ପ୍ରେମ ଭାବି ସମ୍ପର୍କରେ ଥିଲେ ସାବଧାନ ରୁହନ୍ତୁ, ଆକର୍ଷଣ ବି ଭାଙ୍ଗିପାରେ ହୃଦୟ

କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପ୍ରେମ ନୁହେଁ ଆକର୍ଷଣର ଶିକାର ହୋଇଥାନ୍ତି ଏବଂ ଏଭଳି ସମ୍ପର୍କକୁ ପ୍ରେମ ବୋଲି ଭାବି ନିଅନ୍ତି । ଏହା ଦ୍ୱାରା ସେମାନଙ୍କୁ ଆଘାତ ହୋଇଥାଏ । କଷ୍ଟ ମିଳିବାର କାରଣ ହେଉଛି ଆକର୍ଷଣକୁ ମଣିଷ ଭୁଲବଶତଃ ପ୍ରେମ ଭାବି ନେଇଥାଏ । ସେହିପରି ଯଦି ଆପଣ କାହା ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ତାକୁ ଆପଣ ଭଲ ପାଇବା ଭାବୁଛନ୍ତି, ତାହେଲେ ଏହା ଆପଣଙ୍କର ସବୁ ଠାରୁ ବଡ ଭୁଲ ହେବ । ଆପଣମାନେ ତ ଜାଣିଥିବେ ଯେ କାହାକୁ ପସନ୍ଦ କରିବା ତ ବହୁତ ସହଜ କିନ୍ତୁ ସେହି ବ୍ୟକ୍ତିକୁ ସାରା ଜୀବନ ପସନ୍ଦ କରି ରହିବା ବହୁତ କଷ୍ଟକର ହୋଇଥାଏ । ବେଳେବେଳେ ଆମେ ଯେଉଁ ବ୍ୟକ୍ତିକୁ ମନରୁ ଭଲ ପାଇଥାଉ, ସେହି ବ୍ୟକ୍ତି ଆମ ଭାବନା ସହ ଖେଳିଥାଏ ଏବଂ ସେ ପ୍ରେମ ସତ ହୋଇନଥାଏ ।

ଆପଣମାନେ ଜାଣିଛନ୍ତି କି ଭଲ ପାଇବା ଏବଂ ଆକର୍ଷଣ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ । ଯଦି ଆପଣ ଏହି ଦୁଇଟି କଥା ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ, ତାହେଲେ ଆପଣଙ୍କ କଷ୍ଟ ଦୂରେଇ ଯିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏଭଳି କିଛି ବିଶେଷ କଥା ଜଣାଇବୁ, ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣ ଯେଉଁ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଅଛନ୍ତି ସେ ଆପଣଙ୍କ ଆକର୍ଷଣ ନା ପ୍ରେମ ।

ଯେତେବେଳେ ଦୁଇ ଜଣ ପରସ୍ପରକୁ ଭଲ ପାଆନ୍ତି, ସେମାନେ ନିଜ ପାର୍ଟନରଙ୍କ ସହିତ ଯଥାସମ୍ଭବ ସମୟ ବିତାଇବାକୁ ଚାହାଁନ୍ତି । ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସତରେ ଭଲ ପାଆନ୍ତି, ତାହେଲେ ସେ ଆପଣଙ୍କୁ ଯେତେ ଥର ଭେଟିଲେ ବି ତାଙ୍କୁ ଏହା ତାଙ୍କର ପ୍ରଥମ ଦେଖା ଭଳି ଲାଗିଥାଏ । କିନ୍ତୁ ଯଦି ଏହା ଆକର୍ଷଣ ତେବେ ଏହା କେବଳ କିଛି ଦିନ ପାଇଁ ରହିବ । ଏପରି ଭାବେ କିଛି ଦିନ ପରେ ଆପଣଙ୍କ ପାର୍ଟନର ଆପଣଙ୍କୁ ଭେଟିବାରେ କୌଣସି ଆଗ୍ରହ ଦେଖାଇବ ନାହିଁ । ଆପଣଙ୍କ ପାର୍ଟନର ଆପଣଙ୍କୁ ସମୟ ଦେବା ବଦଳରେ ଅନ୍ୟ କୌଣସି କାମରେ ନିଜକୁ ବ୍ୟସ୍ତ ରଖିବ । ସେଥିପାଇଁ ଆକର୍ଷଣ ସଂପର୍କର ଏକ ବିକଳ୍ପ ହୋଇଥାଏ ।

ଭବିଷ୍ୟତ ବିଷୟରେ ଆପଣଙ୍କ ସହିତ କଥାବାର୍ତ୍ତା ନହେବା :
ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ଭବିଷ୍ୟତରେ ରହିବା ପାଇଁ ଚାହୁଁଥିବେ, ତାହେଲେ ସେ ଆପଣଙ୍କ ସହ ଭବିଷ୍ୟତ ବିଷୟରେ ନିଶ୍ଚିତ କଥା ହେବେ । କିନ୍ତୁ ଯଦି ସେ ଆପଣଙ୍କ ସହିତ ସମ୍ପର୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ପରବର୍ତ୍ତୀ ସମୟରେ କଣ କରିବେ ସେ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, ତେବେ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କ ସହିତ ବାସ୍‌ କିଛି ସମୟ ପାଇଁ ଅଛନ୍ତି ।

ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ନହେବା :
ତେବେ ଗୋଟିଏ ରିଲେସନ୍‌ସିପ୍‌ରେ କିଛି ବି ଲୁଚାଇବା ଠିକ୍‌ ହୋଇନଥାଏ । ଯଦି ଆପଣ କାହା ସହିତ ରିଲେସନ୍‌ସିପ୍‌ରେ ଅଛନ୍ତି, ତେବେ ଏହା ଏକ ବିଶେଷ କଥା ଯେ ଆପଣ ନିଜ ପାର୍ଟନରଙ୍କ ସମସ୍ତ ଭୁଲ ଓ ତ୍ରୁଟିକୁ ଗ୍ରହଣ କରିବେ । ଏହା ସହ ଆପଣ ନିଜ ପାର୍ଟନରଙ୍କ ବିଷୟରେ ସବୁ କଥା ଜାଣିବା ପାଇଁ ଆପଣଙ୍କର ସମସ୍ତ ଅଧିକାର ରହିଛି । ଯଦି ଆପଣଙ୍କ ପାର୍ଟନର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କ ସହିତ କଥାବାର୍ତ୍ତା କରୁନାହାନ୍ତି ତେବେ ସତର୍କ ରୁହନ୍ତୁ । ସେଥିପାଇଁ ଆପଣ ସମୟ ପୂର୍ବରୁ ଏହି ପ୍ରକାରର ବ୍ୟକ୍ତିଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ବହୁତ ଭଲ ହେବ । ଏହା ସହ ଆପଣ ନିଜକୁ କଷ୍ଟ ଦେବାକୁ ମଧ୍ୟ ଦୂରେଇ ରହିପାରିବେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago