରାୟତଃ ହଜିଯାଇଥାଏ ଏବଂ ସ୍କିନ୍ ଡ଼ଲ୍ ଦେଖାଯାଏ । ଯଦି ଆପଣ ନିଜ ତ୍ୱଚାର ହଜିଯାଇଥିବା ଚମକକୁ ପୁଣିଥରେ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ସ୍କିନକେୟାର ରୁଟିନରେ ମହୁ ସାମିଲ କରନ୍ତୁ । ତଥାପି, ଆପଣ ନିଜ ଚେହେରାରେ ମହୁ ଲଗାଇବା ପୂର୍ବରୁ ନିଶ୍ଚୟ ଭାବେ ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ ।
ବ୍ଲାକ୍ ହେଡ଼ସ୍ ଏବଂ ଫାଟିଯାଇଥିବା ଓଠରୁ ମିଳିବ ମୁକ୍ତି:
ଯଦି ଆପଣ ବ୍ଲାକ୍ ହେଡସ୍ କିମ୍ବା ହ୍ୱାଇଟହେଡ୍ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ମହୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଚର୍ମରେ ଥିବା ମଇଳା ଏବଂ ତେଲକୁ ହଟାଇବାରେ ମଧ୍ୟ ମହୁ ବେଶ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ, ମହୁ ଫାଟିଥିବା ଓଠକୁ କୋମଳ କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ମହୁରେ ମିଳୁଥିବା ସମସ୍ତ ଉପାଦାନ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟାଗୁଡିକ ଦୂର କରିବାରେ ବହୁ ପରିମାଣରେ ସହାୟକ ହୋଇପାରେ । ତେଣୁ ଯଦି ଆପଣ ମଧ୍ୟ ଶୀତଋତୁରେ ଏଭଳି ସ୍କିନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବେ ନିଜ ସ୍କିନକେୟାରରେ ନିଶ୍ଚୟ ଭାବରେ ମହୁ ସାମିଲ କରନ୍ତୁ ।