ବର୍ଷା ଋତୁରେ ପତ୍ରଯୁକ୍ତ ସବୁଜ ପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ, ଜାଣନ୍ତୁ କାରଣ

ଯେବେ ଆମେ ହେଲ୍ଦି ଫୁଡ କଥା କହୁ ତ ପ୍ରଥମେ କଥା ଉଠେ ଫଳ ଓ ସବୁଜ ପରିବା ସମ୍ପର୍କରେ । ଫଳ ଓ ସବୁଜ ପରିବାକୁ ଆମେ ଖାସ ମହତ୍ତ୍ୱ ଦେଇଥାଉ । ବିଶେଷକରି ସବୁଜ ପତ୍ରଯୁକ୍ତ ପରିବା ହେଲ୍ଦ ଚାର୍ଟର ସବୁଠୁ ଉପରେ ରହିଥାଏ । ତେବେ ଏହି ପରିବା ସ୍ୱାସ୍ଥ୍ୟପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ବର୍ଷା ଋତୁରେ ଖାଇବାକୁ କାହିଁକି ବାରଣ କରାଯାଇଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।

ପତ୍ର ଉପରେ କୀଟାଣୁ ଥାଇ ପାରନ୍ତି :

ବର୍ଷା ଋତୁରେ ବାତାବରଣରେ ଆଦ୍ରତା ରହିଥାଏ । ଏହି ଋତୁରେ ବହୁବାର ସୂର୍ଯ୍ୟ ପ୍ରକାଶ ହୋଇନଥାନ୍ତି । ଏପରି ସ୍ଥିତିରେ ପତ୍ର ଉପରେ କୀଟାଣୁ ରହିଥାନ୍ତି । ସୂର୍ଯ୍ୟଙ୍କ ରଶ୍ମି ଯୋଗୁ କୀଟାଣୁମାନେ ନଷ୍ଟ ହୋଇଯାଉଥିବାବେଳେ ବର୍ଷା ଋତୁରେ କୀଟାଣୁ ସକ୍ରିୟ ରହିଥାନ୍ତି । ଯାହାକୁ ନେବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ । ବହୁବାର ପତ୍ର କଣା ହୋଇଥିବାର ଦେଖାଯାଏ । ଏହି ପତ୍ରରେ କୀଟାଣୁ ଆଖିକୁ ଦେଖା ନଗଲେ ମଧ୍ୟ ଏହା ଶରୀରକୁ କ୍ଷତି ପହଞ୍ଚାଇଥାନ୍ତି ।

ଯଦି ଆପଣ ଏହି ସବୁ ଖାଉଛନ୍ତି :

ଏହି କାରଣ ପରେ ଯଦି ଆପଣ ସବୁଜ ପତ୍ରର ପରିବା ଖାଇବାକୁ ଚାହୁଁଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ । ସବୁଜ ପତ୍ର ପରିବାକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ । ପାଣିରେ ଲୁଣ ପକାଇ କିଛି ସମୟ ପାଇଁ ପତ୍ରକୁ ବୁଡ଼ାଇ ରଖନ୍ତୁ । ସବୁଜ ପତ୍ରର ପରିବାକୁ ଭଲ ଭାବେ ନିଆଁରେ ସିଝାନ୍ତୁ । ବର୍ଷା ଋତୁରେ ଯଦି କୁଆଡେ ଖାଇବାକୁ ଯାଉଛନ୍ତି ତ ସବୁଜ ପତ୍ରର ରେସିପି ଯେତେ ଦୂର ନଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.