ଡାଇବେଟିସ୍‌ରେ ଉପକାରୀ ଏହି ୫ଟି ମଞ୍ଜି, ନିୟନ୍ତ୍ରଣରେ ରହିବ ସୁଗାର ଲେବଲ

ବର୍ତ୍ତମାନ କିଛି ସମୟ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଡାଇବେଟିସ୍‌ରେ ପ୍ରଭାବିତ ହେଉଛନ୍ତି । ଭାରତରେ ଡାଇବେଟିସ୍‌ ରୋଗୀମାନେ ଅତି ଦ୍ରୁତ ଗତିରେ ବଢିବାକୁ ଲାଗୁଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କର ଖାଦ୍ୟରେ କିଛି ସିଡ୍ସ ଅନ୍ତର୍ଭୁକ୍ତ କରନ୍ତୁ । ଏହି ସିଡ୍ସଗୁଡ଼ିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଡାଇବେଟିସ୍‌କୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ ।

ଆପଣମାନେ ଜାଣିଥିବେ ଡାଇବେଟସ୍‌ ଏକ ଏପରି ରୋଗ ଯାହା, ଅନେକ ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ରୋଗର କୌଣସି ଉପଶମ ନାହିଁ କିନ୍ତୁ ଔଷଧ ଏବଂ ଲାଇଫ୍‌ ଷ୍ଟାଇଲ୍‌ରେ କିଛି ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ରୋଗ ବର୍ତ୍ତମାନ କିଛି ସମୟ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି । ଭାରତରେ ଡାଇବେଟିସ୍‌ ରୋଗୀମାନେ ଅତି ଦ୍ରୁତ ଗତିରେ ବଢିବାକୁ ଲାଗୁଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କର ଖାଦ୍ୟରେ କିଛି ସିଡ୍ସ ଅନ୍ତର୍ଭୁକ୍ତ କରନ୍ତୁ । ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅଳସି ମଞ୍ଜିରୁ ନେଇ ସୂଯ୍ୟମୂଖୀ ମଞ୍ଜି ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ । ଏହି ସିଡ୍ସଗୁଡ଼ିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଡାଇବେଟିସ୍‌କୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ ।

ଏହି ୫ଟି ମଞ୍ଜି ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ :
ଚିଆ ସିଡ୍ସ : ପ୍ରତିଦିନ ଚିଆ ସିଡ୍ସ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ । ଓମେଗା-୩ ଫ୍ୟାଟି ଏସିଡ୍ ଫାଇବର ସମୃଦ୍ଧ ଚିଆ ସିଡ୍ସରେ ମିଳିଥାଏ । ଚିଆ ସିଡ୍ସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ ଯାହା ଖରାପ କୋଲେଷ୍ଟ୍ରଲ କମ୍‌ କରିବାରେ ସାହାଯ୍ୟ କରିଥାଏ । ଡାଇବେଟସ୍‌ ରୋଗୀମାନେ ମଧ୍ୟ ଚିଆ ସିଡ୍ସ ଖାଇବା ଉଚିତ୍ । ଏହା ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଅଳସି ମଞ୍ଜି : ଅସଳି ମଞ୍ଜିରେ ଫାଇବର, ଓମେଗା-୩ଫ୍ୟାଟି ଏବଂ ପ୍ରୋଟିନ୍ ଭଳି ଉପାଦାନ ଥାଏ । ଯାହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅଳସି ମଞ୍ଜି ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ ଏବଂ ଡାଇବେଟିସ୍‌ରେ ମଧ୍ୟ ଲାଭଦାୟକ ହୋଇଥାଏ ।

ସୂର୍ଯ୍ୟମୁଖୀ ମଞ୍ଜି : ଏଥିରେ ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ E ପରି ଉପାଦାନ ଥାଏ, ଯାହା ଇନସୁଲିନ୍ ସମ୍ବେଦନଶୀଳତାକୁ ସମର୍ଥନ କରେ ଏବଂ ଡାଇବେଟିସ୍‌ ହେବାର ଆଶଙ୍କା କମାଇପାରେ । ଟାଇପ୍-୨ ଡାଇବେଟିସ୍‌ରେ ସୂର୍ଯ୍ୟମୁଖୀ ମଞ୍ଜି ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ ।

କଖାରୁ ମଞ୍ଜି : ମସ୍ତିଷ୍କକୁ ସୁସ୍ଥ, ହାର୍ଟକୁ ସୁସ୍ଥ ରଖିବା ଏବଂ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ କଖାରୁ ମଞ୍ଜି ଖାଇବା ଉଚିତ୍ । କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଓମେଗା – ୩ ଭରପୂର ରହିଥାଏ । ଯାହା ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହି ଉପାଦାନଗୁଡ଼ିକ ବ୍ଲଡ ପ୍ରେସର ଲେବଲକୁ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ରାଶି ମଞ୍ଜି : ପ୍ରୋଟିନ୍‌, ହେଲଦି ଫ୍ୟାଟ୍‌, ଭିଟାମିନ୍, ମିନେରାଲ୍ସ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର ରାଶି ମଞ୍ଜି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ରାଶି ମଞ୍ଜି ଖାଇବା ମଧ୍ୟ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଗ୍ରୀଷ୍ମ ସମୟରେ ସାଲାଡରେ ରାଶି ମଞ୍ଜି ଖାଇପାରିବେ । ଶୀତଦିନେ ଆପଣ ରାଶି ମଞ୍ଜି ଏବଂ ଗୁଡରେ ତିଆରି ଗଜକ ମଧ୍ୟ ଖାଇପାରିବେ, କିନ୍ତୁ ସୀମିତ ପରିମାଣରେ । ଆପଣ ଏହାକୁ ଭଜିକରି ସାଲାଡରେ ମିଶାଇ ମଧ୍ୟ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.