ଅଫିସ ଡେସ୍କରେ କେଉଁ ବସ୍ତୁ ରଖିବା ଦ୍ୱାରା ହୋଇଥାଏ ଉନ୍ନତି, ଜାଣନ୍ତୁ ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ରରେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ପାଇଁ କିଛି ନିୟମ ଅନୁସରଣ କରିବା ଉଚିତ । ଏହି ନିୟମ ଅନୁସାରେ କିଛି ଶୁଭ ବସ୍ତୁ ରହିଛି, ଯାହା ଡେସ୍କରେ ରଖିବା ଦ୍ୱାରା ସଫଳତାର ରାସ୍ତା ସରଳ ହୋଇଥାଏ ।

(କେନ୍ୟୁଜ ବ୍ୟୁରୋ): ଜୀବନରେ ଉନ୍ନତି ଆଣିବା କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ଅଧିକ ରହିଛି । ଯୁବପିଢ଼ି ମାନଙ୍କର ଜୀବନ ଏବଂ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମିଳୁଥିବା ସଫଳତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ନିଜ କର୍ମମୟ ଜୀବନରେ ମନ ମୁତାବକ ସଫଳତା ପାଇବା ପାଇଁ ବାସ୍ତୁ ଶାସ୍ତ୍ରର ସାହାଯ୍ୟ ନିଆଯାଇ ପାରିବ । ବାସ୍ତୁ ଶାସ୍ତ୍ରରେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ପାଇଁ କିଛି ନିୟମ ଅନୁସରଣ କରିବା ଉଚିତ । ଏହି ନିୟମ ଅନୁସାରେ କିଛି ଶୁଭ ବସ୍ତୁ ରହିଛି, ଯାହା ଡେସ୍କରେ ରଖିବା ଦ୍ୱାରା ସଫଳତାର ରାସ୍ତା ସରଳ ହୋଇଥାଏ । ତେବେ ଜାଣି ରଖନ୍ତୁ ଏହି ନିୟମ ବିଷୟରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଅଫିସରେ ବସୁଥିବା ସ୍ଥାନରେ କ୍ରିଷ୍ଟାଲ ନିର୍ମିତ ବସ୍ତୁ ରଖିବା ଉଚିତ । ଏହା ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସେହିପରି ଅଟକି ରହିଥିବା କାର୍ଯ୍ୟ ସଠିକ ଭାବେ ପରିଚାଳନା ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ବାଉଁଶ ଗଛର ଅଧିକ ମହତ୍ତ୍ୱ ରହିଛି । ଏହା ଭାଗ୍ୟ ଏବଂ ଶାନ୍ତିକୁ ଆକର୍ଷିତ କରିଥାଏ । ଏହା ମନରେ ଶାନ୍ତି ଆଣିବା ସହ କାର୍ଯ୍ୟ କରିବା କ୍ଷେତ୍ରରେ ସାହାଯ୍ୟ କରିଥାଏ । ବାଉଁଶ ଗଛକୁ ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ଭାବେ ବୁଝା ଯାଇଥାଏ । ଏହା ପାଖରେ ରଖିବା ଦ୍ୱାରା ସୌଭାଗ୍ୟ ଏବଂ ସମୃଦ୍ଧି ମିଳିଥାଏ ।

ବାସ୍ତୁ ଶାସ୍ତ୍ରରେ ସୁନା ମୁଦ୍ରାର ଜାହାଜ ସଫଳତାର ପ୍ରତୀକ ହୋଇଥାଏ । ଏହା ରଖିବା ଦ୍ୱାରା ବ୍ୟବସାୟରେ ସଫଳତା ମିଳିଥାଏ । ଚାକିରିରେ ଉନ୍ନତି ଆଣିବା ପାଇଁ ଏହି ସୁନା ମୁଦ୍ରାରେ ନିର୍ମିତ ଜାହାଜ ନିଜ ଅଫିସ ଡେସ୍କରେ ରଖିବା ଉଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଫିସ ଡେସ୍କକୁ ସଫା ରଖିବା । ଡେସ୍କ ସଫା ନରଖିବା ଆପଣଙ୍କ ଜୀବନରେ ଅନେକ ସମସ୍ୟାର କାରଣ ହୋଇପାରେ । ଅଫିସରେ ଏପରି ସ୍ଥାନରେ ବସନ୍ତୁ ଯେଉଁଠାରେ ଅଧିକ ସୂର୍ଯ୍ୟ ରଶ୍ମି ଆସୁଥିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.