ଆପଣ ପରଫ୍ୟୁମ ଲଗାଇବା ସମୟରେ କରୁନାହାନ୍ତି ତ ଏହିସବୁ ଭୁଲ୍‌, ନଚେତ ମିଳିବନି କୌଣସି ଲାଭ

ମଣିଷ ନିଜକୁ ସୁଗନ୍ଧ ଏବଂ ଝାଳ ଗନ୍ଧରୁ ମୁକ୍ତି ପାଇବା ପାଇଁ ପରଫ୍ୟୁମ ବ୍ୟବହାର କରନ୍ତି। କେତେକ ଲୋକ ଦିନକୁ ତିନିରୁ ଚାରି ଥର ପରଫ୍ୟୁମ ବ୍ୟବହାର କରିଥାନ୍ତି। କିନ୍ତୁ ଏପରି ପରଫ୍ୟୁମ ବ୍ୟବହାର କରିବା ଦ୍ୱାରା ମଧ୍ୟ ସୁଗନ୍ଧ କେଉଁଆଡେ ଉଡିଯାଏ। ପରଫ୍ୟୁମ ଲଗାଇବାର ସଠିକ୍‌ କୌଶଳ ନ ଜାଣିଲେ, ତାହା ଉଡିଯାଏ। ଆପଣ ବାରମ୍ବାର ବ୍ୟବହାର କରୁଥିବେ କିନ୍ତୁ ଏହାର ସୁଗନ୍ଧ ଆପଣଙ୍କ ପାଖରେ ଅଧିକ ସମୟ ରହିପାରେ ନାହିଁ।

ପରଫ୍ୟୁମକୁ ଲୋକ ନିଜ ଶରୀରର ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରନ୍ତି, ଆଉ କିଛି ଲୋକ ଏହାକୁ ଲଗାଇବାର ସଉକ ମଧ୍ୟ ରଖନ୍ତି। ତେବେ ପରଫ୍ୟୁମ ବ୍ୟବହାର କିପରି ଓ କେମିତି କରିବେ, ତାହା ଜାଣିବା ଜରୁରୀ।

ନିଜର ପର୍ସନାଲିଟି, ଷ୍ଟାଇଲ ଏବଂ କାମ ସହିତ ମେଳ ଖାଉଥିବା ପରଫ୍ୟୁମ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ପରଫ୍ୟୁମ ଶରୀରରେ ଗରମ ରହିଥିବା ସ୍ଥାନ ନଚେତ ପଏଣ୍ଟରେ ବ୍ୟବହାର କରନ୍ତୁ । ତେବେ ସବୁଠାରୁ ଜରୁରୀ କଥା ଯେ ଚର୍ମଠାରୁ 20 ସେମି ଦୂରରୁ ଅତର ସ୍ପ୍ରେ କରନ୍ତୁ ।

ପରଫ୍ୟୁମ ବା ଅତର ବୋତଲ ଖୋଲିବା ପରେ ଏହାକୁ ନିୟମିତ ବ୍ୟବହାର କରନ୍ତୁ । ଏହାକୁ ଅଧିକ ଥଣ୍ଡା କିମ୍ବା ଗରମ ସ୍ଥାନରେ ରଖନ୍ତୁ ନାହିଁ ।

ପରଫ୍ୟୁମକୁ ସବୁବେଳେ ନିଜ ପଲ୍ସ ପଏଣ୍ଟରେ ଲଗାନ୍ତୁ। ପଲ୍ସ ପଏଣ୍ଟ ପାଖରେ ବ୍ଲଡ ଭେସେଲ ଆପଣଙ୍କ ସ୍କିନର ସବୁଠାରୁ ପାଖରେ ରହିଥାଏ। ଯେପରି କହୁଣୀ, ଆଣ୍ଠୁ ପଛ, ହାତ ପାପୁଲି ତଳ, ଛାତି ପାଖ ଏବଂ ବେକ। ଏହାକୁ ସ୍ପ୍ରେ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ତେଣୁ ପରଫ୍ୟୁମ ଲଗାଇବା ବେଳେ ନିଜ ହାତକୁ ରଗଡନ୍ତୁ ନାହିଁ, ଏପରି କଲେ ସୁଗନ୍ଧ କମ୍‌ ହୋଇଯିବ।

atraa

 

ପରଫ୍ୟୁମକୁ କେବେ ଡ୍ରାଏ ସ୍କିନରେ ବ୍ୟବହାର କରନ୍ତୁ ନାହିଁ। ଯଦି ଆପଣ ଏପରି କରୁଥାନ୍ତି, ତେବେ ଖୁବଶୀଘ୍ର ଏହାର ବାସ୍ନା ଉଡିଯାଏ। ତେଣୁ ପରଫ୍ୟୁମ ଲଗାଇବା ପୂର୍ବରୁ ସେହି ସ୍ଥାନକୁ ମଶ୍ଚରାଇଜ ନିଶ୍ଚିତ କରନ୍ତୁ।

ପରଫ୍ୟୁମକୁ ସବୁବେଳେ କପଡାରେ ଲଗାନ୍ତୁ, ଯାହାର ସୁଗନ୍ଧ ଅଧିକ ସମୟ ପର୍ଯ୍ୟନ୍ତ ରହିବ। କିନ୍ତୁ ଏହା ମଧ୍ୟ ଧ୍ୟାନରେ ରଖିବେ କି, ବେଶୀ ପରଫ୍ୟୁମ କପଡାରେ ବ୍ୟବହାର କରିବା ଯୋଗୁଁ କପଡା ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ।

Leave A Reply

Your email address will not be published.