ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ ମିଠା ଖାଇବାକୁ ଇଚ୍ଛା ହୋଇଥାଏ, ଲୋକମାନେ ସେତେବେଳେ କିଛି ଦେଖିନଥାନ୍ତି, ଯାହା ମିଳିଥାଏ ସେହି ସବୁ ମିଠା ଖାଇ ନିଅନ୍ତି । କିନ୍ତୁ ଯଦି ଆପଣଙ୍କର ଖରାପ କୋଲେଷ୍ଟ୍ରଲ ବଢୁଛି, ତେବେ ଆପଣ ଅଧିକ ମିଠା ଖାଇବା ଉଚିତ୍ ନୁହେଁ । ତେବେ ହାଇ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ କେଉଁ ମିଠା ଖାଇବା ଉଚିତ, ଆସନ୍ତୁ ସେ ବିଷୟରେ ଜାଣିବା ।
ହାଇ କୋଲେଷ୍ଟ୍ରଲରେ ଚିନି କିମ୍ବା ଗୁଡ କ’ଣ ଖାଇବା ଉଚିତ :
ଖାଦ୍ୟରେ ମିଠା ଏବଂ ସ୍ୱାଦ ପାଇଁ ଉଭୟ ଚିନି ଏବଂ ଗୁଡ ବ୍ୟବହାର କରାଯାଏ । କିନ୍ତୁ ଏକ୍ସପର୍ଟ ଚିନି ବଦଳରେ ଗୁଡ଼ ଖାଇବାକୁ ପରାମର୍ଶ ଦେଇଛନ୍ତି । ଯଦିଓ ଉଭୟ ସମାନ ଜିନିଷରୁ ନିର୍ମିତ, କିନ୍ତୁ ସେଗୁଡିକ ତିଆରି କରିବାର ପ୍ରକ୍ରିୟା ବହୁତ ଅଲଗା ହୋଇଥାଏ । ତେବେ ଚିନିକୁ ପ୍ରୋସେସ ଏବଂ ରିଫାଇଣ୍ଡ କରାଯାଏ । କିନ୍ତୁ ଗୁଡ ପ୍ରାକୃତିକ ଚିନି ହୋଇଥାଏ । ସୂଚନା ଅନୁସାରେ, “ଚିନିର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ, ଏହା ଅନେକ ରୋଗର କାରଣ ହୋଇପାରେ । ଯଦି ଆପଣ ସନ୍ତୁଳିତ ଭାବରେ ଗୁଡ ଖାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।
ହାଇ କୋଲେଷ୍ଟ୍ରଲରେ ଚିନି ଖାଇବାର ଅସୁବିଧା :
ସମସ୍ତ ଲୋକ ଚିନିର ସ୍ବାଦକୁ ପସନ୍ଦ କରନ୍ତି ଏବଂ ସେଥିପାଇଁ ଏହାକୁ ଅଧିକ ଖାଇଥାନ୍ତି । ତେବେ ଚିନିରେ ଥିବା ମଧୁରତା କେବଳ କୋଲେଷ୍ଟ୍ରଲ ବଢାଏ ନାହିଁ ବରଂ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଏହା ସହ ଚିନିର ଅତ୍ୟଧିକ ବ୍ୟବହାର ଡାଇବେଟିସ୍, ହାର୍ଟ ଆଟାକ ଏବଂ ଓଜନ ବଢିବା ଭଳି ସମସ୍ୟାକୁ ବଢାଇଥାଏ । ଚିନି ଖାଇବା ଦ୍ୱାରା ଶରୀରରେ ଟ୍ରାଇଗ୍ଲେସିରାଇଡ୍ ବଢିବାକୁ ଲାଗିଥାଏ ।
ଜାଣନ୍ତୁ କୋଲେଷ୍ଟ୍ରଲ ବଢିବାକୁ ଲାଗିଲେ ମିଠାରେ କ’ଣ ଖାଇବା ଉଚିତ :
ଯଦି ଆପଣଙ୍କର କୋଲେଷ୍ଟ୍ରଲ ଅଧିକ ରହୁଛି ଏବଂ ଆପଣ ମିଠା ଖାଇବା ପାଇଁ ଇଚ୍ଛା କରୁଛନ୍ତି, ତେବେ ଚିନି ବଦଳରେ ଗୁଡ ଖାଆନ୍ତୁ । ଗୁଡର ପୋଷକ ତତ୍ତ୍ୱ କୋଲେଷ୍ଟ୍ରଲ ଲେବଲକୁ କମ୍ କରିବାରେ ସହାୟକ ହୋଇଥାଏ । ଏଗୁଡିକ ବ୍ୟତୀତ, ଆପଣ ମିଠାରେ ଆପଲ୍ ଏବଂ ନାସପାତି ଭଳି ଫଳ ଖାଇବା ଉଚିତ୍ ।
ହାଇ କୋଲେଷ୍ଟ୍ରଲରେ ଗୁଡ଼ର ଉପକାର :
ଗୁଡ଼ରେ ଥିବା ପୋଷକ ତତ୍ତ୍ୱ କୋଲେଷ୍ଟ୍ରଲକୁ ବଢାଇବାକୁ ଦିଏ ନାହିଁ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେଥିପାଇଁ ହାଇ କୋଲେଷ୍ଟ୍ରଲ ରୋଗୀମାନେ ଚିନି ବଦଳରେ ଗୁଡ଼ ଖାଇପାରିବେ ।