ଏହିସବୁ ଘରୋଇ ଉପଚାର କରିବ ଚର୍ମରୋଗକୁ ଦୂର

ଅଧିକାଂଶ ଲୋକଙ୍କ ତ୍ବଚାରେ ଧଳା ରଙ୍ଗର ଦାଗ ହୋଇଯାଇଥାଏ, ଯେଉଁ କାରଣରୁ ଏହା ବହୁତ ଖରାପ ଦେଖାଯାଏ। ଏହି ଦାଗ ଏକ ରୋଗ ପାଇଁ ହୋଇଥାଏ ଯାହା ଦ୍ବାରା ରକ୍ଷା ପାଇବା ବହୁତ କଷ୍ଟକର। ଏହା ପାଇଁ ବହୁତ ଲୋକମାନେ ବହୁତ ଚିନ୍ତିତ ହୋଇଯାନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଉପାୟ ଖୋଜି ଥାନ୍ତି। କିନ୍ତୁ ବହୁତ ଖୋଜା ଖୋଜି ପରେ ମଧ୍ୟ ଏଥିରୁ ରକ୍ଷା ପାଇବାର ଉପାୟ ମିଳିନଥାଏ। ଏହି କାରଣରୁ ଚର୍ମ ରୋଗ ସମସ୍ୟା ଏବଂ ଶରୀରରେ କ୍ୟାଲସିୟମର ଅଭାବ ମଧ୍ୟ ଦେଖାଯାଇପାରେ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଦ୍ବାରା ଆପଣ ଏହି ଧଳା ଦାଗର ସମସ୍ୟାକୁ ଦୂର କରିପାରିବେ।

ଆପଣାନ୍ତୁ ଏହି ଉପାୟ

turmeric-ସର୍ବପ୍ରଥମେ ଏହି ଧଳା ଦାଗକୁ ଦୂର କରିବା ପାଇଁ ଗୋଟିଏ ଚାମଚ ହଳଦୀରେ ଦୁଇ ଚାମଚ ସୋରିଷ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ପେଷ୍ଟକୁ ଧଳାଦାଗରେ ଭଲଭାବେ ଲଗାନ୍ତୁ। ନିୟମିତ ଭାବରେ ଦିନକୁ ଦୁଇ ଥର ଏହି ପେଷ୍ଟକୁ ଲଗାଇବା ଦ୍ବାରା ୩-୪ ମାସରେ ଏହି ଧଳାଦାଗ ଦୂର ହୋଇଯାଇଥିବ।

ଏହା ସହ ପଢ଼ନ୍ତୁ :ଥଣ୍ଡାରୁ ଆପଣଙ୍କ ତଣ୍ଟି ବସିଯାଇଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

-ତୁଳସି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଭାଇରାଲ ତତ୍ତ୍ବ ରହିଥାଏ, ଯାହା ତ୍ବଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ତୁଳସି ଏବଂ ଲେମ୍ବୁର ବ୍ୟବହାରରେ ଆପଣ ଧଳାଦାଗର ସମସ୍ୟା ଠାରୁ ରକ୍ଷା ପାଇପାରିବେ। ଏହି ଦୁଇଟି ଜିନିଷ ଶରୀରରେ ମେଲାନିନର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ।

Coconut Oil-ନଡିଆ ତେଲରେ ଭରପୂର ମାତ୍ରାରେ ଆଣ୍ଟି-ବ୍ୟାକ୍ଟେରିଆଲ ଆଣ୍ଟି-ଫଙ୍ଗଲ ଗୁଣ ରହିଥାଏ। ଯାହା ଧଳାଦାଗର ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ନିୟମିତ ଭାବରେ ନଡିଆ ତେଲକୁ ଦାଗ ହୋଇଥିବା ସ୍ଥାନରେ ଲଗାଇବେ ତେବେ କିଛି ସପ୍ତାହ ମଧ୍ୟରେ ପାର୍ଥକ୍ୟ ଦେଖବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.