ଲାଇଫ୍ ଷ୍ଟାଇଲ୍

ବ୍ଲଡ ପ୍ରେସର ଲୋ ହେଲେ ବି ମାରାତ୍ମକ, ଜାଣନ୍ତୁ ଲକ୍ଷଣ ଓ ଏହାର ପ୍ରତିକାର

ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ । ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ତାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଲୋ ବ୍ଲଡ ପ୍ରେସର ଆପଣଙ୍କୁ ଅର୍ଗାନ ଫେଲୁଅର ଭଳି ସମସ୍ୟା ଦେଇଥାଏ । ଯେଉଁ ଲୋକଙ୍କ ବ୍ଲଡ ପ୍ରେସର ୯୦ ଓ ୬୦ରୁ କମ ଅଟେ, ସେ ଲୋକ ଲୋ ବିପି ବାଲା ଶ୍ରେଣୀରେ ଆସିଥାନ୍ତି । ଆସନ୍ତୁ ଜାଣିବା ବ୍ଲଡ ପ୍ରେସର ଲୋ ହେଲେ ଶରୀରରେ କ’ଣ ଲକ୍ଷଣ ଦେଖାଯାଇଥାଏ ଓ ଏଥିରୁ ବଞ୍ଚିବାର ତରିକା କ’ଣ ?

ବ୍ଲଡ ପ୍ରେସର ଲୋ ହେବାର ଲକ୍ଷଣ

ମୁଣ୍ଡ ଘୁରାଇବା

ଅନ୍ଧାର ଦେଖା ଯିବା

ବାନ୍ତି ଭଳି ଲାଗିବା

ବହୁତ ଥକାପଣ ଲାଗିବା

ଧ୍ୟାନ ଲଗାଇବାରେ ଅସୁବିଧା ହେବା

ହାତ-ଗୋଡ଼ ଥଣ୍ଡା ପଡିବା

ଶ୍ୱାସ ନେବାରେ ଅସୁବିଧା ହେବା

ଖାଇବାରେ ଅସୁବିଧା ହେବା

ବ୍ଲଡ ପ୍ରେସର ଲୋ ହେବାର ବିପଦ

ଯଦି ଆପଣଙ୍କ ବିପି ଅଧିକ ଲୋ ରହୁଛି,ତେବେ ଆପଣଙ୍କୁ ଅଧିକ ସତର୍କ ରହିବା ଦରକାର । ଏହାଦ୍ୱାରା ଶରୀରର ଅନ୍ୟ ଅଂଗରେ ରକ୍ତ ଠିକ ଭାବେ ପହଞ୍ଚି ପାରିନଥାଏ । ଏପରି ସ୍ଥିତିରେ ଷ୍ଟ୍ରୋକ, ହାର୍ଟ ଆଟାକ୍‌ ଓ କିଡନୀ ଫେଲୁଅର ଭଳି ବିପଦ ରହିଥାଏ । ବିପି କମ ହେଲେ ବେହୋଷ ହେବାର କାରଣ ହୋଇଥାଏ । ବ୍ରେନ ହାମରେଜ ଆଶଙ୍କା ବଢ଼ିଥାଏ ।

କେମିତି ରକ୍ଷା ପାଇବେ

୧. ଖାଦ୍ୟରେ ଲୁଣ ମାତ୍ରା ଠିକ ରଖନ୍ତୁ, ଫଳରେ ବିପି ଠିକ ରହିବ ।

୨. ଶରୀରକୁ ସର୍ବଦା ହାଇଡ୍ରେଟ ରଖନ୍ତୁ । ଦିନରେ ଅତି କମରେ ୮ ଗ୍ଲାସ ପାଣି ପିଅନ୍ତୁ ।

୩. ଆପଣଙ୍କୁ ହଠାତ୍‌ ତଳୁ ଉପରକୁ ଉଠିବା ଭଳି କାର୍ଯ୍ୟରୁ ବିରତ ହେବା ଦରକାର ।

୪. ସର୍ବଦା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ଔଷଧ ରିଆକ୍ସନରେ ମଧ୍ୟ ବ୍ଲଡ ପ୍ରେସର ବଢ଼ିଥାଏ ।

୫. ଅଧିକ ମାନସିକ ବା ଶାରିରୀକ ପ୍ରେସରରୁ ଦୂରରେ ରୁହନ୍ତୁ ।

୬. ଅଧିକ ସିଗାରେଟ ଓ ମଦ ସେବନରୁ ବଂଚିତ ରୁହନ୍ତୁ ।

୭. ଖାଦ୍ୟରେ ସିଜିନାଲ ଫଳ ଓ ପରିବା ବଢ଼ାନ୍ତୁ ।

୮. ଅଧିକ କାର୍ବୋହାଇଡ୍ରେଟ ଖାଇବାରୁ ବଂଚିତ ରୁହନ୍ତୁ । ଖାଦ୍ୟରେ ପ୍ରୋଟିନ ମାତ୍ରା ବଢ଼ାନ୍ତୁ ।

Niharanjan

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

23 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

35 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

49 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago