ଜାଣନ୍ତୁ, ଏହି ବର୍ଷ କେବେ ପଡୁଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ କିପରି କରିବେ ପୂଜା

ଭଗବାନ କୃଷ୍ଣଙ୍କର ଜନ୍ମ ଭାଦ୍ରବ ମାସର କୃଷ୍ଣ ଅଷ୍ଟମୀରେ ହେବା କରଣରୁ ଏହାକୁ କୃଷ୍ଣ-ଜନ୍ମାଷ୍ଟମୀ ବୋଳି କୁହାଯାଏ । ଭଗବାନ କୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥୀରେ ହୋଇଥିଲା । ଏହି କାରଣ ପାଇଁ ଅଷ୍ଟମୀ ତିଥୀକୁ ବେଶୀ ଗୁରୁତ୍ବ ଦିଆ ଯାଇଥାଏ । ଏହି ଦିନରେ ଶ୍ରୀ କୃଷ୍ଣଙ୍କର ପୂଜା କିରିବା ଦ୍ବାରା ପୁତ୍ର ସନ୍ତାନ ପ୍ରାପ୍ତି, ଆୟୂ ତଥା ସମୃଦ୍ଧିର ପ୍ରତୀତ ହୋଇଥାଏ ।

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ପର୍ବ ପାଳନ କରି ସମସ୍ତ ପ୍ରକାରର ମନସ୍କାମନା ପୁରା କରାଯାଇପାରେ । ଯେଉଁ ଲୋକମାନଙ୍କର ଚନ୍ଦ୍ରମା ର୍ଦୁବଳ ହୋଇଥାଏ ସେମାନଙ୍କୁ ଏହି ଦିନରେ ବିଶେଷ ପୂଜା କରି ଲାଭ ପାଇପାରନ୍ତି । ଏହି ଥର ଜନ୍ମାଅଷ୍ଟମୀର ପୂଜା ୨ ସେପ୍ଟେମ୍ବରକୁ ପଢୁଛି ।

କିପରି କରିବେ ଜନ୍ମାଷ୍ଟମୀ ପାଇଁ ମୂର୍ତ୍ତୀ ଚୟନ :

• ସାମାନ୍ୟତଃ ଜନ୍ମାଷ୍ଟମୀରେ ବାଳ କୃଷ୍ଣଙ୍କର ସ୍ଥାପନା କରାଯାଇଥାଏ ।

• ଆପଣ ଆପଣଙ୍କର ଆବଶ୍ୟକତା ଏବଂ ମନକାମନାକୁ ଆଧାରରେ ଯେଉଁ ରୂପକୁ ଚାହିଁବେ ସ୍ଥାପିତ କରିପାରିବେ ।

• ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ପାଇଁ ରାଧା କୃଷ୍ଣଙ୍କର, ସନ୍ତାନ ପ୍ରାପ୍ତି ପାଇଁ ବାଳ କୃଷ୍ଣଙ୍କର ଏବଂ ସମସ୍ତ ପ୍ରକାରର ମନସ୍କାମନା ପାଇଁ ବଂଶୀଧର କୃଷ୍ଣଙ୍କର ସ୍ଥାପନା କରିପାରିବେ ।

• ଏହି ଦିନରେ ଶଙ୍ଖ ଏବଂ ଶାଳଗ୍ରାମର ସ୍ଥାପନା ମଧ୍ୟ କରିପାରିବେ ।

କିପରି କରିବେ ଶୃଙ୍ଗାର :

• ଶ୍ରୀ କୃଷ୍ଣଙ୍କର ଶୃଙ୍ଗାରକ୍ଷରେ ଖୁବ୍ ପରିମାଣରେ ଫୁଲର ବ୍ୟବହାର କରନ୍ତୁ ।

• ହଳଦୀଆ ରଙ୍ଗର ବସ୍ତ୍ର ଏବଂ ସୁଗନ୍ଧିତ ଚନ୍ଦନରେ ଶ୍ରୀ କୃଷ୍ଣଙ୍କର ଶୃଙ୍ଗାରକ୍ଷ କରନ୍ତୁ ।

ଆହୁରି ପଢନ୍ତୁ : ସ୍ତ୍ରୀଙ୍କ ପାଦରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ

