ଜୀବନ ପାଇଁ ବିପଦ ହୋଇପାରେ ଦାଗ ଥିବା ଛତୁ, ଭାବି-ଚିନ୍ତି କରନ୍ତୁ ସେବନ

ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ଛତୁ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କେବେ କେବେ ଏହି ଛତୁ ପାଇଁ ଜୀବନ ମଧ୍ୟ ଚାଲିଯାଇପାରେ। ଆଜ୍ଞା ହଁ ଛତୁ ମଧ୍ୟ ଅନେକ ପ୍ରଜାତିର ହୋଇଥାଏ, ଯାହା ଜୀବନ ମଧ୍ୟ ନେଇଯାଇଥାଏ। କିନ୍ତୁ ଏହା ବ୍ୟତୀତ ବଜାରରେ ମିଳୁଥିବା ଛତୁ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇନଥାଏ। ତେବେ ଜାଣନ୍ତୁ କେଉଁ ପ୍ରକାର ଛତୁ ଠାରୁ ଆପଣମାନେ ଦୂରେଇ ରହିବା ଉଚିତ।

MMବଜାରରେ ମିଳୁଥିବା ଛତୁ ବାସୀ ହୋଇଥାଏ। କାରଣ ଏହାକୁ ଅନେକ ଦିନ ଧରି ଷ୍ଟୋର କରି ରଖାଯାଇଥାଏ। ଏହିକାରଣରୁ ଏହି ଛତୁ ଉପରେ ହଳଦିଆ ଏବଂ କଳା ରଙ୍ଗର ଦାଗ ମଧ୍ୟ ହୋଇଯାଇଥାଏ। ସେହିଭଳି ଅନେକ ଥର ଛତୁ ଉପରେ ଫଙ୍ଗସ୍‌ ମଧ୍ୟ ଲାଗିଯାଇଥାଏ, ଯାହାକୁ ବ୍ୟବସାୟୀମାନେ ସଫା କରି ପୁଣି ଥରେ ବିକ୍ରି କରିଦେଇଥାନ୍ତି। ଏହିସବୁକାରଣରୁ ଏଭଳି ଛତୁ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ଜାଣନ୍ତୁ କିପରି ଚିହ୍ନିବେ ଖରାପ ଛତୁ:

mu-ତରକାରୀ କରିବା ପାଇଁ ବ୍ୟବହାର କରାଯାଉଥିବା ଛତୁକୁ ବଟମ ଛତୁ କୁହାଯାଇଥାଏ। ଏହା ଦେଖିବାକୁ ଗୋଲ ଏବଂ ସଫା ଧଳା ରଙ୍ଗର ହୋଇଥାଏ।

-ଭାରତରେ ଅଧିକାଂଶ ଧଳା ରଙ୍ଗର ଛତୁ ସେବନ କରାଯାଇଥାଏ। ଏହିକାରଣୁ ଛତୁ କିଣିବା ଯେପରି କିଛି ଦାଗ ହୋଇନଥିବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

-ଜଙ୍ଗଲୀ ଛତୁ (ଯାହାର ଉପର ଭାଗ ଛତା ଭଳି ହୋଇଥାଏ) ର ସେବନ ଶରୀର ପାଇଁ ହାନି କାରକ ହୋଇଥାଏ।

-ଯଦି ଛତୁ ସୁଖିଯାଇଥାଏ ତେବେ ଏହାକୁ ବିଲକୁଲ୍‌ ସେବନ କରନ୍ତୁ ନାହିଁ।

-ଏଭଳି କିଛି ଛତୁ ରହିଛି, ଯାହାଠାରୁ ମିଠା ବାସ୍ନା ଆସିଥାଏ। ଏହି ଛତୁକୁ ବିଲକୁଲ୍‌ ମଧ୍ୟ କିଣନ୍ତୁ ନାହିଁ।

-ଏହାବ୍ୟତୀତ ଛୋଟ ଏବଂ ମାଟିଆ ରଙ୍ଗ ଦେଖାଯାଉଥିବା ଛତୁ ମଧ୍ୟ ବିଲକୁଲ୍‌ କିଣନ୍ତୁ ନାହିଁ।

ଜାଣନ୍ତୁ ଖରାପ ହୋଇଯାଇଥିବା ଛତୁ ଖାଇବା ଦ୍ୱାରା କେଉଁ କେଉଁ ସମସ୍ୟା ହୋଇପାରେ:

MM1-ନଷ୍ଟ ହୋଇଯାଇଥିବା ଛତୁ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ, ପେଟରେ ଯନ୍ତ୍ରଣା, ବାନ୍ତି ଏବଂ ଡାଇରିଆ ଭଳି ସମସ୍ୟା ଦେଖାଯାଇଥାଏ।

-ଭୁଲ ପ୍ରଜାତିର ଛତୁ ଖାଇବା ଦ୍ୱାରା ମଧ୍ୟ ମୁଣ୍ଡ ବୁଲାଇବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇଥାଏ।

-ବିଶେଷ ରୂପେ ଗର୍ଭବତୀ ମହିଳାମାନେ ଏଭଳି ଛତୁ ଖାଇବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.