ହାଇ ୟୁରିକ୍‌ ଏସିଡ୍‌ ସସମ୍ୟାରେ ଖାଆନ୍ତୁ ଏହି ୫ଟି ଫଳ, ଗଣ୍ଠି ଏବଂ ହାଡ ଯନ୍ତ୍ରଣାରୁ ମିଳିବ ଆରାମ

ହାଇ ୟୁରିକ୍ ଏସିଡ୍ ରେ ପୀଡିତ ଲୋକମାନେ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ । ଖାଇବା ପିଇବାରେ ଟିକିଏ ଅସାବଧାନତା, ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା, ଫୁଲା ବଢାଇପାରେ । ଯେତେବେଳେ ଶରୀରରେ ପ୍ୟୁରିନ୍ ନାମକ ଏକ ରାସାୟନିକ ପଦାର୍ଥ ଭାଙ୍ଗିଯାଏ, ୟୁରିକ୍ ଏସିଡ୍ ସୃଷ୍ଟି ହୁଏ ।

ଶରୀରରେ ପ୍ୟୁରିନ୍ ବଢିବା ଯୋଗୁ ୟୁରିକ୍ ଏସିଡ୍ ବଢିବାକୁ ଲାଗିଥାଏ । ହାଇ ୟୁରିକ୍ ଏସିଡ୍ ରେ ପୀଡିତ ଲୋକମାନେ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ । ଖାଇବା ପିଇବାରେ ଟିକିଏ ଅସାବଧାନତା, ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା, ଫୁଲା ବଢାଇପାରେ । ଯେତେବେଳେ ଶରୀରରେ ପ୍ୟୁରିନ୍ ନାମକ ଏକ ରାସାୟନିକ ପଦାର୍ଥ ଭାଙ୍ଗିଯାଏ, ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । ତେବେ ଅତ୍ୟଧିକ ମଦ୍ୟପାନ, କମ୍ ଶାରୀରିକ କାର୍ଯ୍ୟକଳାପ, ହାଇ ପ୍ରୋଟିନ୍ ଖାଦ୍ୟ ଏବଂ ଖାଇବା ଅଭ୍ୟାସରେ ଅସାବଧାନତା ହେତୁ ୟୁରିକ୍ ଏସିଡ୍ ବଢିପାରେ । ଏପରି ପରିସ୍ଥିତିରେ, ଆପଣ କିଛି ଖାଦ୍ୟରୁ ଦୂରେଇ ରହିବା ଉଚିତ୍ । ତାହେଲେ ଆସନ୍ତୁ ଜାଣିବା ଗ୍ରୀଷ୍ମ ସମୟରେ ହାଇ ୟୁରିକ୍ ଏସିଡ୍ ରୋଗୀ କେଉଁ ଫଳ ଖାଇବା ଉଚିତ୍ ।

କେଉଁ ଫଳଗୁଡିକ ହାଇ ୟୁରିକ୍ ଏସିଡ୍ ରେ ଖାଇ ପାରିବେ ?
ଜାମୁକୋଳି : ଗ୍ରୀଷ୍ମରେ ଜାମୁକୋଳି ବହୁତ ମିଳିଥାଏ । ତେବେ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୂର ଜାମୁକୋଳି ହାଇ ୟୁରିକ୍ ଏସିଡ୍ ରେ ଲାଭଦାୟକ ପ୍ରମାଣିତ ହୁଏ । ଜାମୁକୋଳି ମେଟାବୋଲିଜିମ୍ ବୃଦ୍ଧି ଏବଂ ଶରୀରକୁ ଡିଟକ୍ସାଇଫ୍ କରିବାରେ ସାହାଯ୍ୟ କରେ । ଏହା ଶରୀରରେ ଫୁଲାକୁ କମ୍‌ କରିଥାଏ ଏବଂ ଏସିଡ୍ ଲେବଲ୍‌ ମଧ୍ୟ ସନ୍ତୁଳିତ ରହିଥାଏ । ହାଇ ୟୁରିକ୍ ଏସିଡ୍ ରୋଗୀମାନେ ଜାମୁକୋଳି ଖାଇପାରିବେ ।

ଚେରି : ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ଚେରି ଅଧିକ ଲାଭଦାୟକ ହୋଇଥାଏ । ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରୁଥିବା ଉପାଦାନଗୁଡ଼ିକ ଚେରିରେ ମିଳିଥାଏ । ଲାଲ୍ ଚେରିରେ ଭିଟାମିନ୍ B6, ଭିଟାମିନ୍ A, ଭିଟାମିନ୍ K, ଭିଟାମିନ୍ C, ଭିଟାମିନ୍ A ଏବଂ ଭିଟାମିନ୍ B ମିଳିଥାଏ । ଚେରିରେ ଅନେକ ଖଣିଜ ପଦାର୍ଥ ରହିଥାଏ ଯାହା ହାଇ ୟୁରିକ୍ ଏସିଡ୍ କମ୍‌ କରିଥାଏ ।

କଦଳୀ : ଯଦି ଆପଣ ୟୁରିକ୍ ଏସିଡ୍ ବିପଦକୁ ଏଡାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ କଦଳୀ ଖାଆନ୍ତୁ । କଦଳୀରେ ପ୍ୟୁରିନ୍ କମ୍ ଥାଏ । କଦଳୀ ଖାଇବା ଦ୍ୱାରା ହାଇ ୟୁରିକ୍ ଏସିଡ୍ କମ୍‌ କରାଯାଇପାରେ । ଗୁଣ୍ଡି ସମସ୍ୟାରେ କଦଳୀ ମଧ୍ୟ ଲାଭଦାୟକ ହୋଇଥାଏ । କଦଳୀ ଖାଇବା ଶରୀରକୁ ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ ।

କିୱି : ଯଦି ଖଟା ଏବଂ ରସଯୁକ୍ତ ଫଳ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବଢିଯାଏ, ତେବେ ଆପଣ କିୱି ଖାଇପାରିବେ । କିୱି ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୁଏ । କିୱି ଖାଇବା ଦ୍ୱାରା ଭିଟାମିନ୍ C, ଭିଟାମିନ୍ E, ପୋଟାସିୟମ୍ ଏବଂ ଫୋଲେଟ୍ ଯୋଗାଏ । ଏହି କାରଣରୁ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର ହୋଇଥାଏ । ତେବେ ପ୍ରତିଦିନ କିୱି ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରାଯାଇପାରିବ ।

ଆପଲ୍ : ଗ୍ରୀଷ୍ମ ହେଉ କି ଶୀତ, ଆପଲ୍ ସବୁବେଳେ ଫଳ ଦୋକାନରେ ମିଳିଥାଏ । ଆପଲ୍ ଫାଇବରରେ ଅଧିକ ଲାଭଦାୟକ ଫଳ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଆପଲ୍ ରକ୍ତରେ ୟୁରିକ୍ ଏସିଡ୍ ଜମା ହେବାକୁ ରୋକିଥାଏ । ଆପଲ୍ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ର ପ୍ରଭାବ କମିଯାଏ ଏବଂ ଶକ୍ତି ଯୋଗାଏ । ସେଥିପାଇଁ ଡାକ୍ତରମାନେ ପ୍ରତିଦିନ ଏକ ଆପଲ୍ ଖାଇବାକୁ ପରାମର୍ଶ ଦିଅନ୍ତି ।