• କଳା ରଙ୍ଗର ବ୍ୟବହାର କରନ୍ତୁ ନାହିଁ ।

• କୃଷ୍ଣ ତମାଳ ଫୁଲ ଯଦି ଏହି ପୂଜାରେ ବ୍ୟବହାର କରାଯାଏ ତେବେ ବହୁତ ଶୁଭ ହୋଇଥାଏ ।

କ’ଣ କରିବେ ପ୍ରସାଦ :

• ପଂଚାମୃତ ନିହାତି ଅର୍ପଣ କରନ୍ତୁ । ଏହି ପଂଚାମୃତରେ ତୁଳସୀ ପତ୍ର ପକାଇବା ପାଇଁ ଯେମିତି ଭୁଲିବେ ନାହିଁ ।

• ମିଠା, ଲହୁଣୀ ଏବଂ ମିଶିରିର ଭୋଗ ଲଗାଆନ୍ତୁ ।

• କୋଉଠି କୋଉଠି ଧନୀଆରେ ପ୍ରସ୍ତୁତ ଏକ ମିଠାକୁ ମଧ୍ୟ ପୂଜା କରାଯାଇଥାଏ ।

• ପୂର୍ଣ୍ଣ ଶୁଦ୍ଧ ଖାଦ୍ୟ ଯେଉଁ ଥିରେ ଅନେକ ପ୍ରକାରର ଖାଦ୍ୟ ହୋଇଥାଏ, ଏହି ଦିନରେ ସମସ୍ତ ଖାଦ୍ୟ ଶ୍ରୀ କୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ ।

କିପରି ପାଳନ କରିବେ ଜନ୍ମାଅଷ୍ଟମୀ :

• ପ୍ରାତଃ ସ୍ନାନ କରିବା ପରେ ଆଜିର ବ୍ରତ ପାଇଁ ସଂକଳ୍ପ ନିଅନ୍ତୁ ।

• ଦିନ ସାରେ ଜଳ ଏବଂ ଫଳ ଆହାର କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

• ମଧ୍ୟ ରାତ୍ରୀରେ ଭଗବାନ କୃଷ୍ଣଙ୍କର ମୂର୍ତ୍ତୀକୁ ଏକ ପାତ୍ରରେ ରଖନ୍ତୁ ।

• ଏହି ପ୍ରତିମାକୁ ପ୍ରଥମେ କ୍ଷୀରରେ, ପୁଣି ଦହିରେ, ତାପରେ ମହୁରେ, ପୁଣି ଚିନିରେ ଏବଂ ଶେଷରେ ଘିଅରେ ସ୍ନାନ କରାନ୍ତୁ ।

• ଏହାପରେ ଜଳରେ ସ୍ନାନ କରାନ୍ତୁ ।

• ପିତାମ୍ବର, ପୁଷ୍ପ ଏବଂ ଫଳ ଅର୍ପଣ କରନ୍ତୁ ।

• ଧ୍ୟାନ ରଖନ୍ତୁ ଅର୍ପଣ କରୁଥିବା ଜିନିଷ ଶଙ୍ଖ ମଧ୍ୟରେ ହିଁ ଅର୍ପଣ କରିବେ ।

• ପୂଜା କରୁଥିବା ବ୍ୟକ୍ତି ଧଳା କିମ୍ବା କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ ।

• ଏହା ପରେ ଆପଣଙ୍କର ମନସ୍କାମନା ଅନୁସାରେ ମନ୍ତ୍ରର ଜପ କରନ୍ତୁ ।

• ପୂଜାର ଶେଷରେ ପ୍ରସାଦ ଗ୍ରହଣ କରନ୍ତୁ ଏବଂ ଅନ୍ୟମାନଙ୍କୁ ବାଣ୍ଟନ୍ତୁ ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

7 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

18 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago