ଡେଙ୍ଗୁ ଜ୍ୱର ହେଲେ କେଉଁ ଫଳ ଖାଇବା ଜରୁରୀ, ଜାଣନ୍ତୁ ଡାକ୍ତରଙ୍କ ମତ

ବର୍ଷା ଋତୁ ଆସିବା ମାତ୍ରେ ଅନେକ ପ୍ରକାରର ରୋଗ ହେବାକୁ ଆରମ୍ଭ କରିଥାଏ । ତେବେ ମୌସୁମୀ ସମୟରେ ଡେଙ୍ଗୁ ହେବାର ଆଶଙ୍କା ଅଧିକ ବଢିଥାଏ । ବର୍ଷା ସମୟରେ ପାଣି ଜମା ହେବା ଯୋଗୁଁ ଅନେକ ସ୍ଥାନରେ ମଶା ପ୍ରଜନନ ଆରମ୍ଭ କରନ୍ତି । ଏହି ମଶା ମ୍ୟାଲେରିଆ, ଚିକୁଙ୍ଗୁନିଆ ଏବଂ ଡେଙ୍ଗୁ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରନ୍ତି । ତେଣୁ ବର୍ଷା ଦିନରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପଡିବ । ଯାହା ଦ୍ୱାରା ଏହି ସବୁ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ରୋଗ ପ୍ରତିରୋଧକ ଶକ୍ତି ବଡାଇବା ପାଇଁ କେଉଁ ଫଳ ଖାଇବା ଉଚିତ୍ । ଯଦି ଆପଣ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି, ତାହେଲେ ଆସନ୍ତୁ ଜାଣିବା ଶୀଘ୍ର ସୁସ୍ଥ ହେବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ।
ଡାକ୍ତର ଅନୁଯାୟୀ, ବର୍ଷା ଦିନରେ ଆପଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ଏହି ଋତୁରେ ଇନ୍ଫେକ୍ସନ୍ ହେବାର ଆଶଙ୍କା ବଢିବାକୁ ଲାଗିଥାଏ । ଯେଉଁଥିପାଇଁ ଲୋକମାନେ ବହୁତ ଶୀଘ୍ର ଅସୁସ୍ଥ ହୋଇପାରନ୍ତି । ଏଥିପାଇଁ ଭିଟାମିନ୍ Cରେ ଭରପୂର ଫଳଗୁଡିକ ଖାଦ୍ୟରେ ଖାଇବା ଜରୁରୀ ।
ଡେଙ୍ଗୁରେ କେଉଁ ଫଳ ଖାଇବା ଉଚିତ୍ ?
ଯଦି ଆପଣ ଡେଙ୍ଗୁରୁ ଦୂରେଇ ରହିବାକୁ ଚାହାଁନ୍ତି କିମ୍ବା ଡେଙ୍ଗୁ ଜ୍ୱରରେ ପୀଡିତ ଅଛନ୍ତି । ତେବେ ଖାଦ୍ୟରେ ଖଟା ଫଳଗୁଡିକ ଅନ୍ତର୍ଭୂକ୍ତ କରନ୍ତୁ, ଯାହାକି ଆପଣଙ୍କୁ ଭିଟାମିନ୍ C ଯୋଗାଇବ । ଆପଣ କିୱି ଖାଇବା ଉଚିତ୍ ଯାହା ଭିଟାମିନ୍ C ରେ ଭରପୂର ହୋଇଥାଏ । ଡେଙ୍ଗୁ ରୋଗୀ ପ୍ରତିଦିନ ଅମୃତଭଣ୍ଡା ଖାଇବା ଉଚିତ୍ । ଅମୃତଭଣ୍ଡାରେ ପେପେନ୍ ଏନଜାଇମ୍ ଥାଏ ଯାହା ପ୍ଲେଟଲେଟ୍ ବଢାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ବ୍ଲୁ ବେରିକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରିବା ଉଚିତ । ଡାଳିମ୍ବ ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ଏକ ଲାଭଦାୟକ ଫଳ ବୋଲି କୁହାଯାଏ ।
ଡେଙ୍ଗୁରେ ନଡ଼ିଆ ପାଣି ପିଇବା ଲାଭଦାୟକ ହୋଇଥାଏ :
ଯଦି ଆପଣ ଡେଙ୍ଗୁ କିମ୍ବା ଅନ୍ୟ ଭାଇରାଲ୍ ଇନ୍ଫେକ୍ସନ୍ରୁ ଦୂରେଇ ରହିବାକୁ ଚାହୁଛନ୍ତି । ତେବେ ବର୍ଷା ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ ହୋଇଥାଏ । ଏଥିପାଇଁ ଜଣେ ପ୍ରତିଦିନ ନଡିଆ ପାଣି ପିଇବା ଉଚିତ । ଡେଙ୍ଗୁ ଜ୍ୱରରେ ରୋଗୀଙ୍କୁ ସତେଜ ନଡ଼ିଆ ଦିଆଯିବା ଭଲ ହୋଇଥାଏ । ଡେଙ୍ଗୁରେ ରୋଗୀକୁ ଉଷୁମ ପାଣି ପିଇବା ଉଚିତ । ଆପଣ ଘରେ ତିଆରି ଜୁସ୍ ମଧ୍ୟ ପିଇବାରିବେ ।