ଲାଇଫ୍ ଷ୍ଟାଇଲ୍

ଏଭଳି କେଶର ଥିବା ଅଣ୍ଡାକୁ ଖାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଗମ୍ଭୀର ସମସ୍ୟା

ଅଣ୍ଡା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। କିନ୍ତୁ ଏହାକୁ ଖାଇବାର ଫାଇଦା ସେତେବେଳେ ମିଳିଥାଏ ଯେତେବେଳେ ଏହି ଖାଦ୍ୟ ହେଲ୍ଦି ଥିବ। ତେବେ ଅଣ୍ଡା କେତେ ହେଲ୍ଦି ଅଛି ତାହା ଭିତରେ ଥିବା କେଶର ରଙ୍ଗ କହିଥାଏ। ଏହାର ରଙ୍ଗକୁ ଦେଖିଲେ ଜଣାପଡେ ଯେ ଏହାକୁ ଦେଇଥିବା କୁକୁଡା କେତେ ସ୍ୱାସ୍ଥ୍ୟବାନ ଅଛି କି ନାହିଁ । ଏଥିରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ପ୍ରୋଟିନ ବ୍ୟତିତ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହାକି ଏହାକୁ ସୁପରଫୁଡ କରିଥାଏ।

ମାର୍କେଟରେ ବିଭିନ୍ନ ଦାମରେ ଅଣ୍ଡା ମିଳିଥାଏ । ଏହି ଭିନ୍ନ ଭିନ୍ନ ଦାମର ଅଣ୍ଡା ପଛରେ ଏହାର କ୍ୱାଲିଟି ବା ଗୁଣ ଲୁଚି ରହିଥାଏ। ଯେବେ ଆପଣ ଏହି ଅଣ୍ଡାକୁ ଭାଙ୍ଗନ୍ତି ତେବେ ଏହାର କେଶର ବିଭିନ୍ନ ରଙ୍ଗର ହୋଇଥାଏ । ପ୍ରଥମତଃ କମଳା ରଙ୍ଗ ଏବଂ ଦ୍ୱିତୀୟ ହଳଦିଆ ରଙ୍ଗ। ଏଥିରେ କମଳା ରଙ୍ଗର କେଶର ବେଶି ପ୍ରୋଟିନ ଯୁୁକ୍ତ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି।

pc: TOI

ଫୁଡ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଯେଉଁ କୁକୁଡା ମାନଙ୍କର ପାଳନ ପ୍ରାକୃତିକ ଉପାୟରେ କରାଯାଇଥାଏ ।ସେମାନେ ଅନ୍ୟ କୁକୁଡା ମାନଙ୍କଠୁ ଅଧିକ ହେଲ୍ଦି ହୋଇଥାନ୍ତି। ଏମାନେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟଙ୍କ କିରଣ, ଉପଯୁକ୍ତ ଖାଦ୍ୟ ଏବଂ ସନ୍ତୁଳିତ ଆହାର ପାଇଥାନ୍ତି। ଏମାନଙ୍କ ଅଣ୍ଡାର କେଶର ରଙ୍ଗ କମଳା ରଙ୍ଗ ହୋଇଥାଏ। ଏହାବ୍ୟତିତ ହଳଦିଆ କେଶର ମଧ୍ୟ ଅଳ୍ପ ବହୁତ ହେଲ୍ଦି ହୋଇଥାଏ। ତେବେ ଏହାକ ୁ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ଫାଇଦା ହୋଇଥାଏ। ଜାଣନ୍ତୁ:

-ଅଣ୍ଡା ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ। ଯାହା ମାଂସପେଶୀ ପାଇଁ ଜରୁରୀ ପ୍ରୋଟିନ ପ୍ରଦାନ କରିଥାଏ।
-ଏଥିରେ ଉପଯୁକ୍ତ କୋଲେଷ୍ଟ୍ରଲ ମହଜୁଦ ରହିଥାଏ । ଯାହା ହୃଦଘାତ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।

pc: health line

-ଅଣ୍ଡାରେ କୋଲିନ ନାମକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଅନେକ ଲୋକଙ୍କ ଶରୀରରେ ଅଭାବ ଥାଏ। ଏହା ନ୍ୟୁଟ୍ରିଏଣ୍ଟ ମସ୍ତିଷ୍କ ପାଇଁ ଖୁବ ଜରୁରୀ ହୋଇଥାଏ।
-ଏହାକୁ ଖାଇବା ଦ୍ୱାରା ଆଖି ମଧ୍ୟ ସୁସ୍ଥ ରହିଥାଏ । ଏଥିରେ ଆଖି ପାଇଁ ଆବଶ୍ୟକ ହେଉଥିବା lutein ଓ zeaxanthin ନାମକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।
-ଏହାକୁ ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ। କାରଣ ଏହା ପେଟରେ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ । ଯାହାଦ୍ୱାରା ଅନହେଲ୍ଦି ଖାଦ୍ୟ ଖାଇବାରୁ ଆମକୁ ବଞ୍ଚାଇଥାଏ।

D Sonali

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

5 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

5 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago