ମହିଳାଙ୍କୁ ପସନ୍ଦ ନୁହେଁ ଏମିତି ପୁରୁଷ, କାହିଁକି ଜାଣନ୍ତୁ ….

କୌଣସି ପୁରୁଷଙ୍କ ସହ କଥା ହେବା ସମୟରେ ମହିଳା ସେମାନଙ୍କ ମଧ୍ୟରେ ଅନେକ କଥା ମାର୍କ କରନ୍ତି । ଏହାରି ଭିତରେ ଯଦି ଆପଣ କାହାକୁ ନିଜର ହୃଦୟ ଦେଇ ଦଉଛନ୍ତି ତେବେ ତ ଆପଣକୁ ତାଙ୍କ ବିଷୟରେ ଜାଣିବା ନିହାତି ଦରକାର । କିନ୍ତୁ ବଡକଥା ଆପଣଙ୍କୁ ଯେଉଁ ଝିଅଟି ମନ ଦଉଛି ତାର ପସନ୍ଦ ନା ପସନ୍ଦକୁ ନେଇ ଆପଣ ସବୁବେଳେ ଧ୍ୟାନ ରଖିବା ଉଚିତ । ଏମିତିରେ କହିବାକୁ ଗଲେ, ସମସ୍ତଙ୍କ ମଧ୍ୟରେ ଭଲ ଆଉ ମନ୍ଦ ଦୁଇ ପ୍ରକାରର ଗୁଣ ରହିଛି । କେବେ କେବେ ମଣିଷ ଭଲଗୁଣ ଦେଖି ଆକର୍ଷିତ ହୋଇଥାଏ । କିନ୍ତୁ ପରେ କେତେକ ଗୁଣ ପସନ୍ଦ ନଆସିବା କାରଣରୁ ଅନେକ ସମସ୍ୟା ଉପୁଜିଥାଏ । ବିଶେଷକରି ମହିଳାମାନେ ପୁରୁଷଙ୍କର ଅନେକ କିଛି କଥା ହରକତକୁ ଭଲଭାବରେ ନୋଟିସ କରିଥାନ୍ତି । ଯାହା ସେମାନଙ୍କୁ ପସନ୍ଦ ଆସିନଥାଏ । ଅର୍ଥାତ ବିଲକୁଲ ବି ପସନ୍ଦ ଆସିନଥାଏ । କେବେ କେବେ ଆପଣ ପୁରା ବି ବଦଳିଯାଆନ୍ତୁ ତଥାପି ପୁଣିଥରେ ସେହି ଭାବନା ଆଉ ପେରିବାର ଦେଖିବାକୁ ମିଳେନି । ତେଣୁ ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତେବେ ତ ଆପଣଙ୍କର କିଛି କଥା ଉପରେ ଧ୍ୟାନ ରଖିବାକୁ ପଡିବ । ଏମିତି କିଛି ଆମେ ଆପଣଙ୍କୁ କହିବୁ ଯାହା ଆଫଣଙ୍କ ଜୀବନକୁ ସରସ ସୁନ୍ଦର କରିବ । ଜାଣନ୍ତୁ କଣ ସେହି କଥା ଯାହା ମହିଳାଙ୍କୁ ବିଲକୁଲ ପସନ୍ଦ ଆସେନାହିଁ ।

ନିଜକୁ ସବୁକିଛି ଜାଣିଥିବା ବ୍ୟକ୍ତି ଭାବିବା

ମହିଳାଙ୍କୁ ଏମିତି ପୁରୁଷ ଜମା ବି ପସନ୍ଜଦ ଆସନ୍ତି ନାହିଁ ଯିଏ ନିଜକୁ ଉଚ୍ଚା ଏବଂ ମହିଳାଙ୍କୁ ନିଚ୍ଚରେ ରଖନ୍ତି । ମହିଳାମାନେ ଏଭଳି ଲୋକଙ୍କ ଠାରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି ଯିଏ ସେମାନଙ୍କୁ ତଳକୁ କରିବାକୁ କୌଣସି ବି ସୁଯୋଗ ଛାଡନ୍ତି ନାହିଁ । ତେବେ ଯଦି ଆପଣଙ୍କର ଏଭଳି ଅଭ୍ୟାସ ରହିଛି ତେବେ ଏହାକୁ ବଦଳାଇଦେଲେ ଭଲ । କାରଣ ଏବେର ସମୟ ପୁରୁଷ ମହିଳା ଦୁହିଙ୍କ ପାଇଁ ସମାନ ଅଟେ । ମହିଳା ମଧ୍ୟ ପୁରୁଷ ସହ ସମସ୍କନ୍ଧ ହେବା ସହ ଅନେକ କ୍ଷେତ୍ରରେ ନିଜକୁ ଆଗରେ ପ୍ରମାଣିତ କଲେଣି । ତେଣୁ ମହିଳାଙ୍କୁ ନିଚ୍ଚା ଦେଖାଇବା ଆପଣଙ୍କର ବୁଲ ଅଟେ ।

ହଁ ରେ ହଁ ମିଲେଇବା

ମହିଳାଙ୍କୁ ଏଭଳି ଲୋକ ବିଲକୁଲ ବି ପସନ୍ଦ ନୁହେଁ ଯିଏ କୌଣସି କଥା ଉପରେ ନିଜ ଷ୍ଟାଣ୍ଡ ନନେଇ ହଁ ରେ ହଁ ମିଶାଉଥିବ । ଯିଏ ଭୁଲକୁ ଭୁଲ କହିବାର ଓ ଠିକକୁ ଠିକ କହିବାର ସାହସ ରଖୁନଥଥିବ ସେଭଳି ଲୋକଙ୍କ ଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ହଁ ଏମିତି କେତେ ଜଣ ଅଛନ୍ତି ଯିଏ ଅନ୍ୟକୁ ଖୁସି କରିବାକୁ ସବୁବେଳେ ତାର ହଁରେ ହଁ ଆଉ ନାଁ ରେ ନାଁ କରୁଥିବ । କିନ୍ତୁ କେତେ ଦିନ ଆପଣ ଏଭଳି କରି ଜଣକୁ ଖୁସିରେ ରଖିପାରିବେ ।

ସବୁବେଳେ ଉପଦେଶ ଦେଉଥିବା ବ୍ୟକ୍ତି

କେବଳ ମହିଳା କଣ କାହାକୁ ବି ଏକଥା ପସନ୍ଦ ନୁହେଁ ଯିଏ ସବୁବେଳେ ନିଜର ଜ୍ଞାନ ବାଣ୍ଟିବାରେ କୌଣସି ସୁଯୋଗ ଛାଡେନାହିଁ । ସବୁବେଳେ ନିଜର ଉପଦେଶ ଦେଇ ଚାଲିଥାଏ ଅନ୍ୟଙ୍କୁ । ଜୀବନରେ ଏମିତି ବହୁତ ସମୟ ଥାଏ ଯେତେବେଳେ କି କୌଣସି କଥା ନଭାବି ନିଜ ଜୀବନକୁ ଉପଭୋଗ କରିବାକୁ ଭଲଲାଗେ । କିନ୍ତୁ ଏମିତିରେ ଯେଉଁ ବ୍ୟକ୍ତି ଖାଲି ଉପଦେଶ ଦେଇ ଚାଲିଥାଏ ଅସେ ପୁଣି ସବୁ କ୍ଷେତ୍ରରେ ସବୁ ସମୟରେ ତେବେ ତ ଜୀବନରେ ଚିଡାପଣ ଆସିଯାଏ । ଏବଂ ଏଭଳି ଲୋକଙ୍କୁ କେହି ବି ପସନ୍ଦ କରନ୍ତି ନାହିଁ ।

କଣ୍ଟ୍ରୋଲ କରି ରଖିବା ମନବୃତ୍ତି

କେତେକ ପୁରୁଷ ଥାନ୍ତି ଯେଉଁମାନେ ନିଜ ସ୍ତ୍ରୀ କି ସାଙ୍ଗ ବା ପାର୍ଟନର ସମସ୍ତଙ୍କୁ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହାନ୍ତି । ଯଦି ଆପଣ ଏମିତି ବ୍ୟକ୍ତି ଅଟନ୍ତି ତେବେ କହିରଖୁଛୁ ଆପଣଙ୍କ ଏହି ଗୁଣକୁ କୌଣସି ବି ମହିଳା ପସନ୍ଦ କରିବେ ନାହିଁ । କାରଣ ବର୍ତ୍ତମାନ ସମୟରେ ମହିଳାମାନେ ବହୁତ ହି ସମଝଦାର ହୋଇଗଲେଣି । ତେଣୁ ସେମାନଙ୍କୁ ନିଜ ତରିକାରେ ଜୀବନ ବିତାଇବାକୁ ଭଲଲାଗେ । କିନ୍ତୁ ସବୁ ମୁହୂର୍ତ୍ତରେ ଯଦି ସେମାନଙ୍କୁ ଜଣେ କଣ୍ଟ୍ରୋଲ କରିବାକୁ ଚେଷ୍ଠା କରେ ବା ଡୋମିନେଟ କରି ରଖିବାକୁ ଚାହେଁ ତେବେ ଏଭଳି ଲୋକଠୁ ଦୂରେଇ ରହିଥାନ୍ତି ଅନେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.