ସକାଳର ଏକ୍ସରସାଇଜ୍‌ ପରେ ଜାଣନ୍ତୁ କ’ଣ ଖାଇବା ଜରୁରୀ, ଏହି ୪ଟି ଜିନିଷ ଆପଣଙ୍କ ଶରୀରକୁ ଦେବ ଅଦ୍ଭୁତ ଫାଇଦା

କଥାରେ ଅଛି ସ୍ୱାସ୍ଥ୍ୟ ଠିକ୍‌ ଥିଲେ ସବୁ ଠିକ୍‌ । ସ୍ୱାସ୍ଥ୍ୟ ଯଦି ବିଗିଡ଼େ ଦୁନିଆଟା ବିଷ ପରି ଲାଗେ । ଅଧିକାଂଶ ଲୋକେ ଏବେ ସ୍ୱାସ୍ଥ୍ୟ ସଚେତନ୍‌ ହେଲେଣି । ସକାଳୁ ଚାଲିବା ହେଉ ବା ଦୈାଡ଼ିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ସକାଳୁ ଏହି ବ୍ୟାୟାମ(ଏକ୍ସରସାଇଜ୍‌) ପରେ ଉପଯୁକ୍ତ ଖାଦ୍ୟ ଶରୀର ପାଇଁ ଆବଶ୍ୟକ ହୋଇଥାଏ ।

RUN-1

ତେବେ ଦୈାଡିବା ପରେ ଆପଣ କ’ଣ ଖାଇବା ଆବଶ୍ୟକ ତା’ହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି । କାରଣ ସକାଳ ବ୍ୟାୟାମ ପରେ ଶରୀରରେ ଗ୍ଲୁକୋଜ୍‌ ମାତ୍ରା କମ୍‌ ହୋଇଥାଏ । ଯେଉଁଥିପାଇଁ ମାଂସପେଶୀକୁ ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ । ଶରୀର ପାଇଁ ବ୍ୟାୟାମ ଯେପରି ଆବଶ୍ୟକ ହୋଇଥାଏ । ସେହିପରି ଉପଯୁକ୍ତ ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ ।

ନଚେତ୍‌ ଉପକାର ପରିବର୍ତ୍ତେ ଆପଣ ବ୍ୟାୟାମର କୁଫଳ ପାଇବେ । ସକାଳ ଦୈାଡ଼ିବା ହାର୍ଟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ଶରୀରର ଏଲ୍‌ଡିଏଲ୍‌ ବା ବ୍ୟାଡ୍‌ କୋଲେଷ୍ଟ୍ରାଲ୍‌ ହ୍ରାସ କରିଥାଏ । ଯଦି ଆପଣ ସକାଳ ବ୍ୟାୟାମ ପରେ ଠିକ୍‌ ଖାଦ୍ୟ ନ ନିଅନ୍ତି ତେବେ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ବ୍ଲଡ୍‌ ସୁଗାର ମାତ୍ରାରେ ହାନୀ ପହଞ୍ଚାଇବା ସହ ଦୁର୍ବଳ ଓ ମୁଣ୍ଡ ଘୁରାଇବା ଭଳି ସମସ୍ୟା ଦେଖା ଦେଇପାରେ ।

ଆସନ୍ତୁ ଜାଣିବା କେଉଁ ୪ଟି ଖାଦ୍ୟ ସକାଳ ବ୍ୟାୟାମ ପରେ ହୋଇଥାଏ ବହୁତ ଲାଭକାରୀ

୧.ଦୁଧ ଓ ବାଦାମ : ଦୁଧ ଓ ବାଦାମରେ ଥିବା ଭିଟାମିନ୍‌ ଓ ମିନେରାଲ୍‌ ଆପଣଙ୍କ ଶରୀର ପାଇଁ ବହୁତ ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ମାଂସପେଶୀକୁ ସୁସ୍ଥ ରଖିଥାଏ । ଆପଣ ଦୁଧ ଓ ବାଦାମର ସେକ୍‌ ବନାଇ ନେଇପାରିବେ । କିମ୍ବା ଭିଜା ବାଦାମ ସହ ଦୁଧ ମଧ୍ୟ ନେଇ ପାରିବେ ।

RUN-MILK

୨. ଓଟ୍‌ମିଲ୍‌ : ଓଟ୍‌ମିଲ୍‌ କୈାଣସି ବି ସମୟରେ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ବିଶେଷ କରି ଦୈାଡ଼ିବା ପରେ ଏହାକୁ ଖାଇଲେ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ପ୍ରୋଟିନ୍‌, ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀର ପାଇଁ ଲାଭକାରୀ ହୋଇଥାଏ ।

RUN-CHOCO MILK

୩. ଚକୋଲେଟ୍‌ ମିଲ୍କ : ଏଥିରେ ଆପଣ ମହୁ ଓ ଡାଲ୍‌ଚୀନ୍‌ ଭଳି କେତେକ ସ୍ୱାସ୍ଥ୍ୟ ବର୍ଦ୍ଧକ ଦ୍ରବ୍ୟ ମିଶାଇ ପାରିବେ । ସବୁ ଦିନ ଦୈାଡ଼ିବା ପରେ ଚକୋଲେଟ୍‌ ମିଲ୍କ ନେବା ଦ୍ୱାରା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

EGG

୪. ଡବଲ ଅଣ୍ଡା : ଏଥିରେ ଥିବା ଭରପୁର ପ୍ରୋଟିନ୍‌ ମାଂସପେଶୀକୁ ସୁସ୍ଥ ରଖିଥାଏ । ସକାଳେ ଦୈାଡ଼ିବା ପରେ ଆପଣ ଡବଲ ଅଣ୍ଡା ଖାଇ ପାରିବେ । ଏହା ସହ ଏଭୋକେଡ୍‌ କିମ୍ପା ବେଦନା ରସ ମଧ୍ୟ ନେଇ ପାରିବେ । ଏହା ଆପଣଙ୍କୁ ଶକ୍ତି ଦେବା ସହ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରଖିଥାଏ । ଏହାକୁ ଆପଣ ସ୍ୱାସ୍ଥ୍ୟ ସମ୍ପର୍କିତ ଉପଦେଶ ଭାବେ ଗ୍ରହଣ କରିପାରିବେ । ତେବେ ଅଧିକ ବିବରଣୀ ପାଇଁ ଚିକିତ୍ସକଙ୍କ ରାୟ ନେବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.