ହାର୍ଟ ସମସ୍ୟାକୁ ନେଇ ଚିନ୍ତିତ କି? ଖାଦ୍ୟର ସାମିଲ କରନ୍ତୁ ଏହି ଜିନିଷ
ଯଦି ଖାଦ୍ୟରେ ଲୁଣ ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ। ଆମ ପାଟିକୁ ରୁଚେ ନାହିଁ । ତେଣୁ ଲୁଣ ବିନା ନିଜ ଜୀବନକୁ କଳ୍ପନା କରିହେବ ନାହିଁ। କାହିଁକି ନା କଥାରେ ଅଛି ବିନା ଲୁଣରେ ଖାଦ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ । ଏହାସହ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଖାଇବା ପୂର୍ବରୁ ମଧ୍ୟ ଲୁଣ ପକାଇ ଖାଇ ଥାଆନ୍ତି । ଏପରି ସ୍ଥଳରେ ଖାଦ୍ୟ ଲୁଣ ହେଇଥାଉ କିମ୍ବା ନହେଇଥାଉ କିଛି ନଭାବି ନିଶ୍ଚିତ ଭାବରେ ଲୁଣ ପକାଇଥାନ୍ତି । ଏଥିସହ ଆପଣମାନେ ଜାଣିଥିବେ ଯେ କେହି କେହି ଖାଦ୍ୟରେ ହ୍ୱାଇଟ ସଲ୍ଟ ବ୍ୟବହାର କରୁଥିବାବେଳେ ଆଉ କେତେକ ବ୍ଲାକ୍ ସଲ୍ଟ ବ୍ୟବହାର କରିଥାନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଆଉ ଗୋଟିଏ ଲୁଣ ରହିଛି ଯାହାକୁ ଖାଇଲେ ଖାଲି ସ୍ୱାଦ ନୁହେଁ ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଲୁଣର ନାମ କ’ଣ?
ଏହି ସଲ୍ଟର ନାମ ହେଉଛି ରକ୍ ସଲ୍ଟ । ଯାହାକୁ ଖାଦ୍ୟରେ ମିଶାଇ ଖାଇଲେ ବହୁତ ଭଲ ଟେଷ୍ଟ ଲାଗିବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂରରେ ରଖିବ । ତେଣୁ ଜାଣନ୍ତୁ ଯେ ଏହାକୁ ଖାଇବା ଦ୍ୱାରା ଶରୀରରେ କ’ଣ ଲାଭ ମିଳିଥାଏ ।
ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :
ଆୟୁର୍ବେଦ ଅନୁଯାୟୀ, ରକ୍ ସଲଲ୍ଟ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ରକ୍ ସଲ୍ଟ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏହାସହ ପେଟ ଯନ୍ତ୍ରଣାଠାରୁ ଆରମ୍ଭ କରି ଅନେକ ସମସ୍ୟାକୁ ଦୂରରେ ରଖେ । ଯେମିତିକି ଗ୍ୟାସ, କୋଷ୍ଠକାଠିନ୍ୟ ଏପରି ବହୁତ କିଛି ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିସହ ଆପଣଙ୍କର ଯଦି ଆଖିର କିଛି ସମସ୍ୟା ହେଉଛି ତେବେ ଏହି ରକ୍ ସଲ୍ଟକୁ ଖାଇ ନିଜର ଆଖି ସମସ୍ୟାକୁ ଦୂରେଇ ପାରିବେ ।
ହାର୍ଟ ହେଲ୍ଥରେ ଉନ୍ନତି ଆଣେ :
ରକ୍ ସଲ୍ଟରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କର ହାର୍ଟ ସମସ୍ୟାକୁ ବହୁ ପରିମାଣରେ ଉନ୍ନତି କରିପାରିବ । ନିୟମିତ ଭାବେ ଏହି ରକ୍ ସଲ୍ଟକୁ ବ୍ୟବହାର କରି ଗମ୍ଭୀର ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇ ପାରିବେ । ଏହାସହ ରକ୍ ସଲ୍ଟ ଦ୍ୱାରା ଆପଣ ଆପଣଙ୍କର ବ୍ଳଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲରେ ରଖିପାରିବେ ।
ଲୋ ସୋଡିୟମ୍ ରକ୍ ସଲ୍ଟରେ ଭଲ ପରିମାଣରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମିଳିଥାଏ । ସବୁଠାରୁ ଖାସ୍ କଥା ହେଉଛି ଯେ, ରକ୍ ସଲ୍ଟରେ କୌଣସି କେମିକଲର ବ୍ୟବହାର କରାଯାଇ ନାହିଁ । ଏହାର ପ୍ରାକୃତିକ ପ୍ରକୃତି ଯୋଗୁ ଏହି ଲୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ବୋଲି ବିବେଚନା କରାଯାଏ । ରକ୍ ସଲ୍ଟରେ ପ୍ରାକୃତିକ ଗୁଣ ଥିବା କାରଣରୁ ଏହାକୁ ସମସ୍ତ ଲୋକ ଅଚିନ୍ତାର ସହ ଖାଇପାରିବେ । ରୋଗୀ ଲୋକ ହେଉ କିମ୍ବା ଭଲ ଲୋକ ହେଉ ସମସ୍ତ ଲୋକେ ଖାଇପାରିବେ । ଏହାକୁ ଖାଇବାରେ କୌଣସି ଅସୁବିଧା ନଥାଏ କିମ୍ବା ଏଥିରେ କିଛି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ ।
ଯଦି ଆପଣ ନିଜର ସ୍ୱାସ୍ଥ୍ୟ ସମସ୍ୟା ଭଲ ରଖିବା ପାଇଁ ଚାର୍ହୁଛନ୍ତି ତେବେ ଖାଦ୍ୟରେ ନିୟମିତ ଭାବରେ ରକ୍ ସଲ୍ଟ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କର ବହୁତ ଶୀଘ୍ର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବାକୁ ଲାଗିବ ।