ଯଦି ଆପଣ ବି ଏହି ଭୁଲ କରୁଛନ୍ତି ତେବେ ସତର୍କ ରୁହନ୍ତୁ, କଦାପି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ

ଖାଦ୍ୟ ବଳକା ରହିବା ପରେ ଆମେ ତାକୁ ଦ୍ୱିତୀୟ ଥର ଗରମ କରି ଖାଇଥାନ୍ତି । ଏପରିକି ବେଳେବେଳେ ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ଲୋକେ ପୁଣିଥରେ ଗରମ କରି ଖାଇଥାନ୍ତି । ଅଭ୍ୟାସ ବଶତଃ ଆମେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ପରଦିନ ପୁଣି ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ପଦାର୍ଥ ରହିଛି, ଯାହାକୁ ଦ୍ୱିତୀୟ ଥର ଗରମ କରି ଖାଇଲେ ଏହା ଶରୀରରେ ବିଶାକ୍ତ ହୋଇଯାଇଥାଏ । ଏବେ ଜାଣି ନିଅନ୍ତୁ କେଉଁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରିବା ଅନୁଚିତ ।

ସବୁଜ ପରିବା:
ଯଦି କେବେ ଖାଇବା ପରେ ପାଳଙ୍ଗ ଶାଗ କିମ୍ବା ଅନ୍ୟ ଶାଗ ବଳିପଡୁଛି, ଏହାକୁ ଦ୍ୱିତୀୟ ଥର ଗରମ କରି ଖାଇବା ଅନୁଚିତ । କାରଣ ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ରହିଛି । ଦ୍ୱିତୀୟ ଥର ଏହାକୁ ଗରମ କରିବା ପରେ ଏହା ଅକ୍ସିଡାଇଜ ହୋଇଯାଇଥାଏ । ଆଇରନର ଅକ୍ସିଡେସନ ଶରୀରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।ଏହା ଶରୀରରେ ବିଶାକ୍ତ ହୋଇଯାଇଥାଏ

ଭାତ:
ଚାଉଳରେ ଥିବା କିଛି ନିର୍ଦ୍ଦିଷ୍ଟ ଜୀବାଣୁ ରୋଷେଇ କରିବା ପରେ ମଧ୍ୟ ମହଜୁଦ ରହିଥାଏ । କିନ୍ତୁ ଥରେ ଗରମ ହେବା ପରେ କିଛି ସମୟ ପରେ ଏହି ଜୀବାଣୁ ବ୍ୟାକ୍ଟିରିଆରେ ପରିବର୍ତ୍ତନ ହୋଇଯାଇଥାଏ । କିନ୍ତୁ ଦ୍ୱିତୀୟ ଥର ଆପଣ ଭାତକୁ ଗରମ କରି ଖାଇଲେ ଏହା ଶରୀରରେ ଫୁଡ ପଏଜନିଂ ହୋଇଥାଏ ।

ଛତୁ:

ଛତୁ ରୋଷଇ କରିବା ପରେ ଏହାକୁ ତୁରନ୍ତ ଖାଇବା ଉଚିତ । କାରଣ ଛତୁରେ ଏପରି କିଛି ତତ୍ତ୍ୱ ରହିଥାଏ, ଯାହା ଥଣ୍ଡା ହେବା ପରେ ବିଷାକ୍ତ ହୋଇଯାଇଥାଏ । ଯଦି କେବେ ଖାଇବା ପରେ ଛତୁ ବଳି ପଡୁଛି, ଏହାକୁ ପରେ କେବେ ବି ଗରମ କରି ଖାଆନ୍ତୁ ନାହିଁ ।

ଆଳୁ:

ଆଳୁରେ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ ହୋଇଥାଏ । ଅନେକ ସମୟରେ ସକାଳ ପାଇଁ ରାତିରୁ ଆଳୁକୁ ସିଝାଇ ଲୋକେ ଫ୍ରିଜରେ ରଖିଥାନ୍ତି । କିନ୍ତୁ ଆଳୁ ସିଝିବା ପରେ ଥଣ୍ଡା ହୋଇଗଲେ ଏଥିରେ ଥିବା ପୋଷକ ତତ୍ତ୍ୱ ବିଷାକ୍ତ ହୋଇଯାଇଥାଏ ।

ବିଟରୁଟ:
ବିଟରେ ଅଧିକ ପରିମାଣରେ ନାଇଟ୍ରେଟ ରହିଥିବାରୁ ଏହାକୁ ଦ୍ୱିତୀୟ ଥର ଗରମ କରିବା ପରେ ଏହା ବିଷାକ୍ତ ହୋଇଯାଇଥାଏ । ଦ୍ୱିତୀୟ ଥର ଗରମ କରି ଖାଇଲେ ଫୁଡ ପଏଜନିଂ ଆଶଙ୍କା ଥାଏ ।

ଆମିଷ:ଅଣ୍ଡା, ମାଂସରେ ପ୍ରୋଟିନ ସହିତ ନାଇଟ୍ରୋଜେନ ରହିଥିବାରୁ ଏହାକୁ ଥଣ୍ଡା ହେବା ପରେ ଖାଇବା ଅନୁଚିତ । ଦ୍ୱିତୀୟ ଥର ଏହାକୁ ଗରମ କରି ଖାଇଲେ ଏହା ଶରୀରରେ କ୍ୟାନସରର କାରଣ ବନିଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.