ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରିଦିଅନ୍ତୁ ସେବନ

ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି। ପାଣିପାଗର କ୍ରମାଗତ ପରିବର୍ତ୍ତନ ଯୋଗୁଁ ଏହି ଭାଇରସ୍‌ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ବଢୁଛି। ଏପରି କିଛି ଜିନିଷ ଅଛି, ଯାହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌ର ପ୍ରଭାବ ବଢିବାରେ ଲାଗିଛି। ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି। ପାଣିପାଗର କ୍ରମାଗତ ପରିବର୍ତ୍ତନ ଯୋଗୁଁ ଏହି ଭାଇରସ୍‌ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ବଢୁଛି। ସରକାରଙ୍କ ତରଫରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି। ବୃଦ୍ଧ ଓ ଛୋଟପିଲା ମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସରକାରଙ୍କ ତରଫରୁ ସଚେତନ କରାଯାଉଛି ଓ କୋଭିଡ ନିୟମ ପାଳନ କରିବାକୁ ମଧ୍ୟ ଉପଦେଶ ଦିଆଯାଉଛି।

ଇନ୍‌ଫ୍ଲୁଏଞ୍ଜା ଭାଇରସ ସହ ଲଢିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ନିହାତି ଜରୁରୀ। ସେଥିପାଇଁ ଆମକୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡିବ। ଏପରି କିଛି ଜିନିଷ ଅଛି, ଯାହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଆସନ୍ତୁ ଜାଣିବା ସେ ଜିନିଷ ଗୁଡିକ କଣ…

ଡାଲଚିନି:

ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପୂର୍ଣ୍ଣ ମାତ୍ରାରେ ଥାଏ, ଯାହା ଶରୀରରେ କୌଣସି ଜୀବାଣୁକୁ ବଢିବାକୁ ଦିଏନାହିଁ।

ମେଥି:

ଆୟୁର୍ବେଦ ଚିକିତ୍ସାରେ ମେଥିକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ। କାରଣ ଏଥିରେ ଭିଟାମିନ ଏ ଓ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ସାହାଯ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଅଦା:

ଅଦାରେ ମଧ୍ୟ ଔଷଧୀୟ ଗୁଣ ରହିଛି। ଏହାକୁ ଗରମ ପାଣିରେ ଫୁଟାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଅଦାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ମଧ୍ୟ ରହିଥାଏ, ଯାହା ଶରୀରରେ ଜୀବାଣୁଙ୍କୁ ନିୟନ୍ତ୍ରଣ କରିବା ସହ ବଢିବାକୁ ଦିଏନାହିଁ।

ହଳଦୀ:

ହଳଦୀରେ ବହୁ ମାତ୍ରାରେ ଔଷଧୀୟ ଗୁଣ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହି ଜୀବାଣୁ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତାହାହେଲେ ପ୍ରତିଦିନ ଏହାର ସେବନ କରନ୍ତୁ।

ଲବଙ୍ଗ:

ଲବଙ୍ଗରେ ଥିବା ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଏହାର ସେବନ କଲେ,ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବ୍ୟାପିବାରୁ ରୋକା ଯାଇପାରିବ।

Leave A Reply

Your email address will not be published.