ନିଜ ଅଫିସ ଲଞ୍ଚ ବକ୍ସରେ ନିହାତି ସାମିଲ କରନ୍ତୁ ଏହି ସବୁ ଖାଦ୍ୟ , ଇମ୍ୟୁନିଟି ବଢ଼ିବା ସହିତ ମିଳିବ ଏହି ସବୁ ଲାଭ

ଅଧିକାଂଶ ଲୋକେ ସକାଳେ ଅଫିସ ଯିବା ସମୟରେ ତରତରରେ ଠିକରେ ଜଳଖିଆ ଖାଇନଥାନ୍ତି । ଯାହାଦ୍ୱାରା ଶରୀରର ଇମ୍ୟୁନିଟି ଧୀରେ ଧୀରେ କମିବାକୁ ଲାଗେ । ଆଉ ଏମିତି ଲାଗି ରହିଲେ ଶରୀରର କ୍ଷୀଣ ହେବାକୁ ବି ଲାଗେ । ରୋଗ ପ୍ରତିରୋଧକ ଶକ୍ତି କମିବାରୁ ମଣିଷକୁ ଏକାଧିକ ରୋଗ ମାଡ଼ି ବସେ । ଏହା ବ୍ୟତୀତ ଦିନ ଯାକ କାମରେ ବ୍ୟସ୍ତ ରହିବାରୁ ଥକ୍କା ପଣ , ଅସୁସ୍ଥତା ଅନୁଭବ ହୋଇଥାଏ । ଏମିତିରେ ଯଦି ଚାହିଁବେ ତେବେ ନିଜ ଅଫିସ ଲଞ୍ଚ ବକ୍ସ ରେ କିଛି ବିଶେଷ ଜିନିଷ ସବୁ ସାମିଲ କରିପାରିବେ । ଯେଉଁଥିରୁ ଆପଣଙ୍କୁ ଆବଶ୍ୟକ ମୁତାବକ ଶକ୍ତି ମିଳିବା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଲା ପରି ଲାଗିବ । ଏହା ସହ ଆପଣଙ୍କ ଇମ୍ୟୁନିଟି ତଥା ପାଚନ ତନ୍ତ୍ର ବି ମଜବୁତ ହେବ । ଯାହାଫଳରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବିକଶିତ ହେବ | ତେବେ ଆସନ୍ତୁ ସେବିଷୟରେ ଜାଣିବା ।

ଅଣ୍ଡା :

ଅଣ୍ଡା ଦେହ ପାଇଁ ଖୁବ ଲାଭଦାୟକ ହୋଇଥାଏ । ତେଣୁ ମ୍ୟାଗନେସିୟମ , ଜିଙ୍କ , ଆଇରନ ଓ ପ୍ରୋଟିନରେ ଭରପୁର ଅଣ୍ଡା କୁ ନିଜ ଟିଫିନ ବକ୍ସରେ ନିହାତି ସାମିଲ କରନ୍ତୁ । ଲଞ୍ଚ ରେ ଆପଣ ସିଝା ଅଣ୍ଡା ଖାଇପାରିବେ ।

ଡ୍ରାଏ ଫ୍ରୁଟସ :

ଏମିତିରେ ଡ୍ରାଏ ଫ୍ରୁଟସରେ ମ୍ୟାଗନେସିୟମ, ମାଙ୍ଗାନିଜ , ଜିଙ୍କ , ଆଇରନ, ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରା ରେ ରହିଛି । ଯାହାକୁ ଆପଣ ଅଫିସ ଟାଇମରେ ଛୋଟ ଛୋଟ ଭୋକ ସମୟରେ ଖାଇପାରିବେ । ତେଣୁ ନିଜ ଅଫିସ ବ୍ୟାଗରେ ଗୋଟେ ମୁଠା ଡ୍ରାଏ ଫ୍ରୁଟସ ଯେମିତି ହେଲେ ବି ରଖନ୍ତୁ । ଯଦି ଚାହିଁବେ ତ ଗଜା ମୁଗ କିମ୍ବା ଗଜା ବୁଟ କୁ ବି ସ୍ଥାନ ଦେଇପାରିବେ | ଏସବୁ ଖାଇଲେ ଦିନ ଯାକ ଆପଣଙ୍କୁ ଏନର୍ଜି ମିଳିବ ।

lunch box

 

ଶସ୍ୟ :

କିଛି ବିଶେଷ ଧରଣର ଶସ୍ୟ ଜଅ, ବାଜରା, ଦଳିଆ ରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ , ଆଣ୍ଟି ଅକ୍ସିଡେଣ୍ଟ ଥାଏ । ଯାହାକୁ ଖାଇବା ଦ୍ୱାରା ପେଟ ଲମ୍ବା ସମୟ ପର୍ଯ୍ୟନ୍ତ ଭରି ରହିଥାଏ । ଯାହାଫଳରେ ବାରମ୍ବାର ଖାଇବା ଅଭ୍ୟାସ କମିବା ସହିତ ଓଜନ ମଧ୍ୟ ନିୟନ୍ତ୍ରଣରେ ରୁହେ ।

ଦହି :

ଋତୁ ବଦଳିବା ସହ ଲୋକଙ୍କ ଠାରେ ପାଚନ ଜନିତ ସମସ୍ୟା ବି ଦେଖାଦେଇଥାଏ । ଏହି ସମସ୍ୟାରୁ ନିଜକୁ ମୁକ୍ତ ରଖିବା ପାଇଁ ଅଫିସ ଲଞ୍ଚବକ୍ସରେ ତାଜା, ଫ୍ରେସ ଦହିକୁ ସାମିଲ କରିପାରିବେ । ଦହିରେ ଥିବା ଲାକଟିକ ଏସିଡ ପାଚନ କ୍ରିୟା ପାଇଁ ଉପଯୋଗୀ । ଏଥିରେ ଚାହିଁଲେ ଗୋଲମରିଚ ଗୁଣ୍ଡ , କଳା ଲୁଣ ମିଶାଇ ଖାଇପାରିବେ ।

ଫଳ ଓ ପନିପରିବା :
ନିଜ ଟିଫିନର 60 ପ୍ରତିଶତ ଭାଗକୁ ଫଳ କିମ୍ବା ପନିପରିବାରେ ଭରନ୍ତୁ । ଏହାଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ ରହିବ । ଏହା ସହ ଦିନ ସାରା ଏନର୍ଜି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.